Advertisment

ବାହା ହେଲେ ଧର୍ମେନ୍ଦ୍ରଙ୍କ ନାତୁଣୀ; ଜାଣନ୍ତୁ କିଏ ହେଲେ ନାତୁଣୀ ଜୋଇଁ

ଦେଓଲ ପରିବାରରେ ପୁଣି ଥରେ ବାଜିଛି ଶେହନାଇ। ଧର୍ମେନ୍ଦ୍ରଙ୍କ ନାତୁଣୀ ନିକିତା ଚୌଧୁରୀ ଉଦୟପୁରରେ ଖୁବ ଧୂମଧାମ୍‌ରେ ବିବାହ କରିଛନ୍ତି। ଧର୍ମେନ୍ଦ୍ର 'ଜଟ ୟମଲା ପଗଲା ଦୀୱାନା'ରେ ନାଚିଥିବା ବେଳେ "ଜମାଲ କୁଡୁ..."ରେ ବବି ଆଉ 'ମେ ନିକ୍‌ଲା ଓ ଗଡି ଲେ କେ' ସନ୍ନି।

author-image
Pramod Behera
ଅଦ୍ୟତନ ହୋଇଛି
dharmendra granddaughter nikita chaudhary wedding

dharmendra granddaughter nikita chaudhary royal wedding took place

ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲଙ୍କ ବିବାହ ପରେ ଦେଓଲ ପରିବାରରେ ପୁଣି ଥରେ ବାଜିଛି ଶେହନାଇ। ଧର୍ମେନ୍ଦ୍ରଙ୍କ ନାତୁଣୀ ନିକିତା ଚୌଧୁରୀ ଉଦୟପୁରରେ ଖୁବ ଧୂମଧାମ୍‌ରେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଧର୍ମେନ୍ଦ୍ର ତାଙ୍କର ପ୍ରଥମ ପତ୍ନୀ ଏବଂ ତାଙ୍କ ପିଲାମାନଙ୍କ ସହ ଯୋଗ ଦେଇଥିଲେ। ଏହା ଉଦୟପୁରର ସୁନ୍ଦର ତାଜ୍‌ ଆରାବଲି ରିସର୍ଟରେ ହୋଇଥିଲା, ଯେଉଁଠାରେ ଅଜା ଧର୍ମେନ୍ଦ୍ର ବିବାହ ଉତ୍ସବର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଦୁଇ ମାମୁଁ ସନ୍ନି ଦେଓଲ ଏବଂ ବବି ଦେଓଲ ଜବରଦସ୍ତ ନାଚିଥିଲେ।

Advertisment

ଧର୍ମେନ୍ଦ୍ରଙ୍କ ନାତୁଣୀ ଡକ୍ଟର ନିକିତା ଚୌଧୁରୀ ଏନ୍‌ଆର୍‌ଆଇ ବ୍ୟବସାୟୀ ଋଷଭଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଦୟପୁରର ଏହି ରିସର୍ଟରେ ପଞ୍ଜାବୀ ରୀତିନୀତି ଅନୁଯାୟୀ ଏହି ସମାରୋହ ଅନୁଷ୍ଠିତ ହୋଇଛି, ଯେଉଁଠାରେ ବର-କନ୍ୟା ଶ୍ରୀ ଗୁରୁ ଗ୍ରନ୍ଥ ସାହେବଙ୍କ ନାମରେ ବିବାହ କରୁଛନ୍ତି।

ଅଧିକ ପଢ଼ନ୍ତୁ: ସାଉଥ୍‌ରେ ବବି ଦେଓଲ୍‌ଙ୍କ ଜଲ୍‌ୱା; ଡରେଇବ ଲମ୍ବା ଚୁଟି, ନକଲି ଆଖି

ଏହି ବିବାହକୁ ନେଇ ପୁରା ଦେଓଲ୍ ପରିବାର ଝୁମୁଥିବା ବେଳେ ବବି ଦେଓଲ ତାଙ୍କ ମୁଣ୍ଡରେ ଏକ ଗ୍ଲାସ ରଖି ତାଙ୍କ ‘ଆନିମଲ୍’ ଚଳଚ୍ଚିତ୍ରର ସୁପର ହିଟ୍ ଗୀତ "ଜମାଲ କୁଡୁ..." ରେ ଜବରଦସ୍ତ ନାଚିଛନ୍ତି। ବଡ ମାମୁ ସନ୍ନି ଦେଓଲ ମଧ୍ୟ ଛାଡି ନାହାନ୍ତି। ସେ ତାଙ୍କ ଚଳଚ୍ଚିତ୍ର ‘ଗଦର’ର 'ମେ ନିକ୍‌ଲା ଓ ଗଡି ଲେ କେ' ଗୀତରେ ନିଜ ଷ୍ଟାଇଲରେ ନାଚୁଥିବାର ନଜର ଆସିଥିଲେ। ଅଜା ଧର୍ମେନ୍ଦ୍ର ମଧ୍ୟ କମ ପଡି ନଥିଲେ। ସେ ମଧ୍ୟ 'ଜଟ ୟମଲା ପଗଲା ଦୀୱାନା'ରେ ନିଜ ଷ୍ଟାଇଲ୍‌ରେ ନାଚି ଅନ୍ୟମାନଙ୍କୁ ମଧ୍ୟ ନାଚିବାକୁ ବାଧ୍ୟ କରିଥିଲେ ଏବଂ ସେ ସାୟରୀ ମଧ୍ୟ ଶୁଣାଇଥିଲେ।

Advertisment

ଧର୍ମେନ୍ଦ୍ର ଏବଂ ପ୍ରକାଶ କୌରଙ୍କ କନ୍ୟା ଅଜିତାଙ୍କ ଝିଅ ହେଲେ ଡକ୍ଟର ନିକିତା ଚୌଧୁରୀ। ଏହି ବିବାହ ସେମାନଙ୍କ କିଛି ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ହେଉଛି। ଏହି ଅବସରରେ ଧର୍ମେନ୍ଦ୍ର ତାଙ୍କ ମୁଣ୍ଡରେ ଗୋଲାପୀ ପଗଡି ପିନ୍ଧିଥିବା ବେଳେ ତାଙ୍କ ପୁଅ ସନ୍ନି ଏବଂ ବବି ଦେଓଲଙ୍କୁ ପଞ୍ଜାବୀ ଷ୍ଟାଇଲ୍‌ରେ ଦେଖିବାକୁ ମିଳେ।

ଆଜି ସନ୍ଧ୍ୟାରେ ଏକ ବିଶାଳ ରିସେପ୍‌ପନ୍ ହେବ। ଯେଉଁଥିରେ ପଞ୍ଜାବୀ ସ୍ୱାଦର ଖାଦ୍ୟ ରହିବ ଏବଂ ଏଥିରେ ଇଟାଲୀୟ ଏବଂ ମାଳଦ୍ୱୀପ ଖାଦ୍ୟ ମଧ୍ୟ ରହିବ।

ବର୍ତ୍ତମାନ ଦେଓଲ ପରିବାର ସୋସିଆଲ ମିଡିଆ ପ୍ଲାଟଫର୍ମଠାରୁ ଦୂରତାରେ ଥିବାରୁ ବିବାହ ସମ୍ବନ୍ଧୀୟ କୌଣସି ଫଟୋ କିମ୍ବା ସୂଚନା ସାର୍ବଜନୀନ ହୋଇପାରି ନାହିଁ।

ଧର୍ମେନ୍ଦ୍ରଙ୍କ ଝିଅ ଅଜିତା ଦେଓଲ ଆମେରିକାରେ ରହୁଥିବା ବେଳେ ସେ ସାଇକୋଲୋଜୀର ଜଣେ ଶିକ୍ଷୟିତ୍ରୀ। ତାଙ୍କର ଡାକନାମ ହେଉଛି ଡଲି। ଅଜିତା ଆମେରିକାର ଦନ୍ତ ଚିକିତ୍ସକ କିରଣ ଚୌଧୁରୀଙ୍କୁ ବିବାହ କରିଛନ୍ତି। ଉଭୟଙ୍କର ଦୁଇ ଝିଅ ନିକିତା ଏବଂ ପ୍ରିୟଙ୍କା ଅଛନ୍ତି। ସମସ୍ତ ବିବାହ କାର୍ଯ୍ୟ ହୋଟେଲ ତାଜ୍‌ରେ ଅନୁଷ୍ଠିତ ହେଉଥିବା ବେଳେ ବିହାହର ସମସ୍ତ ପ୍ରସ୍ତୁତି ସନ୍ନି ଦେଓଲ କରିଛନ୍ତି।

Dharmendra Deol Bobby Deol Sunny Deol
Advertisment
Advertisment