/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660362769.jpg)
Ranveer Singh
ଅଭିନେତା ରଣବୀର ସିଂଙ୍କ ପାଇଁ ବଢ଼ୁଛି ଅଡ଼ୁଆ ା ଥାନାରେ ହାଜର ହେବାକୁ ନୋଟିସ୍ କଲା ମୁମ୍ବାଇ ଚେମ୍ବୁର ପୋଲିସ୍ । ଅଗଷ୍ଟ ୨୨ରେ ସେ ଥାନାରେ ହାଜର ହୋଇ ନିଜ ପକ୍ଷ ରଖିବେ । ଏନେଇ ମୁମ୍ବାଇ ପୋଲିସ୍ ପକ୍ଷରୁ ତାଙ୍କ ବାସଭବନକୁ ଯାଇ ନୋଟିସ୍ କରାଯାଇଛି । ରଣବୀରଙ୍କ ନାଁରେ ଏକ ଏନ୍ଜିଓ ଥାନାରେ ମାମଲା ରୁଜୁ କରିଥିଲା । ଏନେଇ ଧାରା ୨୯୨, ୨୯୩ ଓ ସୂଚନା ପ୍ରଯୁକ୍ତି ଆଇନ୍ର ୫୦୯ରେ ଦଫାରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।
କିଛିଦିନ ପୂର୍ବରୁ ରଣବୀର ଏକ ପତ୍ରିକା ପାଇଁ ନିଜର ନଗ୍ନ ଫଟୋ ସୁଟ୍ କରିଥିଲେ । ଏହି ଫଟୋଟି ସଂପୃକ୍ତ ପତ୍ରିକାର କଭର ପେଜରେ ପ୍ରକାଶ ପାଇଥିଲା । ଏପରିକି କଭର ପେଜ୍ ଫଟୋକୁ ରଣବୀର ଇନଷ୍ଟାଗ୍ରାମର ନିଜ ପେଜ୍ରେ ଅପଲୋଡ୍ କରିଥିଲେ । ଘଟଣାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହେବା ସହ ଅସନ୍ତୋଷ ପ୍ରକାଶ ପାଇଥିଲା ।
ତେବେ ରଣବୀର ଯେହେତୁ ମୁମ୍ବାଇ ବାହାରେ ଅଛନ୍ତି ତେଣୁ ଚେମ୍ବୁର ପୋଲିସ ତାଙ୍କୁ ଏପର୍ଯ୍ୟନ୍ତ ସମନ କରି ନାହିଁ । ଅଗଷ୍ଟ ୧୬ରେ ଏକ ନୋଟିସ କରିବ ପୋଲିସ । ସେ ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କୁ ଅଗଷ୍ଟ ୨୨ରେ ପୋଲିସ ନିକଟରେ ହାଜର ହେବାକୁ ନୋଟିସ ଦିଆଯିବ । ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୫୦୯, ୨୯୨ ଏବଂ ୨୯୪ ଏବଂ ଆଇଟି ଆକ୍ଟର ଧାରା ୬୭ ଏ ଅନୁଯାୟୀ ରଣବୀର ସିଂହଙ୍କୁ ବୁକ୍ କରାଯାଇଛି । ଚେମ୍ବୁର ପୋଲିସ ଷ୍ଟେସନରେ ଏକ ଏନଜିଓର ଜଣେ କର୍ମଚାରୀ ଏବଂ ଜଣେ ମହିଳା ଓକିଲ ଅଭିଯୋଗ କରିଥିଲେ ।
ମହିଳାଙ୍କ ସ୍ୱାଭିମାନଙ୍କୁ ଆଘାତ ଦେଇଛନ୍ତି ରଣବୀର । ତାଙ୍କ ଫଟୋଗ୍ରାଫ୍ ମାଧ୍ୟମରେ ସେ ମହିଳାମାନଙ୍କ ସ୍ୱାଭିମାନଙ୍କୁ ଅପମାନିତ କରିଛନ୍ତି । ତେଣୁ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)