/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661346394.jpg)
Ranveer Kapoor
କ୍ଷମା ମାଗିଲେ ରଣବୀର କପୁର । ପତ୍ନୀ ଆଲିଆ ଭଟ୍ଟଙ୍କୁ ନେଇ ରଣବୀର ଯେଉଁ ମନ୍ତବ୍ୟ ଦେଇଥିଲେ, ସେଥିପାଇଁ ସେ ଏବେ ସର୍ବସମ୍ମୁଖରେ ଗଣମାଧ୍ୟମ ଆଗରେ କ୍ଷମା ମାଗିଛନ୍ତି । କିଛି ଦିନ ପୂର୍ବରୁ ଆଲିଆଙ୍କ ବେବି ବମ୍ପକୁ ନେଇ କମେଣ୍ଟ କରିଥିଲେ ରଣବୀର । ତାଙ୍କର ଲୁକ୍ସ ଆଉ ବଡି ଲାଙ୍ଗୁଏଜ୍କୁ ନେଇ ରଣବୀର ତାତ୍ସଲ୍ୟ କଲା ଭଳି ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଅନେକ କ୍ଷେତ୍ରରେ ଅସନ୍ତୋଷ ଦେଖାଦେଇଥିଲା । ସୋସିଆଲ ମିଡିଆରେ ତାଙ୍କୁ ନେଇ ଢ଼େର ଚର୍ଚ୍ଚା ମଧ୍ୟ ହୋଇଛି ।
ବୁଧବାର ଏସ୍ଏସ୍ ରାଜାମୌଲି ଓ ନାଗାର୍ଜୁନଙ୍କ ସହ ଚେନ୍ନାଇରେ ‘ବ୍ରହ୍ମାସ୍ତ୍ର’ର ପ୍ରମୋସନ କରିବାକୁ ଯାଇଥିବା ବେଳେ ସେଠାରେ ସାମ୍ବାଦିକଙ୍କ ପ୍ରଶ୍ନ ବାଣର ଶିକାର ହୋଇଥିଲେ ରଣାବୀର । ପତ୍ନୀ ଆଲିଆଙ୍କୁ ନେଇ ଦେଇଥିବା ବୟାନ ଉପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଆଉ ଏହାର ଉତ୍ତରରେ ରଣବୀର କହିଥିଲେ ଯେ, ‘ଏଥିପାଇଁ ମୁଁ କ୍ଷମା ମାଗୁଛି । ଯାହା ବି ହୋଇଛି ସେଥିପାଇଁ ମୁଁ ଦୁଃଖିତ । ମୋର ସେନ୍ସ ଅଫ୍ ହ୍ୟୁମର ନାହିଁ । ମୋର ସେହି କଥା କାହାରିକୁ କଷ୍ଟ ଦେବା ଉଦେଶ୍ୟରେ ନଥିଲା । ଏକ ଜୋକ୍ କରିବା ଉଦେଶ୍ରରେ ମୁଁ ଏହା କହିଥିଲି । କିନ୍ତୁ ତାହା ଭାରି ଖରାପ ଜୋକ୍ ଥିଲା । କାହାରିକୁ ସେଥିରେ ହସ ଲାଗିଲାନି । ମୁଁ ଆଲିଆଙ୍କୁ ଯେମିତି ବି ପରିସ୍ଥିତିରେ ଭଲ ପାଏ । ଏହି ଘଟଣାକୁ ନେଇ ମୁଁ ଆଲିଙ୍କ ସହ ଆଲୋଚନା କରିଥିଲି, ସେ ମୋ କଥା ଶୁଣିଲେ ଆଉ ହସରେ ଉଡ଼େଇଦେଲେ । ତାଙ୍କୁ ମୋର ମନ୍ତବ୍ୟ ନେଇ କିଛି ବି ଫରକ ପଡ଼ି ନାହିଁ ।
ସେପ୍ଟେମ୍ବର ୯ରେ ମୁକ୍ତିଲାଭ କରିବ 'ବ୍ରହ୍ମାସ୍ତ୍ର'
ରଣବୀର ଓ ଆଲିଆଙ୍କ କାମକୁ ନେଇ ଯଦି କହିବା ତେବେ ସେମାନେ ‘ବ୍ରହ୍ମାସ୍ତ୍ର’ରେ ପ୍ରଥମ ଥର ପାଇଁ ଏକାଠି ବଡ଼ ପରଦାରେ ନଜର ଆସିବେ । ପ୍ରଥମେ ଥର ପାଇଁ ସେମାନେ ସ୍କ୍ରିନ୍ ସେୟାର କରିବେ । ଏଥିରେ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୁନି ରୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ । ଫିଲ୍ମ ୯ ସେପ୍ଟେମ୍ବରରେ ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)