Advertisment

Happy Birthday: ଦିନେ ଶ୍ୟାମଳ ରଙ୍ଗ ଯୋଗୁ ହେଉଥିଲେ ଲୋକହସା; ଆଜି ବ୍ଲାକ୍ ବିୟୁଟି

ଆଜି ବଲିଉଡର ବ୍ଲାକ୍ ବିୟୁଟି ଅଭିନେତ୍ରୀ ବିପାଶା ବସୁଙ୍କ ଜନ୍ମଦିନ। ବିପାଶା ୭ ଜାନୁୟାରୀ ୧୯୭୯ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବିପାଶା ହୁଏତ ଅନେକ ବର୍ଷ ଧରି ଚଳଚ୍ଚିତ୍ରରେ କାମ କରି ନାହାନ୍ତି, କିନ୍ତୁ ଜୀବନଶୈଳୀ ଦୃଷ୍ଟିରୁ ସେ କାହାଠାରୁ କମ୍‌ରେ ନାହାନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Interesting Facts About Bipasha Basu Birthday Special

Bipasha basu birthday special interesting facts about her

ଆଜି ବଲିଉଡର ବ୍ଲାକ୍ ବିୟୁଟି ଅଭିନେତ୍ରୀ ବିପାଶା ବସୁଙ୍କ ଜନ୍ମଦିନ। ବିପାଶା ୭ ଜାନୁୟାରୀ ୧୯୭୯ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବିପାଶା ହୁଏତ ଅନେକ ବର୍ଷ ଧରି ଚଳଚ୍ଚିତ୍ରରେ କାମ କରି ନାହାନ୍ତି, କିନ୍ତୁ ଜୀବନଶୈଳୀ ଦୃଷ୍ଟିରୁ ସେ କାହାଠାରୁ କମ୍‌ରେ ନାହାନ୍ତି। ସେ ମାତ୍ର ୧୭ ବର୍ଷ ବୟସରେ ନିଜର ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ।

Advertisment

ଦୁଇ ଦଶନ୍ଧି ଧରି ଚାଲିଥିବା କ୍ୟାରିଅରରେ ବିପାଶା ଅନେକ ଫିଲ୍ମରେ କାମ କରିଛନ୍ତି ଯେଉଁଥିରେ ତାଙ୍କ ଭୂମିକାକୁ ବହୁ ପ୍ରଶଂସା କରାଯାଇଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଲାଦିନେ ତାଙ୍କୁ କେହି ପସନ୍ଦ କରୁ ନଥିଲେ କାରଣ ସେ ଖୁବ କଳା ଓ ମୋଟା ଥିଲେ। ଆଲାମ କଲେଜରେ ମଧ୍ୟ ତାଙ୍କ ସାଙ୍ଗମାନେ ତାଙ୍କର କଳା ରଙ୍ଗ ପାଇଁ ତାଙ୍କୁ ଥଟ୍ଟା କରୁଥିଲେ।

ବଲିଉଡରେ ଡେବ୍ୟୁ:

୨୦୦୧ ରେ ଥ୍ରୀଲର ଫିଲ୍ମ ‘ଅଜନବୀ’ ସହିତ ବିପାଶା ବଲିଉଡ୍‌ ରେ ଡେବ୍ୟୁ କରିଥିଲେ। ସେ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ମହିଳା ଡେବ୍ୟୁ ପାଇଁ ଫିଲ୍ମଫେୟାର ପୁରସ୍କାର ଗ୍ରହଣ କରିଥିଲେ। ଏହା ପରେ ସେ ସୁପରହିଟ୍ ହରର୍ ଫିଲ 'ରାଜ୍' (୨୦୦୨) ରେ କାମ କରିଥିଲେ। ଏହି ଫିଲ୍ମ ତାଙ୍କ କ୍ୟାରିୟରର ମୋଡ଼ ବଦଳାଇଥିଲା। ଏହା ପରେ ବିପାଶା ଏହି ଧାରାର ଅନେକ ଚଳଚ୍ଚିତ୍ର କରିଥିଲେ। ଆଜି ବି ବିପାଶା ହରର ଚଳଚ୍ଚିତ୍ର ପାଇଁ ପ୍ରଥମ ପସନ୍ଦ।

Advertisment

ବ୍ୟକ୍ତିଗତ ଜୀବନ:

Bipasha basu birthday special interesting facts about her(ବିପାଶା ଓ ଡିନୋ ମୋରିଆ)

ବିପାଶା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଖୁବ୍ ଚର୍ଚ୍ଚାରେ ରୁହନ୍ତି। ପୂର୍ବରୁ ତାଙ୍କର ଅଭିନେତା ଡିନୋ ମୋରିଆଙ୍କ ସହ ସମ୍ପର୍କ ଥିଲା, ପରେ ସେ ଜନ୍ ଆବ୍ରାହମ୍‌ଙ୍କ ସହ ଦୀର୍ଘ ସମୟ ଧରି ସମ୍ପର୍କ ରଖିଥିଲେ। ପ୍ରାୟ ୯ ବର୍ଷ ପରେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। କିଛି ବର୍ଷ ପରେ, ସେ ହରମାନ ବାୱେଜାଙ୍କୁ ଡେଟ୍‌ କରିଥିଲେ ଏବଂ ଶେଷରେ ଟିଭି ଅଭିନେତା କରଣ ସିଂହ ଗ୍ରୋଭରଙ୍କୁ ବିବାହ କରିଥିଲେ।

Bipasha basu birthday special interesting facts about her(ବିପାଶା ଓ ଜନ୍‌ ଆବ୍ରାହମ୍)

କଳା ରଙ୍ଗ ପାଇଁ ଚର୍ଚ୍ଚା:

ଯେତେବେଳେ ବିପାଶା ସୁପର୍‌ମଡେଲ୍‌ ପ୍ରତିଯୋଗିତାରେ ଜିତିଥିଲେ ସେତେବେଳେ ସେ ଏକ ପୋଷ୍ଟରେ କହିଥିଲେ। ପ୍ରତ୍ୟେକ ଖବରକାଗଜରେ ଖବର ପ୍ରକାଶ ପାଇଲା ଯେ କୋଲକାତାର ଶ୍ୟାମଳୀ ଝିଅ ବିଜେତା ହେଲେ। ମୋର ପ୍ରତିଭା କେହି ଦେଖିଲେ ନାହିଁ। ଏପରିକି ମୋ ଘରେ ମୋର ରଙ୍ଗକୁ ନେଇ ଚର୍ଚ୍ଚା ହେଉଥିଲ। ମୋର କଳା ରଙ୍ଗ ହେତୁ ମୋତେ ଅନ୍ୟ ଅଭିନେତ୍ରୀମାନଙ୍କଠାରୁ ଭିନ୍ନ ବିବେଚନା କରାଯାଉଥିଲା।

Bipasha basu birthday special interesting facts about her(ବିପାଶା ଓ ହରମନ ବାୱେଜା)

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ କଲା ବିପାଶାଙ୍କ ବେବି ବମ୍ପ୍‌ ଫଟୋ, ଲୋକେ କଲେ ଟ୍ରୋଲ୍

କମ ଚଳଚ୍ଚିତ୍ର କିନ୍ତୁ ରୋଜଗାର ବଡ:

ମୁମ୍ବାଇର ପୋଶ ଅଞ୍ଚଳରେ ବିପାଶାଙ୍କର କୋଟି କୋଟି ଟଙ୍କାର ଦୁଇଟି ଘର ଅଛି। ଏଠାରେ ସେ ତାଙ୍କ ସ୍ୱାମୀ କରଣଙ୍କ ସହିତ ରୁହନ୍ତି। ବିପାଶାଙ୍କ ପାଖରେ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀର ବିଜ୍ଞାପନ ଅଛି। ସେ ଏସବୁ ମାଧ୍ୟମରେ ରୋଜଗାର ଜାରି ରଖିଛନ୍ତି। ଚଳଚ୍ଚିତ୍ରଠାରୁ ଦୂରରେ ଥିବା ବିପାଶାଙ୍କୁ ଅନେକ ସମୟରେ କରଣ ସିଂହ ଗ୍ରୋଭରଙ୍କ ସହ ଛୁଟିକାଟୁଥିବା ଦେଖିବାକୁ ମିଳିଥାଏ।

Bipasha basu birthday special interesting facts about her(ରୋମାଣ୍ଟିକ୍ ମୁଡ୍‌ରେ ସ୍ୱାମୀ କରଣଙ୍କ ସହ ବିପାଶା)
Bipasha Basu Happy Birthday Bollywood
Advertisment
Advertisment