Advertisment

ପଞ୍ଜି ସ୍କାମ୍‌ରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ୯୭ କୋଟିର ସମ୍ପତ୍ତି ଜବତ କଲା ED

ରାଜ କୁନ୍ଦ୍ରାଙ୍କ ସହ ଶିଳ୍ପା ସେଟ୍ଟୀଙ୍କ ନାଁ ମଧ୍ୟ କିଛି ସ୍ଥାନରେ ଉଠୁଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ED seized Raj Kundra's Properties

Raj Kundra

ଆମେ ସମସ୍ତେ ଜାଣିଛନ୍ତି ବଲିଉଡ୍‌ ସୁନ୍ଦରୀ ଶିଳ୍ପା ସେଟ୍ଟୀଙ୍କୁ । ୯୦ ଦଶକର ହିଟ୍‌ ହିରୋଇନ୍‌ ହେଉଛନ୍ତି ଶିଳ୍ପା । ସମସ୍ତଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ଛାପ ସୃଷ୍ଟି କରିଛନ୍ତି । ଏବେ ବି ତାଙ୍କୁ ଲୋକେ ତାଙ୍କ ଚୁଲବୁଲି ଅଭିନୟ ପାଇଁ ମନେ ରଖିଛନ୍ତି । ଏମିତିରେ ସେ ଏବେ ବି ବଲିଉଡ୍‌ରେ ସକ୍ରିୟ ଅଛନ୍ତି । ବିଭିନ୍ନ ରିଅଲିଟି ସୋ’ରେ ସେ ଜଜ୍‌ ଭାବେ ବସୁଛନ୍ତି ।

Advertisment

ତେବେ ଶିଳ୍ପ ସେଟ୍ଟୀ ନିର୍ବିବାଦୀୟ ଭାବେ ଆଗକୁ ବଢ଼ୁଥିବା ବେଳେ କିଛି ଦିନ ପୂର୍ବେ ଏଥିରେ ବ୍ରେକ୍‌ ଲଗାଇଥିଲେ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରୁଥିବା ମାମଲାରେ ରାଜ କୁନ୍ଦ୍ରାଙ୍କୁ ପୋଲିସ ଗିରଫ କରିଥିଲା । ସେବେଠୁ ରାଜ କୁନ୍ଦ୍ରାଙ୍କ ସହ ଶିଳ୍ପା ସେଟ୍ଟୀଙ୍କ ନାଁ ମଧ୍ୟ କିଛି ସ୍ଥାନରେ ଉଠୁଛି ।

ଏବେ ପୁଣି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କୁ ଲାଗିଛି ଶକ୍ତ ଝଟକା। ରାଜଙ୍କ ୯୭. ୭୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି। ଏହା ମଧ୍ୟରେ ବହୁ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଜଣାଯାଇଛି। ବିଟ କଏନ ପଞ୍ଜି ସ୍କାମରେ ଜଡ଼ିତ ଥିବା ରାଜଙ୍କ ବିରୋଧରେ ଏପରି ଆକ୍ସନ ନେଇଛି ଇଡି। ଜବତ ସମ୍ପତ୍ତି ମଧ୍ୟରେ ଜୁହୁସ୍ଥିତ ଏକ ଫ୍ଲାଟ, ପୁଣେରେ ଥିବା ଏକ ବଙ୍ଗଳା ଓ ରାଜଙ୍କ ନାମରେ ଥିବା ଇକ୍ୟୁଟି ଶେୟାର ରହିଛି। ଜୁହୁସ୍ଥିତ ଫ୍ଲାଟ ରାଜଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପାଙ୍କ ନାଁରେ ଥିବା ଜଣାଯାଇଛି।

Advertisment

ପ୍ରଥମେ Variable Tech Private Limited ନାମକ ସଂସ୍ଥା ନାଁରେ ମହାରାଷ୍ଟ୍ର ପୁଲିସ୍‌ ଓ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ପରେ ଏହି ମାମଲାର ତଦନ୍ତ ଭାର ଇଡି ହାତକୁ ଚାଲି ଯାଇଥିଲା। ଏହି ମାମଲାରେ ପ୍ରଥମେ ସ୍ୱର୍ଗତ ଅମିତ ଭରଦ୍ୱାଜ, ଅଜୟ ଭରଦ୍ୱାଜ, ବିବେକ ଭରଦ୍ୱାଜ, ସିମ୍ପି ଭରଦ୍ୱାଜ, ମହେନ୍ଦ୍ର ଭରଦ୍ୱାଜ ପ୍ରମୁଖ ଅଭିଯୁକ୍ତ ଥିଲେ।

Raj Kundra Celebrity
Advertisment
Advertisment