Advertisment

ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି ଅମୀର ଖାନ ? ଚର୍ଚ୍ଚା ଜୋରଦାର୍ . . .

ଫିଲ୍ମ ସହ ଅମୀର ଖାନ କୁଆଡେ ତୃତୀୟ ବିବାହକୁ ନେଇ ବ୍ୟସ୍ତ ଥିବା କୁହାଯାଉଛି । ଫିଲ୍ମ ରିଲିଜ ପରେ ସେ ନିଜ ତୃତୀୟ ବିବାହ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଫିଲ୍ମ ରିଲିଜରେ ଯେମିତି କିଛି ବାଧା ନ ଆସେ ସେଥିପାଇଁ ଅମୀର ଏବେ ବିବାହକୁ ନେଇ ଘୋଷଣା କରୁ ନାହାନ୍ତି ବୋଲି ଶୁଣାଯାଉଛି

author-image
Prangyan Parimita
ଅଦ୍ୟତନ ହୋଇଛି
amir

amir

ବାହା ହେବେ ମିଷ୍ଟର ପରଫେକ୍ସନିଷ୍ଟ । ପୁଣି ହାତକୁ ଦି ହାତ ହେବେ ଅମୀର ଖାନ। ବଲିଉଡରେ ଏମିତି ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି କୋ-ଷ୍ଟାରଙ୍କୁ ନେଇ ଘର ସଂସାର କରିବାକୁ ଚାହୁଁଛନ୍ତି ଅମୀର । ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ ଆଉ ଥରେ ବିବାହ କରିବାକୁ ଯାଉଛନ୍ତି। ଏହି ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

Advertisment

ବିବାହର ୧୫ ବର୍ଷ ପରେ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ଠାରୁ ଅଲଗା ହେବା ପରେ ଅଭିନେତା ଅମୀରଙ୍କ ତୃତୀୟ ବିବାହ ଖବର ଶୁଣିବାକୁ ମିଳୁଛି । ନିଜର ଜଣେ କୋ-ଷ୍ଟାରଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି । ବଲିଉଡ ଲାଇଫ ରିପୋର୍ଟ ଅନୁସାରେ ଏବେ ଅମୀର ଖାନ ନିଜର ଅପକମିଙ୍ଗ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ପାଇଁ ବ୍ୟସ୍ତ ଅଛନ୍ତି । ପ୍ରଶଂସକମାନେ ଫିଲ୍ମ କେବେ ଆସିବ, ତାହାକୁ ଅପେକ୍ଷା କରି ବସିଥିବା ବେଳେ ଆମୀରଙ୍କ ବିବାହ ଖବର ଶୁଣି ତାଜୁବ ହୋଇ ଯାଇଛନ୍ତି । ଫିଲ୍ମ ‘ଲାଲ ସିଂହ ଚଡ୍ଡା’ରେ ଅମୀର ଖାନଙ୍କ ସହ କରିନା କପୁର ନଜର ଆସିବେ।

ଫିଲ୍ମ ସହ ଅମୀର ଖାନ କୁଆଡେ ତୃତୀୟ ବିବାହକୁ ନେଇ ବ୍ୟସ୍ତ ଥିବା କୁହାଯାଉଛି । ଫିଲ୍ମ ରିଲିଜ ପରେ ସେ ନିଜ ତୃତୀୟ ବିବାହ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଫିଲ୍ମ ରିଲିଜରେ ଯେମିତି କିଛି ବାଧା ନ ଆସେ ସେଥିପାଇଁ ଆମୀର ଏବେ ବିବାହକୁ ନେଇ ଘୋଷଣା କରୁ ନାହାନ୍ତି ବୋଲି ଶୁଣାଯାଉଛି । ତେବେ ଏସବୁ ଖବରରେ କେତେ ସତ୍ୟତା ଅଛି ତାହା ଆଗାମୀ ଦିନରେ ଜଣାପଡିବ ।

Advertisment

ଅମୀର ଖାନ ପ୍ରଥମେ ରୀନା ଦତ୍ତାଙ୍କୁ ବିବାହ କରିଥିଲେ। ମାତ୍ର କେଇ ବର୍ଷ ପରେ ରୀନାଙ୍କ ଠାରୁ ଅଲଗା ହେବା ପରେ ୨୦୦୫ରେ ସେ କିରଣ ରାଓଙ୍କୁ ବିବାହ କରିଥିଲେ। ଅମୀର ଓ କିରଣଙ୍କ ଗୋଟିଏ ପୁଅ ଥିବା ବେଳେ ଗତ ୨୦୨୧ ମସିହାରେ ଦୁହେଁ ଅଲଗା ହୋଇ ଯାଇଛନ୍ତି। ବିବାହର ୧୫ ବର୍ଷ ପରେ ରୀନାଙ୍କ ଠାରୁ ଅଲଗା ହୋଇ ବି ଦୁହେଁ ଭଲ ବନ୍ଧୁ ହୋଇ ରହି ଆସୁଛନ୍ତି ।

Aamir Khan
Advertisment
Advertisment