Advertisment

ପରଲୋକରେ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି।

ଅଦ୍ୟତନ ହୋଇଛି
Raju Srivastava Death

Comedian Raju Srivastav Passes Away

Advertisment

ଟିଭି ଇଣ୍ଡଷ୍ଟ୍ରି ଓ ବଲିଉଡ୍‌ ଜଗତର ପ୍ରସିଦ୍ଧ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ ଙ୍କ ପରଲୋକ। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର  ୫୮ ବର୍ଷ ହୋଇଥିଲା। ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ନେଇ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଗଷ୍ଟ ୧୦ ତାରିଖରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। 

Advertisment

ଜିମ୍‌ରେ ଥିବାବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହଠାତ୍‌ ତଳେ ପଡ଼ି ଯାଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏମ୍ସ ହସ୍ପିଟାଲ୍‌ରେ ୧୫ ଦିନ ରହିବା ପରେ ଅଗଷ୍ଟ ୨୫ ତାରିଖ ସକାଳେ ତାଙ୍କର ଚେତା ଫେରିଥିଲା। ଏହାପରେ ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ସମସ୍ତଙ୍କ ଆଶା ଓ ଭରସା ମଧ୍ୟ ଥିଲା ଯେ ରାଜୁ ଶ୍ରୀବାସ୍ତବଙ୍କ ହୋସ୍‌ ଫେରିବ ଓ ପୁଣିଥରେ ସେ ଲୋକଙ୍କୁ ତାଙ୍କ କମେଡି ମାଧ୍ୟମରେ ହସାଇବେ। ହେଲେ ଏବେ ତାଙ୍କ ବିୟୋଗ ଖବର ସମସ୍ତଙ୍କୁ ଏକ ପ୍ରକାର ସ୍ତବ୍ଧ କରି ଦେଇଛି।

ରାଜୁ ଶ୍ରୀବାସ୍ତବଙ୍କ ପରଲୋକରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଦେହାନ୍ତ ଖବର ଶୁଣି ଫ୍ୟାନ୍ସଙ୍କଠୁ ଆରମ୍ଭ କରି ସମସ୍ତଙ୍କୁ ଏକ ପ୍ରକାର ଝଟ୍‌କା ଲାଗିଛି। ଷ୍ଟାଣ୍ଡ୍‌ ଅପ୍ କମେଡିଆନ୍ ଭାବେ ରାଜୁ ଶ୍ରୀବାସ୍ତବ ବେଶ୍ ପରିଚିତ ଥିଲେ।

Advertisment

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, AIIMSର ଜଣେ ଡାକ୍ତର କହିଥିଲେ, ରାଜୁଙ୍କ ଚେତା ଫେରିବା ପାଇଁ ଦୁଇ ସପ୍ତାହରୁ ଅଧିକ ସମୟ ଲାଗିବ । ରାଜୁଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରୁଥିବା ବେଳେ ବିଗ୍ ବି ଅମିତାଭ୍‌ଙ୍କ ଅଡିଓ ମେସେଜ ରାଜୁଙ୍କ ପାଇଁ ସଂଜିବନୀ ସଦୃଶ ହୋଇପାରେ ବୋଲି ଡାକ୍ତରମାନେ ଆଶା ରଖିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ଅନେକ ସମୟରେ ଭଲ ପାଉଥିବା ଲୋକଙ୍କ ସ୍ୱର ଶୁଣିଲେ ରୋଗୀର ଚେତା ଫେରି ଆସିଥାଏ। 

ରାଜୁଙ୍କ ପରିବାରର ଅନୁରୋଧ କ୍ରମେ ଅମିତାଭ ଏକ ଅଡିଓ ମେସେଜ୍ ତିଆରି କରି ପଠାଇଥିଲେ। ଏଥିରେ ସେ କହିଥିଲେ...ବହୁତ ହୋଇଗଲା ରାଜୁ, ଏବେ ତୁମେ ଉଠି ଆସ...ଆମକୁ ହସିବାର କଳା ଶିଖେଇବ। ଡାକ୍ତରଙ୍କ ପରାମର୍ଶ କ୍ରମେ ରାଜୁଙ୍କୁ ଏହି ମେସେଜକୁ ଶୁଣାଯାଇଥିଲା। ଏହା ଦ୍ୱାରା କିଛି ଚମତ୍କାର ହୋଇପାରେ ବୋଲି ସମସ୍ତେ ଆଶା ରଖିଥିଲେ। ଶେଷରେ ତା ହିଁ ହୋଇଲା । ୧୫ ଦିନ ପରେ ରାଜୁ ଶ୍ରୀବାସ୍ତବଙ୍କ ଚେତା ମଧ୍ୟ ଫେରିଥିଲା। 

Advertisment

ଟିଭି ଇଣ୍ଡଷ୍ଟ୍ରିରେ ଜଣାଶୁଣା ଚେହେରା ହେଉଛନ୍ତି ରାଜୁ...

ରାଜୁ ଶ୍ରୀବାସ୍ତବ ଟିଭିରେ ଅନେକ ପପୁଲାର୍‌ ଶୋ’ରେ ଭାଗ ନେଇଥିଲେ। କମେଡି ମାଧ୍ୟମରେ ସେ ସବୁବେଳେ ଦର୍ଶକଙ୍କୁ ହସାଉଥିବା ଦେଖିବାକୁ  ମିଳିଥିଲା। ‘ବିଗ୍‌ ବସ୍‌’, ‘ଶକ୍ତିମାନ୍‌’, ‘ଦ ଗ୍ରେଟ ଇଣ୍ଡିଆନ୍‌ ଲାଫ୍ଟର୍‌ ଚ୍ୟାଲେଞ୍ଜ’, ‘କମେଡି ସର୍କସ୍‌’ ଓ ‘ଦ କପିଲ ଶର୍ମା’ ଶୋ’ରେ ରାଜୁ ଶ୍ରୀବାସ୍ତବଙ୍କୁ ଦେଖିବାକୁ ମିଳିଥିଲା। ଏତଦ୍‌ବ୍ୟତୀତ ସେ ଅନେକ ଶୋ’ରେ ମଧ୍ୟ ନଜର ଆସିଥିଲେ। ୨୦୧୪ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ। 

Bollywood Comedian Raju Srivastav Raju Srivastav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ