Advertisment

Sonu Nigam Concert: କନସର୍ଟ ମଝିରେ ଟେକା ଫୋପାଡିଲେ ଦର୍ଶକ

ସୋନୁ ନିଗମ୍ ଦିଲ୍ଲୀ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟି (DTU)ରେ ଆୟୋଜିତ ଏଞ୍ଜିଫେଷ୍ଟ ୨୦୨୫ ସମୟରେ ଏକ କନସର୍ଟ ମଝିରେ ରୋକିଥିଲେ। କିଛି ଦର୍ଶକ ତାଙ୍କ ଉପରକୁ ଟେକା ପଥର ଏବଂ ବୋତଲ ଫିଙ୍ଗିଥିଲେ। ଏହି ଘଟଣା ରବିବାର ଦିନ ଘଟିଥିଲା। ଟେକା ଓ ବୋତଲ ମାଡ ସତ୍ତ୍ବେ ସୋନୁ ଶାନ୍ତ ରହିଥିଲେ। ଏପରିକି ଦର୍ଶକଙ୍କୁ ଅନୁରୋଧ କରି କହିଥିଲେ, "ମୁଁ ଆପଣମାନଙ୍କ ପାଇଁ ଗୀତ ଗାଇବାକୁ ଏଠାକୁ ଆସିଛି। ଦୟାକରି ଏପରି କରନ୍ତୁ ନାହିଁ।"

ଅଦ୍ୟତନ ହୋଇଛି
sonu

ତଥାପି, ପରିସ୍ଥିତି ନିୟନ୍ତ୍ରଣରେ ନ ରହିବାରୁ ସେ ମଞ୍ଚ ଛାଡ଼ି ଚାଲିଯାଇଥିଲେ। ସୋନୁଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଫ୍ୟାନ ଏକାଠି ହୋଇଥିଲେ। ମାତ୍ର କନସର୍ଟ ଅଧାରେ କିଛି ଲୋକ ମଞ୍ଚ ଉପରକୁ ପଥର ଏବଂ ବୋତଲ ଫିଙ୍ଗିବା ଆରମ୍ଭ କରିଦେଇଥିଲେ। ଏହାଦେଖି ସୋନୁ କନସର୍ଟକୁ ଅଧାରୁ ରୋକିଥିଲେ

Advertisment

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ସୋନୁଙ୍କ ଧୈର୍ଯ୍ୟକୁ ଦର୍ଶକମାନେ ପ୍ରଶଂସା କରିଥିଲେ। ଏହା କଲେଜ ଉତ୍ସବଗୁଡ଼ିକରେ ସୁରକ୍ଷା ଓ ଭିଡ଼ ପରିଚାଳନା ଉପରେ ଆଲୋଚନା ସୃଷ୍ଟି କରିଛି। ଏହା ସହିତ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଅନେକ ଲୋକ ସୋନୁଙ୍କ ପ୍ରତି ସମର୍ଥନ ଜାହିର କରିଛନ୍ତି।

ଅଧିକ ପଢ଼ନ୍ତୁ: ଅମଳ ବେଳେ ଅଭାବୀ ବିକ୍ରି, ଚାଷୀଙ୍କୁ ମିଳୁନି ଅଦାର ଉଚିତ ମୂଲ୍ୟ

Sonu Nigam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ