Advertisment

ମୁଁ ଜଣେ ହାର୍ଡକୋର ରୋମାଣ୍ଟିକ୍‌, ପ୍ରେମ ପାଇଁ ଶେଷ ପର୍ଯ୍ୟନ୍ତ ଲଢିବି; ମଲାଇକା

ମଲାଇକା ଅରୋରା ଏବଂ ଅର୍ଜୁନ କପୁର ଦୀର୍ଘ ବର୍ଷ ଧରି ସମ୍ପର୍କରେ ଅଛନ୍ତି। କିନ୍ତୁ କିଛି ଦିନ ହେବ ଏକ ଗୁଜବ ପ୍ରଚାରିତ ହେଉଛି ଯେ ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଦେଇଛି। ଉଭୟ ତାରକା କିନ୍ତୁ ବ୍ରେକ୍‌ଅପ୍ ଉପରେ ନୀରବତା ବଜାୟ ରଖିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Malaika arora reacts for 1st time on breakup rumours

Malaika arora reacts for 1st time on breakup rumours

ମଲାଇକା ଅରୋରା ବଲିଉଡ୍‌ ତାରକା ଅର୍ଜୁନ କପୁରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବର୍ତ୍ତମାନ ଏକ କଷ୍ଟଦାୟକ ମୁହୂର୍ତ୍ତ ଦେଇ ଗତି କରୁଛନ୍ତି କି? ଏଭଳି ପ୍ରଶ୍ନ ବର୍ତ୍ତମାନ ଲୋକଙ୍କ ମନରେ ଉଙ୍କିମାରୁଛି। ସେମାନଙ୍କ ମନରେ ଏହି ପ୍ରଶ୍ନ ସେବେଠାରୁ ଆସିଛି ଯେତେବେଳେ ଅର୍ଜୁନ କପୁରଙ୍କ ଜନ୍ମଦିନ ଜୁହୁରେ ତାଙ୍କ ଘରେ ତାଙ୍କର ଇଣ୍ଡଷ୍ଟ୍ରୀର ସବୁ ସାଙ୍ଗ ପହଞ୍ଚିଥିଲେ, କିନ୍ତୁ ମଲାଇକାଙ୍କ ଦେଖା ନଥିଲା।

Advertisment

ସୋସିଆଲ ମିଡିଆରେ ଅର୍ଜୁନଙ୍କୁ ମଧ୍ୟ ମଲାଇକା ଶୁଭକାମନା କରିନଥିଲେ। ଏହା ହିଁ ସେମାନଙ୍କ ସମ୍ଭାବ୍ୟ ବ୍ରେକ୍‌ଅପ୍ ବିଷୟରେ କଳ୍ପନା ଜଳ୍ପନାର କାରଣ ହୋଇଥିଲା। ଅର୍ଜୁନ କପୁର କିମ୍ବା ମଲାଇକା ଅରୋରା ଏପର୍ଯ୍ୟନ୍ତ ବ୍ରେକ୍‌ଅପ୍ ଖବରକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି, କିନ୍ତୁ ନିକଟରେ ଅଭିନେତ୍ରୀ ପ୍ରେମକୁ ନେଇ ଯାହା କହିଛନ୍ତି ତାହା ଏବେ ଚର୍ଚ୍ଚାରେ ଅଛି।

ମଲାଇକା ଅରୋରା ଏବଂ ଅର୍ଜୁନ କପୁର ଦୀର୍ଘ ବର୍ଷ ଧରି ସମ୍ପର୍କରେ ଅଛନ୍ତି। କିନ୍ତୁ କିଛି ଦିନ ହେବ ଏକ ଗୁଜବ ପ୍ରଚାରିତ ହେଉଛି ଯେ ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଦେଇଛି। ଉଭୟ ତାରକା କିନ୍ତୁ ବ୍ରେକ୍‌ଅପ୍ ଉପରେ ନୀରବତା ବଜାୟ ରଖିଛନ୍ତି, କିନ୍ତୁ ନିକଟରେ ସେ ପ୍ରେମ ଏବଂ ଟକ୍ସିସ୍ ସ୍ପେସ୍‌କୁ ନେଇ କଥା ହୋଇଛନ୍ତି।

Advertisment

ନିକଟରେ ମଲାଇକା ଅରୋରା ଇଣ୍ଟର୍‌ନେଟ୍‌କୁ ଏକ ଟକ୍ସିସ୍ ସ୍ପେସ୍‌ ବୋଲି କହିଛନ୍ତି। ସେ କହିଛନ୍ତି, “ମୁଁ ମୋ ଚାରିପାଖରେ ଢାଲ ତିଆରି କରିଛି। ବର୍ତ୍ତମାନ ମୁଁ ନେଗେଟିଭିଟିକୁ ମୋ ପାଖରେ ପହଞ୍ଚିବାକୁ ଦେବି ନାହିଁ। କାମର ପରିବେଶ ହେଉ, ସୋସିଆଲ ମିଡିଆ କିମ୍ବା ଟ୍ରୋଲ ହେଉ, ମୁଁ ଏଥିରୁ ନିଜକୁ ପୃଥକ କରିଛି।

ମଲାଇକା ଆହୁରି ମଧ୍ୟ କହିଛନ୍ତି, “ମତେ ଯେତେବେଳେ ଏପରି ଶକ୍ତି ଅନୁଭବ ହୁଏ, ମୁଁ ସଙ୍ଗେ ସଙ୍ଗେ ପଛକୁ ଚାଲିଯାଏ। ଏହା ଏମିତି କିଛି ଯାହା ମୁଁ ସମୟ ସହିତ କରିବାକୁ ଶିଖିଛି। ଏହା ଏବେ ନୁହେଁ ଅତୀତରେ ହିଁ ଫରକ ପଡୁଥିଲା। ଏହି କାରଣରୁ ମୋର ନିଦ ହଜିଯାଉଥିଲା।”

ମଲାଇକା କହିଛନ୍ତି ଯେ “ମୁଁ କହିବି ନାହିଁ ଯେ ଏଭଳି ଜିନିଷ ମୋତେ ଆଦୌ ପ୍ରଭାବିତ କରୁନାହିଁ। ମୁଁ ମଧ୍ୟ ମଣିଷ, ତେଣୁ ମୁଁ ମଧ୍ୟ କାନ୍ଦୁଛି, ଭାଙ୍ଗିପଡିଛି ଏବଂ ଟ୍ରୋଲ୍‌ ହେବା ସହିତ ଜଡିତ ଭାବନାକୁ ଅନୁଭବ କରୁଛି, କିନ୍ତୁ ଆପଣ ଏହାକୁ ସର୍ବସାଧାରଣରେ ଦେଖିପାରିବେ ନାହିଁ।”

ସେ ଆହୁରି କହିଛନ୍ତି ଯେ “ମୁଁ ଇଣ୍ଟର୍‌ନେଟ୍‌ରେ କିଛି ନେମ୍‌ଲେସ୍, ଫେସ୍‌ଲେସ୍ ବ୍ୟକ୍ତିଙ୍କୁ ଉତ୍ତର ଦେବା ଆବଶ୍ୟକ ମନେ କରେନି। ଟ୍ରୋଲ୍‌ଗୁଡ଼ିକ ମୋ ପାଇଁ କିଛି ନୁହେଁ। ମୁଁ ସବୁକିଛି ବିଷୟରେ ଅବଗତ, କିନ୍ତୁ ମୁଁ ନିଜକୁ ଏଥିରୁ ଦୂରେଇ ରଖିଛି।

ପ୍ରେମକୁ ନେଇ ମଲାଇକା କହିଛନ୍ତି ଯେ ସେ ଜଣେ ହାର୍ଡକୋର ରୋମାଣ୍ଟିକ୍‌। ସେ କହିଛନ୍ତି ଯେ “ଯାହା ହେଉନା କାହିଁକି ମୁଁ ପ୍ରେମର ବିଚାର ଛାଡିବି ନାହିଁ। ମୁଁ ପ୍ରେମ ପାଇଁ ଶେଷ ପର୍ଯ୍ୟନ୍ତ ଲଢିବି, କିନ୍ତୁ ମୁଁ ମଧ୍ୟ ବହୁତ ବାସ୍ତବବାଦୀ, ମୁଁ ଜାଣେ କେଉଁଠି ଗାର ପକେଇବାକୁ ହୁଏ।

ଅରବାଜ ଖାନଙ୍କ ଛାଡପତ୍ର ପରେ ତାଙ୍କ ପୁଅ ଅର୍‌ହାନଙ୍କ କୋ-ପ୍ୟାରେଣ୍ଟିଙ୍ଗ୍ ହେବାର ନିଷ୍ପତ୍ତି ବିଷୟରେ ମଲାଇକା ମଧ୍ୟ ଖୋଲାଖୋଲି ଭାବେ କହିଛନ୍ତି। ମଲାଇକା କହିଛନ୍ତି ଯେ ଯଦିଓ ଏହା ଆରମ୍ଭରେ 'ଟିକେ କଷ୍ଟସାଧ୍ୟ' ଥିଲା, କିନ୍ତୁ କିଛି ବର୍ଷ ପରେ ସେ ଜାଣିନେଲେ ଯେ ଏହାକୁ କିପରି ଭଲ କରିହେବ।

ଯେତେବେଳେ ମଲାଇକାଙ୍କୁ ପୁଅକୁ ଭଲ ମୂଲ୍ୟବୋଧ ସହିତ ବଂଚାଇବା ବିଷୟରେ ପଚରାଗଲା, ସେ କହିଥିଲେ, 'ସେ ଯାହା ବି ହେଇଯାଉ, ଆମେ ବର୍ତ୍ତମାନ ଏକ ଭଲ ସନ୍ତୁଳନ ପାଇଛୁ। ବୋଧହୁଏ ଆରମ୍ଭରେ ଏହା ଟିକିଏ କଷ୍ଟସାଧ୍ୟ ଥିଲା ଏବଂ ତାହା ଠିକ ଥିଲା, କାରଣ ଜୀବନ ଏମିତି ହିଁ।

ଆମେ ଦୁହେଁ ଜାଣିଥିଲୁ ଯେ ଅନ୍ୟ ସବୁକିଛି ସତ୍ତ୍ୱେ ଏବଂ ଦୁଇଜଣ ବୟସ୍କଙ୍କ ମଧ୍ୟରେ ଯାହା ଘଟିଲା, ଏହା ପିଲାକୁ କଦାପି ପ୍ରଭାବିତ କରିବା ଉଚିତ୍ ନୁହେଁ ଏବଂ ଆମେ କୋ-ପ୍ୟାରେଣ୍ଟିଙ୍ଗ୍‌ର ଏକ ଖୁବ ଭଲ ଉପାୟ ବାହାରକଲୁ। ସେ ଆହୁରି ମଧ୍ୟ ପ୍ରକାଶ କହିଛନ୍ତି ଯେ ସେ କିପରି ସୁନିଶ୍ଚିତ କରନ୍ତି ଯେ ଅରହାନ୍ ନିଜ ସୁବିଧାକୁ ହୃଦୟଙ୍ଗମ କରନ୍ତୁ ଏବଂ ନିଜେ କାମ କରିବାକୁ ଶିଖନ୍ତୁ।

Arjun Kapoor Malaika Arora Arbaaz Khan Bolywood
Advertisment
Advertisment