Advertisment

ମୀରାବାଇ ଚାନୁଙ୍କୁ ଭେଟିଲେ ଦବଙ୍ଗ ଷ୍ଟାର୍‌ ସଲମାନ୍‌ ଖାନ୍‌

ସିଲଭର କୁଇନ୍ ମୀରାବାଇ ଚାନୁଙ୍କୁ ଭେଟିଛନ୍ତି ଅଭିନେତା ସଲମାନ୍‌ ଖାନ୍‌ । ସଲମାନ ଖାନ୍ ମୀରାଙ୍କୁ ଭେଟିବା ବେଳର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମୀରାବାଇ ସଲମାନ୍‌ଙ୍କର ଜଣେ ବଡ଼ ଫ୍ୟାନ୍‌ ବୋଲି ସାକ୍ଷାତକାରରେ କହିଥିଲେ। ତେବେ ସଲମାନ୍‌ ଏହି କଥା ଜାଣିବା ପରେ ମୀରାବାଇଙ୍କୁ ନିମନ୍ତ୍ରଣ କରିଥିଲେ ଓ ତାଙ୍କୁ ସାକ୍ଷାତ କରିଥିଲେ। ସୂଚନା ଅନୁସାରେ ମୀରାବାଇ ଚାନୁ ସିଲଭର ମେଡାଲ ଜିତିବା ବେଳେ ସଲମାନ୍‌ ଖାନ୍‌ ଟ୍ଵିଟରରେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

author-image
Pallipuspa Samal
ଅଦ୍ୟତନ ହୋଇଛି
ମୀରାବାଇ ଚାନୁଙ୍କୁ ଭେଟିଲେ ଦବଙ୍ଗ ଷ୍ଟାର୍‌ ସଲମାନ୍‌ ଖାନ୍‌

Salman Khan met Mirabai Chanu

ମୁମ୍ବାଇ : ସିଲଭର କୁଇନ୍ ମୀରାବାଇ ଚାନୁଙ୍କୁ ଭେଟିଛନ୍ତି ଅଭିନେତା ସଲମାନ୍‌ ଖାନ୍‌ । ସଲମାନ ଖାନ୍ ମୀରାଙ୍କୁ ଭେଟିବା ବେଳର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମୀରାବାଇ ସଲମାନ୍‌ଙ୍କର ଜଣେ ବଡ଼ ଫ୍ୟାନ୍‌ ବୋଲି ସାକ୍ଷାତକାରରେ କହିଥିଲେ। ତେବେ ସଲମାନ୍‌ ଏହି କଥା ଜାଣିବା ପରେ ମୀରାବାଇଙ୍କୁ ନିମନ୍ତ୍ରଣ କରିଥିଲେ ଓ ତାଙ୍କୁ ସାକ୍ଷାତ କରିଥିଲେ।

Advertisment

ସୂଚନା ଅନୁସାରେ ମୀରାବାଇ ଚାନୁ ସିଲଭର ମେଡାଲ ଜିତିବା ବେଳେ ସଲମାନ୍‌ ଖାନ୍‌ ଟ୍ଵିଟରରେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସଲମାନ୍‌ ଟ୍ଵିଟ୍‌ କରିଥିଲେ ଯେ ଦେଶର ସୁପରଷ୍ଟାର ବନିଥିବା ମୀରାବାଇ ଚାନୁଙ୍କୁ ଅଭିନନ୍ଦନ, ଆପଣ ଆମ ଦେଶକୁ ଗୌରବାନ୍ଵିତ କରିଛନ୍ତି । ଆପଣ ହେଉଛନ୍ତି ଅସଲି ଦବଙ୍ଗ ! ଏହାଛଡ଼ା ସଲମାନ୍‌ ମୀରାବାଇ ଚାନୁଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି ଯେ- ରୌପ୍ୟ ପଦକ ବିଜେତାଙ୍କୁ ଶୁଭକାମନା, ମୀରାବାଇ ଚାନୁ ଆପଣଙ୍କ ସହ ଖୁବ୍‌ ସୁନ୍ଦର ସାକ୍ଷାତ, ସବୁବେଳେ ଅଭିନନ୍ଦନ! ଏହାପରେ ମୀରାବାଇ ତାଙ୍କ ଟ୍ୱିଟ୍ କୁ ରି-ପୋଷ୍ଟ କରି ଲେଖିଥିଲେ ଯେ "ଆପଣଙ୍କୁ ବହୁତ ଧନ୍ୟବାଦ @ ବିଙ୍ଗ ସଲମାନଖାନ ସାର୍। ମୁଁ ଆପଣଙ୍କର ଜଣେ ବଡ଼ ପ୍ରଶଂସକ ଏବଂ ଏହା ମୋ ପାଇଁ ଏକ ସ୍ୱପ୍ନ ପରି ଥିଲା।"

Bollywood News Mumbai
Advertisment
Advertisment