Advertisment

ଇମ୍ରାନ୍‌ଙ୍କ ଖୁଲାସା; ବାହାଘରକୁ ହେଲାଣି ୧୭ ବର୍ଷ, ପତ୍ନୀ ସବୁବେଳେ ଦେଉଛନ୍ତି ଏମିତି ଧମକ

ଇମ୍ରାନ୍ ହାଶ୍‌ମୀ ୨୦୦୬ ମସିହାରେ ପରବୀନ୍‌ ସାହନୀଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଏକ ପୁଅ ମଧ୍ୟ ଅଛି ଯାହାର ନାଁ ଆୟାନ୍ ହାଶ୍‌ମୀ। ବର୍ତ୍ତମାନ ଏକ ପୁତ୍ରର ପିତା ହେବା ପରେ ଏବଂ ବିବାହର ୧୭ ବର୍ଷ ପରେ, ଇମ୍ରାନ୍‌ ତାଙ୍କ ପତ୍ନୀଙ୍କୁ ନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କୁ ଅନେକ ସମୟରେ 'ଛାଡିଦେବାକୁ' ଧମକ ଦିଅନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Emraan hashmi said On wife parveen shahani

Emraan hashmi said his wife parveen shahani always threatens to leave him

ବଲିଉଡ୍ 'ସିରିୟଲ୍ କିସର୍' ଭାବରେ ଜଣାଶୁଣା ଇମ୍ରାନ୍ ହାଶ୍‌ମୀ କେବଳ ତାଙ୍କ ଚଳଚ୍ଚିତ୍ର ପାଇଁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଯଦିଓ ଇମ୍ରାନ୍‌ଙ୍କ ନାଁ ବଲିଉଡ୍‌ର ସମସ୍ତ ସୁପର୍‌ହିଟ୍ ଅଭିନେତ୍ରୀଙ୍କ ସହ ଜଡିତ ଅଛି, କିନ୍ତୁ ବଲିଉଡ୍‌ ହିରୋଇନ୍‌ମାନଙ୍କୁ ଛାଡି ସେ ପରବୀନ୍‌ ସାହନୀଙ୍କୁ ବିବାହ କରିଛନ୍ତି। ଏହି ଦମ୍ପତି ୧୭ ବର୍ଷ ହେଲା ବିବାହ କରିଛନ୍ତି।

Advertisment

ଏହି ଦୁଇ ଯୋଡି ୨୦୦୬ ମସିହାରେ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଏକ ପୁଅ ମଧ୍ୟ ଅଛି ଯାହାର ନାଁ ଆୟାନ୍ ହାଶ୍‌ମୀ। ବର୍ତ୍ତମାନ ଏକ ପୁତ୍ରର ପିତା ହେବା ପରେ ଏବଂ ବିବାହର ୧୭ ବର୍ଷ ପରେ, ଇମ୍ରାନ୍‌ ତାଙ୍କ ପତ୍ନୀଙ୍କୁ ନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କୁ ଅନେକ ସମୟରେ 'ଛାଡିଦେବାକୁ' ଧମକ ଦିଅନ୍ତି।

ଇମ୍ରାନ୍ ହାଶ୍‌ମୀ ଜଣେ 'ସିରିୟସ୍ କିସର୍' କିନ୍ତୁ ସେ ଜଣେ 'ସିରିୟସ୍ ଡାଏଟର୍' ମଧ୍ୟ। ସେ ମଧ୍ୟ ଜଣେ ପରଫେକ୍ଟ ଫାଲିମି ମ୍ୟାନ୍। ନିକଟରେ ସେ ପ୍ରକାଶ କରିଛନ୍ତି ଯେ ସେ ଦୁଇ ବର୍ଷ ଧରି ପ୍ରତିଦିନ ସମାନ ପ୍ରକାରର ଖାଦ୍ୟ ଖାଉଛନ୍ତି। ସେଥିପାଇଁ ଏଭଳି ବିରକ୍ତିକର ଖାଦ୍ୟ ପାଇଁ ତାଙ୍କ ପତ୍ନୀ ବର୍ତ୍ତମାନ ତାଙ୍କୁ ଛାଡିବାକୁ 'ଧମକ ଦେଉଛନ୍ତି'। ସେ ଏହି କଥା ପ୍ରଶଂସକମାନଙ୍କୁ ଅତି ମଜାଳିଆ ଢଙ୍ଗରେ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପୁଣି ଭିଲେନ ହେବେ ଇମ୍ରାନ୍‌ ହାଶ୍‌ମି; ୨୫୦ କୋଟିର ଏହି ଫିଲ୍ମରେ ଆସିବେ ନଜର

ଏକ ବାର୍ତ୍ତାଳାରେ ଇମ୍ରାନ୍ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଅନେକ କଥା ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ଖାଦ୍ୟ ବିଷୟରେ ମଧ୍ୟ ଅନେକ କିଛି କହିଛନ୍ତି। ସେ କହିଛନ୍ତି ଯେ ୧୩ ବର୍ଷ ପୂର୍ବେ ସେ କିପରି କ୍ୱିନୋଆ ଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ ଏହା ଖାଉ ନାହାଁନ୍ତି ଏବଂ ଏକ ଭଲ ବିକଳ୍ପ ପାଇଛନ୍ତି।

ଇମ୍ରାନ ପ୍ରକାଶ କରିଛନ୍ତି ଯେ ସେ ପ୍ରତିଦିନ ଦୁଇଟି ସ୍ୱତନ୍ତ୍ର ଭୋଜନ କରନ୍ତି ଏବଂ ସେ ପ୍ରତିବର୍ଷ ଗୋଟିଏ ହିଁ ଜିନିଷ ଅନୁସରଣ କରନ୍ତି। ସେ ଭାବନ୍ତି ଏହା ଅତ୍ୟନ୍ତ ବିରକ୍ତିକର, ତଥାପି ସେ ପ୍ରତିଦିନ ଚିକେନ୍ କିମା ଖାଆନ୍ତି କାରଣ ଏହା ହଜମ ହେବା ସହଜ ଏବଂ ଏହାକୁ ସିଝେଇକି ପ୍ରସ୍ତୁତ କରାଯାଏ।

ଏହା ପରେ ସେ ସାଲାଡ୍‌ ଏବଂ କନ୍ଦମୂଳ ଖାଆନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ରୋଷେୟା ଏହାକୁ ଷ୍ଟକ୍ କରନ୍ତି ଏବଂ ଏହାକୁ ପୂରା ଏକ ସପ୍ତାହ ପାଇଁ ପ୍ରସ୍ତୁତ କରନ୍ତି। ସେମାନେ ଏହାକୁ ଦିନସାରା ଦୁଇ ଭାଗରେ ବିଭକ୍ତ କରନ୍ତି।

ଯେତେବେଳେ ଇମ୍ରାନ୍ ହାଶ୍‌ମୀଙ୍କୁ ପଚରାଗଲା ଯେ ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କ ସହିତ ଏହି ଖାଦ୍ୟ ଖାଉଛନ୍ତି କି? ଏହା ଉପରେ ଇମ୍ରାନ୍‌ କହିଛନ୍ତି, ନା, ଏହା ଆଦୌ ନୁହେଁ। କାରଣ ପତ୍ନୀ ତାଙ୍କ ଖାଦ୍ୟ ଉପରେ ଅତ୍ୟଧିକ ବିରକ୍ତ ହୁଅନ୍ତି। ସେ କୁହନ୍ତି ଯେ ଏହା ଅତ୍ୟନ୍ତ ବୋରିଂ ଖାଦ୍ୟ, କିନ୍ତୁ ସେ ଏହାକୁ ଖାଆନ୍ତି ଯାହା ଦ୍ୱାରା ସେ ଦୈନନ୍ଦିନ ବ୍ୟାୟାମ ସହିତ ଶାରୀରିକ ଶକ୍ତି ପାଇପାରିବେ।

ଇମ୍ରାନ୍‌ ଆହୁରି ହସି ହସି କହିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କୁ ଛାଡିବାକୁ ଚିନ୍ତା କରୁଛନ୍ତି। ସେ ତାଙ୍କୁ ଧମକ ଦେଉଛନ୍ତି, କିନ୍ତୁ ସେ ଏପର୍ଯ୍ୟନ୍ତ ତାହା କରିନାହାଁନ୍ତି। କିନ୍ତୁ ସେ ପ୍ରତ୍ୟେକ ଥର ସେହି ଏକା କଥା କୁହନ୍ତି।

Emraan Hashmi Bollywood
Advertisment
Advertisment