Advertisment

ବୈଷୟିକ ତ୍ରୁଟି ଦର୍ଶାଇ ସନ୍ନି ଦେଓଲଙ୍କ ଘର ନିଲାମ ନୋଟିସ୍‌କୁ ପ୍ରତ୍ୟାହାର କଲା ବ୍ୟାଙ୍କ

ବୈଷୟିକ ତ୍ରୁଟିଜନିତ କାରଣରୁ ପୂର୍ବରୁ ଜାରି ହୋଇଥିବା ନୋଟିସକୁ ରଦ୍ଦ କରାଯାଇଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
sunny deol’s Juhu bungalow auction notice withdrawn

Sunny Deol

ଗଦର -୨ ଫେମ୍ ସନ୍ନି ଦେଓଲଙ୍କୁ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଦିଆଯାଇଥିବା ଘର ନିଲାମ ନୋଟିସ୍‌କୁ ପ୍ରତ୍ୟାହାର କରି ନିଆଯାଇଛି । ସନିଙ୍କ ମୁମ୍ବାଇର ଜୁହୁ ସ୍ଥିତ ବଙ୍ଗଳା ଉପରେ ଥିବା ୫୬ କୋଟି ଟଙ୍କାର ଋଣ ବାକିଆ ଥିବାରୁ ଏହି ନୋଟିସ୍ ଦିଆଯାଇଥିଲା ।

Advertisment

ଏହି ନୋଟିସ୍‌କୁ ବର୍ତ୍ତମାନ ପାଇଁ ବୈଷୟିକ ତ୍ରୁଟି ପାଇଁ ପ୍ରତ୍ୟାହାର କରି ନିଆଯାଉଛି ବୋଲି ସଂପୃକ୍ତ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ତେବେ ଋଣ ଶୁଝିବା ନେଇ ଅନ୍ୟ କୌଣସି ସୂଚନା ବ୍ୟାଙ୍କ ପକ୍ଷରୁ ଦିଆଯାଇନାହିଁ ।

ଅଧିକ ପଢ଼ନ୍ତୁ: କମାଲ୍‌ କରିଦେଲେ ଓଡ଼ିଆ ପୁଅ : ଗଦର-୨ରେ ମଚାଉଛନ୍ତି ଧମାଲ

ଗଦର-୨ ର ଆଶାତୀତ ସଫଳତା ପରେ ସନ୍ନି ପ୍ରେମୀ ଉତ୍ସାହିତ ହୋଇପଡ଼ିଥିବା ବେଳେ ଘର ନିଲାମ ଖବର ସେମାନଙ୍କୁ ଦୁଃଖ ଦେଇଥିଲା। ତେବେ ବ୍ୟାଙ୍କ ପକ୍ଷରୁ ନୋଟିସ୍ ପ୍ରତ୍ୟାହାର ପରେ ସନି ପ୍ରେମୀଙ୍କ ମହଲରେ ଆଶ୍ୱସ୍ତି ଆଣି ଦେଇଛି।

Advertisment

ବ୍ୟାଙ୍କ ସନ୍ନିଙ୍କ ସହ ତାଙ୍କ ଭାଇ ବବି ଦେଓଲ୍ ଓ ବାପା ଧର୍ମେନ୍ଦ୍ର ଓ ସନିଙ୍କ କଂପାନୀକୁ ବି ନୋଟିସ୍ ପଠାଇଛି। ତେବେ ଖୁବ୍ ଶୀଘ୍ର ଏହି ଋଣ ଶୁଝିଦେବେ ବୋଲି ସନ୍ନିଙ୍କ ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: ଖୁବ୍ ଶୀଘ୍ର ଆସିବ 'ଗଦର ୩'; ପୁଣି ବୁଲିବ ତାରା ସିଂହଙ୍କ ହାତୁଡି

Sunny Deol
Advertisment
Advertisment