Advertisment

Pushpa 2 Stampede: ପୁଷ୍ପା-୨ ଖୁସିରେ ଲାଗିଲା ଗ୍ରହଣ ! ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ରୁଜୁ ହେଲା ମାମଲା

ପୁଷ୍ପା ନାଁରେ ରୁଜୁ ହୋଇଛି ମାମଲା। ରିଲ୍ ନୁହେଁ ରିୟଲ୍ ରେ ପୁଷ୍ପରାଜ୍ ଅର୍ଥାତ ଅଲ୍ଲୁ ଅର୍ଜୁନଙ୍କ ନାଁରେ ରୁଜୁ ହୋଇଛି କେସ୍। ଥିଏଟରରେ ସ୍କ୍ରିନିଂ ସମୟରେ ଯଦି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ତେବେ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇଛି ବୋଲି ମଧ୍ୟ ପ୍ରଶ୍ନ ହେଉଛି।

ଅଦ୍ୟତନ ହୋଇଛି
Pushpa 2 Premiere Stampede

Pushpa 2 Premiere Stampede

Advertisment

ହଲ୍‌ରେ ଧମାଲ୍ କରୁଛି ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା-୨ ଦ ରୁଲ୍’। ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ସୃଷ୍ଟି କରୁଛି। ତେବେ ଏହାରି ଭିତରେ ଅଡୁଆରେ ପଡିଛନ୍ତି ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନପୁଷ୍ପା ନାଁରେ ରୁଜୁ ହୋଇଛି ମାମଲା। ରିଲ୍ ନୁହେଁ ରିୟଲ୍ ରେ ପୁଷ୍ପରାଜ୍ ଅର୍ଥାତ ଅଲ୍ଲୁ ଅର୍ଜୁନଙ୍କ ନାଁରେ ରୁଜୁ ହୋଇଛି କେସ୍। ହାଇଦ୍ରାବାଦ ସଧ୍ୟା ଥିଏଟର୍ ବାହାରେ ପୁଷ୍ପା ଟୁ ଶୋ’ ବେଳେ ଦଳାଚକଟା ପରିସ୍ଥିତି ଉପୁଜୁଥିଲା। ଭିଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ସହ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ନେଇ ଅଲ୍ଲୁ ଅର୍ଜୁନ୍, କାର୍ଯ୍ୟକ୍ରମର ଆୟୋଜକ, ସିନେମା ହଲ୍ ମାଲିକଙ୍କ ନାଁରେ ମାମଲା ରୁଜୁ ହୋଇଛି।

Advertisment

ଅଭିଯୋଗ ଅନୁସାରେ ବିନା ଅନୁମତି ଓ ଆନୁସଙ୍ଗିକ ବ୍ୟବସ୍ଥା ନଥାଇ ପ୍ରିମିୟର୍ ଶୋ’ ଏଠି ହୋଇଥିବା ଅଭିଯୋଗ ରହିଛି। ଫଳରେ ହଠାତ୍ ଏତେ ପରିମାଣର ଭିଡ଼ ଜମିଥିଲା। ଏଥିରେ ଶ୍ୱାସରୁଦ୍ଧ ହୋଇ ୩୫ ବର୍ଷିୟା ରେବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୧୩ ବର୍ଷର ପୁଅ ଆହତ ହୋଇଛନ୍ତି। ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଥିଏଟରରେ ସ୍କ୍ରିନିଂ ସମୟରେ ଯଦି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ତେବେ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇଛି?

ପୋଲିସର ସୂଚନାନୁସାରେ, ଅଲ୍ଲୁ ଅର୍ଜୁନ ସୂଚନା ନଦେଇ ଥିଏଟରରେ ପହଞ୍ଚିଥିଲେ। ଏହି କାରଣରୁ ଦଳାଚକଟା ଘଟିଥିଲା ​​। ତାଙ୍କ ଆସିବା ନେଇ ଅଲୁ ଅର୍ଜୁନଙ୍କ ପକ୍ଷରୁ କୌଣସି ପୂର୍ବ ସୂଚନା ଦିଆଯାଇ ନଥିଲା। ଏହା ସତ୍ତ୍ୱେ, ତାଙ୍କ ବାଟକୁ ଅପେକ୍ଷା କରି ଏତେ ସଂଖ୍ୟକ ଜନସମାଗମ ହୋଇଥିଲା ଯେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଗଲା। କୁହାଯାଉଛି ଯେ ଅଲ୍ଲୁ ଅର୍ଜୁନଙ୍କ ଆସିବା ନେଇ କେବଳ ଥିଏଟର ମ୍ୟାନେଜମେଣ୍ଟ ଜାଣିଥିଲା, ତଥାପି ସେମାନେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିନଥିଲେ କିମ୍ବା ପୃଥକ ପ୍ରବେଶ ଏବଂ ପ୍ରସ୍ଥାନ ଫାଟକ ମଧ୍ୟ କରିନଥିଲେ।

Advertisment

ଡିସେମ୍ବର ୪ରେ, ରାତି ପ୍ରାୟ ୯ଟା ୩୦ରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦଙ୍କ ସହ ଥିଏଟରର ପ୍ରିମିୟର୍ ସୋ ପାଇଁ ପହଞ୍ଚିଥିଲେ । କୁହାଯାଉଛି ଯେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀମାନେ ଭିଡ଼ ଏଡାଇବା ପାଇଁ ଠେଲାପେଲା ଆରମ୍ଭ କରିଥିଲେ। ଏହି କାରଣରୁ ପୂର୍ବର ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ଫ୍ୟାନ୍ସମାନେ ଅଲ୍ଲୁ ଅର୍ଜୁନଙ୍କ ସହ ଭିରତରକୁ ଯିବାକୁ ଚେଷ୍ଟା କରିଥିଲେ। ଏହି କାରଣରୁ, ଥିଏଟରର ତଳ ବାଲକୋନୀରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଦଳାଚକଟା ଘଟିଲା।

ଏହି ଦଳଚକଟାରେ ରେବତୀ ଏବଂ ତାଙ୍କ ପୁଅ ଭିଡ଼ ଭିତରେ ଫସି ଯାଇଥିଲେ। ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ସେମାନଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲେ। ବହୁ ପରିଶ୍ରମ ପରେ ଉଭୟଙ୍କୁ ବାହାରକୁ ନିଆଯାଇଥିଲା | ମାତ୍ର ସେତେବେଳକୁ ସେମାନେ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ମହିଳାଙ୍କୁ ସିପିଆର୍ ଦିଆଯିବା ପରେ ତୁରନ୍ତ ଡାକ୍ତରଖାନା ପଠାଯାଇଥିଲା। ଶେଷରେ ରେବତୀଙ୍କୁ ଦୁର୍ଗାବାଇ ଦେଶମୁଖ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ତାଙ୍କ ପୁଅ ସେଠାରେ ଚିକିତ୍ସିତ ହେଉଛନ୍ତି। ସେ ବର୍ତ୍ତମାନ ବିପଦ ମୁକ୍ତ ଅଛନ୍ତି।

Advertisment

ଅଧିକ ପଢ଼ନ୍ତୁ: Pushpa 2 Stampede: ପୁଷ୍ପା-୨ ପ୍ରିମିୟର୍ ଶୋ’ରେ ଦଳାଚକଟା, ଚାଲିଗଲା ମହିଳାଙ୍କ ଜୀବନ

ଏହି ଦୁର୍ଘଟଣା ପରେ ମୃତକଙ୍କ ପରିବାର ଚିକଦପାଲି ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା ଧାରା ୧୦୫ ଏବଂ ୧୧୮ (୧) ଏବଂ ଧାରା ୩ (୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ସେଣ୍ଟ୍ରାଲ୍ ଜୋନ୍ ଡିସିପି ଅକ୍ଷୟ ଯାଦବ କହିଛନ୍ତି ଯେ ଅଭିଯୋଗ ଅନୁଯାୟୀ ଅଭିନେତା ଅଲ୍ଲୁ ଅର୍ଜୁନ, ଥିଏଟର ମ୍ୟାନେଜମେଣ୍ଟ ଏବଂ ତାଙ୍କ ସୁରକ୍ଷା ଦଳ ଏହି ମାମଲାରେ ଅଭିଯୁକ୍ତ ହୋଇଛନ୍ତି। ସେଦିନ ରାତିରେ ସେମାନଙ୍କ ସୁରକ୍ଷା ଟିମ୍‌ରେ କିଏ ଉପସ୍ଥିତ ଥିଲେ ଏବଂ କିଏ ଲୋକଙ୍କୁ ଠେଲି ଦେଇ ଏହି ପରିସ୍ଥିତିକୁ ଆଣିଥିଲେ ସେନେଇ ତଦନ୍ତ ଜାରି ରହିଛି। ସମସ୍ତ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି।

ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ପୁଷ୍ପା ୨: ଦ ରୁଲ୍’ ହେଉଛି ୨୦୨୧ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ପୁଷ୍ପା: ଦି ରାଇଜ୍’ର ସିକ୍ୱେଲ। ସୁକୁମାର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରଟି ଚନ୍ଦନକାଠ ମାଫିଆ ଷ୍ଟାଇଲ୍‌ରେ ପୁଷ୍ପା ରାଜଙ୍କ କାହାଣୀକୁ ଆଗକୁ ନେଇଛି । ଯେଉଁଠି କାହାଣୀ ସରିଥିଲା ସେଠୁ ପୁଣି ଆରମ୍ଭ ହେଉଛି ଫିଲ୍ମ । ଷ୍ଟାଇଲିସ୍ ଷ୍ଟାର ଅଲ୍ଲୁ ଅର୍ଜୁନ ପୁଷ୍ପରାଜ୍ ଭାବେ ହଠାତ୍ ଗାଏବ ହେଇ ଯିବା ଆଉ ପରେ ଏକ ମାସ୍ ଏଣ୍ଟ୍ରି ନେଇ ଫେରିବାକୁ ଅପେକ୍ଷା କରିଥିଲେ ଫ୍ୟାନ । ଏଠି ହିରୋ ବି ଅଲ୍ଲୁ ଆଉ ଭିଲେନ୍ ବି । ସିନେମାରେ ରଶ୍ମିକା ମନ୍ଦନା ଆଉ ଫାହାଦ୍ ଫସିଲ୍ ବି ମୁଖ୍ୟ ଭୂମିକାରେ ରିପିଟ୍ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ରିଲିଜ୍‌ ହେଲା ପୁଷ୍ପା-୨, ଫିଲ୍ମ ଦେଖିବାକୁ ସିନେମା ହଲ୍‌ରେ ପ୍ରବଳ ଭିଡ଼

Pushpa Stampede
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ