Advertisment

ସାମ୍ନାକୁ ଆସିଲା ବାବୁସାନ-ପ୍ରକୃତିଙ୍କ ଭାଇରାଲ ଅଡିଓ କଲ୍ !

'ତୋ ଗୋଡ଼ ଧରିକି ସରି'... 'I Love You ବାଏ'

author-image
Chandan Shishu
ଅଦ୍ୟତନ ହୋଇଛି
 Babushan Mohanty Prakruti Mishra

Babushan Mohanty Prakruti Mishra

ସାମ୍ନାକୁ ଆସିଲା ବାବୁସାନ-ପ୍ରକୃତିଙ୍କ ଭାଇରାଲ ଅଡିଓ କଲ୍.. ଏଥିରେ କିଏ କଣ କହୁଛନ୍ତି ନିଜେ ଶୁଣନ୍ତୁ.. ତେବେ ଭାଇରାଲ ହେଉଥିବା ଏ ଅଡିଓର ସତ୍ୟାସତ୍ୟ ଜଣାପଡ଼ିନଥିବା ବେଳେ ଉଭୟଙ୍କ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ। ଅଡିଓରେ 'ତୋ ଗୋଡ଼ ଧରିକି ସରି'... 'I Love You ବାଏ' କହୁଥିବା ଜଣାପଡୁଛି। ଏପରିକି ବାବୁସାନ୍ ପ୍ରକୃତିଙ୍କୁ କ୍ଷମା ମାଗୁଥିବା ଜଣାପଡ଼ିଛି। 

Advertisment

ସେପଟେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ବାବୁସାନ। ହାଇକୋର୍ଟରେ ବାବୁସାନ ଆଗୁଆ ଜାମିନ ଆବେଦନ କରିଛନ୍ତି। ପତ୍ନୀଙ୍କ ପକ୍ଷରୁ ଦାୟର ମାମଲାରେ ଅଭିଯୁକ୍ତ ଅଛନ୍ତି ବାବୁସାନ। ବାବୁସାନଙ୍କ ନାଁରେ ଦଫା ୪୯୮(କ), ୫୦୬ରେ ମାମଲା ହୋଇଛି ।

 ଭୁବନେଶ୍ୱରରେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଟଣାଓଟରା କରିବାର ଭିଜୁଆଲ ଭାଇରାଲ ହେବା ପରେ ବାବୁସାନ ଚେନ୍ନାଇ ଯାଇଥିଲେ। ଏକ ଫିଲ୍ମର ପ୍ରମୋସନ ପାଇଁ ସେ ଚେନ୍ନାଇ ଯାଇଛନ୍ତି ବୋଲି କୁହାଯାଇଥିଲା। ଚେନ୍ନାଇରୁ ଫେରି ସିଧା ନିଜ ଘରକୁ ଯାଇଥିଲେ ବାବୁସାନ। ପରିବାର ପକ୍ଷରୁ କୁହାଯାଇଥିଲା ତାଙ୍କ ଦେହ ଟିକେ ଭଲ ନାହିଁ। ଭଲ ହେବା ପରେ ଗଣମାଧ୍ୟମ ସାମ୍ନାକୁ ଆସିବେ। 

Advertisment
Prakruti Mishra Babushan Mohanty Prakruti Mishra Babushaan Mohanty
Advertisment
Advertisment