• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କେରଳ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆରମ୍ଭ ହୋଇଥିବା ‘MeToo’ ଅଭିଯାନ ଏବେ କୋଲକାତାରେ ପହଞ୍ଚିଛି । ଜଷ୍ଟିସ୍‌ ହେମା କମିଟି ରିପୋର୍ଟ ଆସିବା ପରଠାରୁ ସମସ୍ତେ ଆଗକୁ ଆସୁଛନ୍ତି ଏବଂ ସେମାନଙ୍କ ସହ ଘଟିଥିବା ଯୌନ ନିର୍ଯାତନା ବିଷୟରେ ପ୍ରକାଶ କରୁଛନ୍ତି । ଗତ କିଛି ଦିନ ମଧ୍ୟରେ #MeTooକୁ ନେଇ ଅନେକ ବଡ଼ ଲୋକଙ୍କ ନାମ ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ଆଉ ଏକ ନାମ ଏଥିରେ ସାମିଲ ହୋଇଛି । ପ୍ରସିଦ୍ଧ ଅଭିନେତ୍ରୀ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଏବଂ ତାଙ୍କ ସହ ଘଟିଥିବା ଅସଦାଚରଣକୁ ପ୍ରକାଶ କରିଛନ୍ତି ।

ବାସ୍ତବରେ ନିକଟରେ ଜଣେ ଅଭିନେତ୍ରୀ ନିର୍ଦ୍ଦେଶକ ଅରିନ୍ଦମ ସିଲଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଅଭିନେତ୍ରୀ ଅଭିଯୋଗ କରିଛନ୍ତି ଯେ ଏକ ଫିଲ୍ମର ସୁଟିଂ ସମୟରେ ନିର୍ଦ୍ଦେଶକ ତାଙ୍କୁ ବିନା ଅନୁମତିରେ ସର୍ବସାଧାରଣରେ କିସ୍‌ କରିଥିଲେ । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି ଅଭିନେତ୍ରୀ ଜଣକ କହିଛନ୍ତି । ମୁଁ କ’ଣ କରିବି ବୁଝି ପାରିନଥିଲି । ତେବେ ବର୍ତ୍ତମାନ ମୁଁ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବି ଏବଂ ଆଇନଗତ ସହାୟତା ଲୋଡିବି ବୋଲି ଅଭିନେତ୍ରୀ ଜଣକ କହିଛନ୍ତି ।

ଏହି ବିଷୟରେ ପଶ୍ଚିମବଙ୍ଗ ମହିଳା ଆୟୋଗ (ଡବ୍ଲୁବିସିଡବ୍ଲୁ)ର ଅଧ୍ୟକ୍ଷ ଲୀନା ଗାଙ୍ଗୋପାଧ୍ୟାୟ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଅଭିନେତ୍ରୀ ଆମକୁ କହିଛନ୍ତି ଯେ ତାଙ୍କୁ ସର୍ବସାଧାରଣରେ ଅପମାନିତ କରାଯାଇଛି । ତେଣୁ ସେ ଲିଖିତ ଆକାରରେ ସାର୍ବଜୈନିକ କ୍ଷମା ଚାହୁଁଛନ୍ତି । ତେବେ ଅରିନ୍ଦମ୍ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ଏବଂ ଅଜାଣତରେ ଏହି ସବୁ ଘଟିଛି ବୋଲି ସେ କହିଛନ୍ତି । ତେବେ ଅଭିନେତ୍ରୀ ଏହାକୁ ବିରୋଧ କରି କହିଛନ୍ତି ଯେ କିସ୍‌ କରିବାକୁ ମୋତେ ଭଲ ଲାଗେ କି ନାହିଁ ନିର୍ଦ୍ଦେଶକ ମଧ୍ୟ ମୋତେ ପଚାରିଛନ୍ତି ।

ଏହି ବିଷୟରେ ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା କରି ଅରବିନ୍ଦ ସିଲ୍‌ କହିଛନ୍ତି ଯେ ‘ମୋ ମନରେ ବର୍ତ୍ତମାନ କିଛି ନାହିଁ। ମୁଁ ମୋ ବିବେକରୁ ବହୁତ ସକାରାତ୍ମକ । ମୋର କିଛି ଅଜାଣତରେ କାର୍ଯ୍ୟ ହେତୁ ଯଦି ସେ ଖରାପ ଅନୁଭବ କରିଛନ୍ତି ତେବେ ମୁଁ ଦୁଃଖିତ । ଲୋକମାନେ ଯାହା ଚାହିଁବେ ତାଙ୍କର କହିବାର ଅଧିକାର ଅଛି । କିନ୍ତୁ ମୁଁ ଭାବୁଛି ସେମାନେ ସତ୍ୟ ଜାଣନ୍ତି ନାହିଁ’ ।

ଅଭିନେତ୍ରୀ ଜଣକ କହିଛନ୍ତି ଯେ ନିର୍ଦ୍ଦେଶକ ମୋତେ ପ୍ରଥମେ ତାଙ୍କ କୋଳରେ ବସିବାକୁ କହିଥିଲେ, କିନ୍ତୁ ମୁଁ ଏହାକୁ ଗମ୍ଭୀରତାର ସହ ନେଇ ମନା କରିଥିଲି । ତଥାପି, ସିଲ୍ ବହୁତ ଦୃଢ଼ତାର ସହ ଏବଂ କଠୋର ଭାବରେ କହିଲା ଯେ ମୁଁ କହୁଛି - ବସ ।

ଅଭିନେତ୍ରୀ କହିଛନ୍ତି ଯେ ମୁଁ ଜାଣିନଥିଲି ଯେ ସେ ଏପରି ଆଚରଣ କରିବେ । ଯେତେବେଳେ ମୁଁ ତାଙ୍କ କୋଳରେ ବସିଥିଲି ଯଦିଓ ମୁଁ ଚାହୁଁ ନଥିଲି, ସେ ମୋ ଗାଲକୁ କିସ୍‌ କରିଥିଲେ । ଯାହାକୁ ନେଇ ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ଅଭିନେତ୍ରୀ ଆହୁରି କହିଛନ୍ତି ଯେ ଏପରି କିଛି ଘଟିବ ବୋଲି ମୁଁ ଜାଣି ନଥିଲି । ତଥାପି ସେ ନିଜକୁ ନିର୍ଦ୍ଦୋଷ ବୋଲି କହୁଛନ୍ତି ଏବଂ ଏପରି ବ୍ୟବହାର କରନ୍ତି ଯେମିତି କି କିଛି ଘଟିନାହିଁ । ତେବେ ଏହି ଘଟଣା ସମୟରେ ସେଠାରେ ସମସ୍ତେ ଉପସ୍ଥିତ ଥିଲେ ଏବଂ ସେମାନେ ଏମିତି ହସୁଥିଲେ କି ଯେମିତି ସେଠାରେ ଥଟ୍ଟା-ମଜା ଚାଲୁଛି ବୋଲି ଅଭିନେତ୍ରୀ ଜଣକ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now