Advertisment

ଦିଲୀପ ଚାଲିଗଲେ, ଛାଡ଼ିଗଲେ ଅନେକ ସ୍ମୃତି

ଦିଲୀପ କୁମାରଙ୍କ ନିଧନ ସହ ବଲିଉଡରେ ଏକ ଯୁଗର ଅବସାନ ଘଟଛି। ୧୯୪୪ରୁ ୧୯୯୮ ଦୀର୍ଘ ୫ ଦଶନ୍ଧିରୁ ଅଧିକ ସମୟର ଫିଲ୍ମ କ୍ୟାରିୟରରେ ସେ ଛାଡ଼ିଯାଇଛନ୍ତି ଅନେକ ଅଲିଭା ସ୍ମୃତି। ଯାହାକୁ ଆଜି ମନେପକାଉଛନ୍ତି ତାଙ୍କର ଅଗଣିତ ପ୍ରଶଂସକ ଓ ଶୁଭେଚ୍ଛୁ।

author-image
Sarbeswar
ଅଦ୍ୟତନ ହୋଇଛି
ଦିଲୀପ ଚାଲିଗଲେ, ଛାଡ଼ିଗଲେ ଅନେକ ସ୍ମୃତି

Dilip Kumar

ନୂଆଦିଲ୍ଲୀ: ଦିଲୀପ କୁମାରଙ୍କ ନିଧନ ସହ ବଲିଉଡରେ ଏକ ଯୁଗର ଅବସାନ ଘଟଛି। ୧୯୪୪ରୁ ୧୯୯୮ ଦୀର୍ଘ ୫ ଦଶନ୍ଧିରୁ ଅଧିକ ସମୟର ଫିଲ୍ମ କ୍ୟାରିୟରରେ ସେ ଛାଡ଼ିଯାଇଛନ୍ତି ଅନେକ ଅଲିଭା ସ୍ମୃତି। ଯାହାକୁ ଆଜି ମନେପକାଉଛନ୍ତି ତାଙ୍କର ଅଗଣିତ ପ୍ରଶଂସକ ଓ ଶୁଭେଚ୍ଛୁ।

Advertisment

ସେ ଟ୍ରାଜେଡି କିଙ୍ଗ୍ ସହ ବଲିଉଡର ପ୍ରଥମ ଖାନ୍। ଅନ୍ୟତମ ପିତାମହ ପାକିସ୍ତାନ ପେଶାଓ୍ୱରରେ ଜନ୍ମିତ ମହମ୍ମଦ ୟୁସୁଫ୍ ଖାନ। ହେଲେ, ମୁମ୍ବାଇର ଓ୍ୱାନ୍ ଆଣ୍ଡ୍ ଓନ୍‌ଲି ଦିଲୀପ କୁମାର ଓରଫ୍ ଦିଲୀପ ସାବ୍ ରାଜ୍ କପୁର୍ ଓ ଦେବାନନ୍ଦଙ୍କ ସହ ସେ ବି ଥିଲେ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଧୁନିକତାର ଅନ୍ୟତମ ଶିଳ୍ପୀକାର। ୧୯୪୪ ଜ୍ୱାର୍ ଭାଟାରୁ ରୂପେଲି ପରଦାରେ ଯାତ୍ରା ଆରମ୍ଭ ହୋଇଥିଲେ ବି, ପ୍ରଥମ ସଫଳତା ମିଳେ ୧୯୪୭ ରିଲିଜ୍ ଜୁଗ୍ନୁରେ, ନୂର୍ ଜାହାଁଙ୍କ ଅପଜିଟରେ ।୧୯୪୮ ସହିଦ୍, ମେଲା ଓ ୧୯୪୯ର ଅନ୍ଦାଜ୍। ବଲିଉଡ଼୍‌ରେ ପ୍ରଥମେ ମେଥଡ୍ ଆକ୍ଟିଂ ଆରମ୍ଭ କରିଥିବା ଏହି ଅଭିନେତା, ନିଖୁଣ ଅଭିନୟ ପାଇଁ ୧୯୫୦ ବେଳକୁ ବନିଯାଇଥିଲେ ସବୁଠୁ ଦାମୀ କଳାକାର। ଦାଗ୍, ଦେବଦାସ, ଆଜାଦ୍, ନୟା ଦୌର୍ ଓ ମୁଗଲ୍-ଏ-ଆଜମ୍ । କେବଳ ଦିଲୀପଙ୍କ କ୍ୟାରିୟରର ନୁହେଁ, ଏସବୁ ହିନ୍ଦୀ ଚଳଚ୍ଚିତ୍ର ଇତିହାସର ଗୋଟିଏ ଗୋଟିଏ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗଙ୍ଗାଯମୁନା, ରାମ୍ ଔର୍ ଶ୍ୟାମ୍ ଠୁ... ୫ ବର୍ଷର ବିରତି ପରେ କ୍ରାନ୍ତି, ମଶାଲ୍ ଓ ସୌଦାଗର ପର୍ଯ୍ୟନ୍ତ ୫ ଦଶନ୍ଧିରେ କରିଛନ୍ତି ୬୫ରୁ ଅଧିକ ଫିଲ୍ମ କରିଛନ୍ତି ସେ। ୧୯୯୮ରେ ମୁକ୍ତିଲାଭ କରିଥିବା କିଲ୍ଲା ଥିଲା ତାଙ୍କର ଶେଷ ଫିଲ୍ମ।

Advertisment

ଲୁହ ଭିଜା ଆଖି, ଥରିଲା ଥରିଲା କଣ୍ଠ। କୁହାଯାଏ, ସେ ଫିଲ୍ମରୁ ଅବସର ନେଇଥିଲେ ବି, ତାଙ୍କ ଛାପ ଅତୁଟ ରହିଛି। ଅମିତାଭ ବଚ୍ଚନ ଓ ଶାହରୁଖ ଖାନଙ୍କ ଠାରେ ପ୍ରଥମ ଅଭିନେତା ଭାବେ ଫିଲ୍ମ ଫେୟାର୍ ଆଓ୍ୱାର୍ଡ ପାଇଥିବା ଦିଲୀପ୍ କୁମାର ଲାଇଫ୍ ଟାଇମ୍ ଆଚିଭମେଂଟ୍‌କୁ ମିଶାଇ ମୋଟ ୧୦ଟି ଫିଲ୍ମ ଫେୟାର୍ ଆଓ୍ୱାର୍ଡ ପାଇଛନ୍ତି। ତା ସହ ଆଇଫା, ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଦାଦା ସାହେବ୍ ଫାଲରେ ଆୱାର୍ଡ଼ ଦିଲୀପଙ୍କ ନାଁରେ ରହିଛି। ସବୁଠୁ ଅଧିକ ପୁରସ୍କାର ପାଇଥିବା ଭାରତୀୟ ଅଭିନେତା ଭାବେ ଗିନିଜ୍ ବୁକ୍ ଅଫ୍ ଓ୍ୱାଲ୍ଡ ରେକର୍ଡ ଭାରତରେ ପଦ୍ମ ଭୂଷଣ ଓ ପଦ୍ମବିଭୂଷଣ ସହ ସେ ପାକିସ୍ତାନର ନିଶାନ୍-ଏ-ଇମ୍ତିଆଜ୍ ସମ୍ମାନର ବି ଅଧିକାରୀ। ରୂପେଲି ପରଦାରୁ ଅବସର ପରେ ୨୦୦୦ ମସିହାରେ ସେ କଂଗ୍ରେସ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ରୋଚକ କଥା ହେଉଛି, ୧୯୯୬ରେ ନିର୍ମିତ ଫିଲ୍ମ କଳିଙ୍ଗ ଥିଲା ଦିଲୀପ କୁମାରଙ୍କ ପ୍ରଥମ ଓ ଶେଷ ନିର୍ଦ୍ଦେଶିତ ଫିଲ୍ମ ଏହାକୁ ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ ବୋଲି କୁହାଯାଏ, ଯାହାକି ଏବେବି ମୁକ୍ତିଲାଭ ଅପେକ୍ଷାରେ।

India Bollywood Actor Dilip Kumar
Advertisment
Advertisment