Advertisment

Odia Jatra Dispute:ନୂଆ ମୋଡରେ ଯାତ୍ରା ବିବାଦ, କଳାକାର ଦି'ଭାଗ

ରାଜଧାନୀ ଅପେରାର କଳାକାର ମନୋଜ ବରାଳ ଓ କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡାଙ୍କ ମଧ୍ୟରେ କଥା କଟାକଟି ହୋଇଛି। ବିଭିନ୍ନ ପ୍ରସଙ୍ଗ ଉଠାଇ କଥା କଟାକଟି ହୋଇଛନ୍ତି ଉଭୟ ।

ଅଦ୍ୟତନ ହୋଇଛି
Odia Jatra Dispute

Odia Jatra Dispute

Advertisment

ଯାତ୍ରା ପାଲା ଥମିବା ବଦଳରେ ଆହୁରି ତେଜୁଛି । କଳାକାର ଓ ଯାତ୍ରା ମାଲିକ ମୁହାଁମୁହିଁ ହେବା ପରେ କଳାକାରଙ୍କ ମଧ୍ୟରେ ଫାଟ । କଳାକାର ଆଣିଲେ କଳାକାରଙ୍କ ବିରୋଧରେ ସାଘାଂତିକ ଅଭିଯୋଗ । ରାଜଧାନୀ ଅପେରାର କଳାକାର ମନୋଜ ବରାଳ ଓ କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡାଙ୍କ ମଧ୍ୟରେ କଥା କଟାକଟି ହୋଇଛି। ବିଭିନ୍ନ ପ୍ରସଙ୍ଗ ଉଠାଇ କଥା କଟାକଟି ହୋଇଛନ୍ତି ଉଭୟ। 

Advertisment

କଳାକାର ସଂଘର ବଡ଼ ବଡ଼ିଆ କଳାକାର ଅଛନ୍ତି । ମୋତେ କେଉଁଥି ପାଇଁ କଳାକାର ସଂଘରୁ କାଢିଦେଲେ ମୁଁ ଜାଣିନ। ଧଉଳି ଗଣନାଟ୍ୟର ବସ୍‌ ଦୁର୍ଘଟଣା ହେଲା । ୪ ଜଣ ଲେବର୍‌ ଶ୍ରେଣୀର କଳାକାରଙ୍କ ମୃତ୍ୟୁ ହେଲା । ସେତେବେଳେ କଳାକାର ସଂଘ କଣ କରୁଥିଲା ? କେବେ କହିଛନ୍ତି ଆମେ ଯାତ୍ରା ପାର୍ଟି ବନ୍ଦ କରିଦେବୁ ? ଯାତ୍ରା ଯଦି ବନ୍ଦ ହୋଇଗଲା ଆମେ ଅସୁବିଧାରେ ପଡ଼ିବୁ। ଆମେ ନୂଆ କଳାକାର। ଇଏ ବଡ଼ କଳାକାର ଘରେ ରହିଯିବେ ତାଙ୍କର କିଛି ଅସୁବିଧା ହେବ ନାହିଁ। କଳାକାର ହୋଇଗଲେ ହେବନି, ଜଣେ ଭଲ ମଣିଷ ହେବା ମଧ୍ୟ ଦରକାର। କିଛି ବଡ଼ କଳାକାରଙ୍କ ପାଇଁ ଯାତ୍ରା ଏବେ ରୁନ୍ଧି ହୋଇଯାଇଛି । ସେମାନଙ୍କ ମନ ମାନିରେ ଯାତ୍ରା ଚାଲୁଛି। ବଡ଼ କଳାକାରଙ୍କୁ ଭଲ ଘର ଦରକାର। ଭଲ ଖାଇବା ଦରକାର। ଟେଣ୍ଟ ତଳେ ଶୋଇଥିବା ପିଲାଙ୍କୁ କେବେ କାହାକୁ ଚିହ୍ନିଚନ୍ତି ? ଏମିତି କହି କଳାକାର ସଂଘ ଉପରେ ‌‌କ୍ଷୋଭ ଛାଡ଼ିଛନ୍ତି ଅପେରାର କଳାକାର ମନୋଜ ବରାଳ  ।

ଅଧିକ ପଢ଼ନ୍ତୁ: 'ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବୟକଟ୍'

ଏପଟେ କଳାକାର ମନୋଜ ବରାଳଙ୍କୁ କଡ଼ା ଜବାବ ଦେଇଛନ୍ତି ଯାତ୍ରା କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡା । ଅପେରାର ରାଜଧାନୀର ମାଲିକ କଳାକାରଙ୍କ ପଇସା ବାକି ରଖିଛନ୍ତି । କଳାକାର ମୋତେ ଅଭିଯୋଗ କରିଛନ୍ତି । ମନୋଜ ଅପେରା ରାଜଧାନୀର କ୍ୟାସିୟର୍‌ ନୁହିଁନ୍ତି । ସେ ଜାଣି ପାରିବେ ନାହିଁ କେଉଁ କଳାକାରଙ୍କ ବାକି ରହିଛି ବୋଲି। ମନୋଜ ବରାଳ ପବିତ୍ର ପାତ୍ରଙ୍କ ଠାରୁ ପଇସା ଖାଇ ଏମିତି କହୁଛନ୍ତି ବୋଲି କହିଛନ୍ତି ଯାତ୍ରା କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡା । ତେବେ କଳାକାର ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କୁ ନ୍ୟାୟ ନମିଳିଲେ ଯାତ୍ରା କଳାକାର ଯାତ୍ରା ବନ୍ଦ କରିଦେବେ ବୋଲି ପୁଣି ଚେତାବନୀ ଦେଇଛନ୍ତି ବାପି ପଣ୍ଡା । ମନୋଜଙ୍କ କଥାର ଉତ୍ତର ଦେଇ ତାଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।  

Advertisment

ଅନ୍ୟପଟେ ଯାତ୍ରାରେ ନୂଆ ମୋଡ଼ ନେଇଛି। ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବୟକଟ୍ । ଆମେ ସେମାନଙ୍କୁ କୋଳେଇ ଆଣିବୁ, ସମାଧାନ ହେବ ଯାତ୍ରାର ସମସ୍ତ ବିବାଦ । କଳାକାରଙ୍କ ପାଟିରେ ବାଡ଼ବତା ରହୁ, ସମସ୍ତଙ୍କୁ ସମ୍ମାନ ଦିଅନ୍ତୁ । ଏଭଳି କହିଛନ୍ତି ଯାତ୍ରା ମାଲିକ ସଂଘ ଉପସଭାପତି ପବିତ୍ର ପାତ୍ର । 

ଅଧିକ ପଢ଼ନ୍ତୁ: ଜଲିଉଡରେ ଥମୁନି ପାର୍ଟି ଡିଆଁ ବିବାଦ, ନ୍ୟାୟ ଅପେକ୍ଷାରେ ନରି ପଣ୍ଡା

Jatra Party Jatra Artist Jollywood Jollywood Actors Odia Jatra Bapi Panda Odia Jatra Jollywood Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ