Archana Puran Singh: ସେଲ୍ଫି ବଦଳରେ ମାଗଣା ଦୋସା ମାଗିଲେ ଅର୍ଚ୍ଚନା, ଦୋକାନୀ କହିଲା- ପଇସା ଦରକାର

ସେଲଫି ବଦଳରେ ଦୋକାନୀକୁ ମାଗଣା ଦୋସା ମାଗିଲେ ଅଭିନେତ୍ରୀ ଅର୍ଚ୍ଚନା ପୁରନ ସିଂହ । ଦୋକାନୀ କହିଲା- ମୋତେ ପଇସା ଦରକାର ।

ଅର୍ଚ୍ଚନା ପୁରନ ସିଂହ

ଜଣାଶୁଣା ଟିଭି ଷ୍ଟାର ଅର୍ଚ୍ଚନା ପୁରନ ସିଂହଙ୍କ ୟୁଟ୍ୟୁବରେ ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି । ଏଥିରେ ସେ ଅନେକ ସମୟରେ ନିଜ ପରିବାର ସହ ଭିଡିଓ ବ୍ଲଗ ସେୟାର କରିଥାନ୍ତି । ତାଙ୍କର ଲାଟେଷ୍ଟ ଭିଡିଓରେ ସେ ସ୍ୱାମୀ ପରମୀତ, ଦୁଇ ପୁଅ ଆର୍ଯ୍ୟମାନ ଓ ଆୟୁଷ୍ମାନଙ୍କ ସହ ଦୋସା ଖାଇବାକୁ ଯାଇଥିଲେ । ସମସ୍ତେ କହିଥିଲେ, ସେମାନେ ମୁମ୍ବାଇରେ ନିଜ ନିଜ ପସନ୍ଦର ଡୋସା ଷ୍ଟଲକୁ ଯିବେ ଓ କେଉଁ ଦୋସା ସବୁଠୁ ଭଲ ତାହା ଟେଷ୍ଟ କରି ବିଜେତା ବାଛିବେ ।

ଅଧିକ ପଢନ୍ତୁ: କାନାଡାରେ ଇମୋସନାଲ ହେଲେ ସମୟ, କହିଲେ- ମନେରଖିବ ସାଙ୍ଗମାନେ ମୁଁ...

ପରମୀତ ପୁରା ପରିବାରକୁ ତାଙ୍କ ପିଲାଦିନର ଜାଗା ଜୁହୁ ବିଚ୍ ନେବାକୁ ଚାହୁଁଥିଲେ । ଅର୍ଚ୍ଚନା ଶିବ ସାଗରର ଦୋସା ଟେଷ୍ଟ କରିବାକୁ ଚାହୁଁଥିବା ବେଳେ ତାଙ୍କର ଦୁଇ ପୁଅ ମିଠିବାଇ କଲେଜ ଓ ଅମର ଜୁସ୍ କର୍ନରର ଦୋସା ସହରର ସବୁଠୁ ଭଲ ଦୋସା ବୋଲି କହିଥିଲେ । ଏହାପରେ ସେମାନେ ପ୍ରଥମେ ମିଠିବାଇ ବାହାରେ ମିଳୁଥିବା ଏକ ଷ୍ଟଲକୁ ଯାଇ ମସାଲା ଓ ମିର୍ଚ ପନିର ଦୋସା ମଗାଇଥିଲେ । ଅର୍ଚ୍ଚନା ସେଠି ଦୋକାନୀକୁ କହିଥିଲେ, ଦୀପକ (ଦୋକାନୀ) ମସାଲା ଦୋସାରେ ଆଦୌ ଲଙ୍କା ପକାଇବନି, ନହେଲେ ତମକୁ ଟିକେଟ କାଟି ନେପାଳ ପଠାଇଦେବି । 

ପୁରା ପରିବାର ଏପରି ବିଭିନ୍ନ ସ୍ଥାନରେ ବୁଲି ବୁଲି ଦୋସା ଟେଷ୍ଟ କରିବା ପରେ ଶେଷରେ ପରମିତଙ୍କ ପସନ୍ଦର ସ୍ଥାନ ଜୁହୁ ବିଚ୍ ଯାଇଥିଲେ । ଏଠାରେ ଥିବା ଏକ ଷ୍ଟଲରେ ସମସ୍ତେ ଦୋସା ଖାଇଥିଲେ । ଏହି ସମୟରେ ଅର୍ଚ୍ଚନାଙ୍କ ସହ ଫଟୋ ଉଠାଇବାକୁ ଚାରିପଟେ ଲୋକ ଜମା ହୋଇଯାଇଥିଲେ । ଏହାପରେ ଅର୍ଚ୍ଚନା ମଜାଳିଆ ଢଙ୍ଗରେ ଦୋକାନୀକୁ ପଚାରିଥିଲେ, ''ସେଲଫି ବଦଳରେ ସେ ତାଙ୍କୁ ମାଗଣାରେ ଦୋସା ଦେବେ କି ?'' ହେଲେ ଦୋକାନୀ ସଫା ସଫା ମନା କରିଦେଇଥିଲେ ।

ଏଥିରେ ଅର୍ଚ୍ଚନା କହିଥିଲେ, ମୋ ସେଲଫିର ମୂଲ୍ୟ କ'ଣ ୧୦୦ ଟଙ୍କାଠୁ କମ୍ ? ଦୋକାନୀ ଉତ୍ତର ଦେଇଥିଲେ, ସେ ତାଙ୍କ ସହ ସେଲଫି ନେବାକୁ ଖୁସି ହେବେ କିନ୍ତୁ ତାଙ୍କୁ ପଇସା ବି ଦରକାର । ଏହାପରେ ଅର୍ଚ୍ଚନା କହିଥିଲେ, ତମେ ଚିନ୍ତା କରନି । ଆମେ ତମ ପଇସା ନେଇ କୁଆଡେ ପଳାଇବୁନି ।  

ଏହିପରି ବିଭିନ୍ନ ଷ୍ଟଲରୁ ଦୋସା ଖାଇବା ପରେ ଅର୍ଚ୍ଚନା ନେଇ ଯାଇଥିବା ଦୋକାନର ଦୋସା ସବୁଠୁ ଭଲ ଥିଲା ବୋଲି ତାଙ୍କ ସ୍ବାମୀ ଓ ଦୁଇ ପୁଅ ସ୍ବୀକାର କରିଥିଲେ । 
 

ଅଧିକ ପଢନ୍ତୁ: କ୍ସ ଅଫିସରେ 'ଛାଭା' ଆଲୋଡ଼ନ; ହେଲା ସବୁଠାରୁ ବଡ ଓପନିଂ ଫିଲ୍ମ