Advertisment

ନିର୍ଦ୍ଦେଶକ ହୋଇଗଲେ ଆର୍ଯ୍ୟନ ଖାନ; ବାପାଙ୍କ ସହ କଲେ ଡେବ୍ୟୁ

ଆର୍ଯ୍ୟନ୍ ଖାନ୍ ତାଙ୍କର ପ୍ରଥମ ପ୍ରୋଜେକ୍ଟ ରିଲିଜ୍ କରିଛନ୍ତି। ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରୁଥିବା ଆର୍ଯ୍ୟନ୍ ନିଜର ଏକ ବ୍ରାଣ୍ଡ୍ ଲଞ୍ଚ୍‌ କରିଛନ୍ତି। ଆର୍ଯ୍ୟନଙ୍କ ନିର୍ଦ୍ଦେଶନାରେ କାମ କରୁଛନ୍ତି ତାଙ୍କ ବାପା ଶାହରୁଖ ଖାନ।

ଅଦ୍ୟତନ ହୋଇଛି
Aryan Khan Directorial Debut

Aryan khan become director first advertisement released on social media

Advertisment

ଶେଷରେ ନିର୍ଦ୍ଦେଶକ ହୋଇଗଲେ ସୁପର୍‌ଷ୍ଟାର୍‌ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ଆର୍ଯ୍ୟନ୍ ଖାନ୍ ତାଙ୍କର ପ୍ରଥମ ପ୍ରୋଜେକ୍ଟ ରିଲିଜ୍ କରିଛନ୍ତି। ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରୁଥିବା ଆର୍ଯ୍ୟନ୍ ନିଜର ଏକ ବ୍ରାଣ୍ଡ୍ ଲଞ୍ଚ୍‌ କରିଛନ୍ତି। ଏହି ବ୍ରାଣ୍ଡ୍‌ର ବିଜ୍ଞାପନକୁ ଆର୍ଯ୍ୟନ୍ ଖାନ୍ ନିର୍ଦ୍ଦେଶନା ଦେଇଛନ୍ତି। ଆର୍ଯ୍ୟଙ୍କ ସହ ତାଙ୍କ ବାପା ଶାହରୁଖ ଖାନ ମଧ୍ୟ ଏହି ବିଜ୍ଞାପନରେ ନଜର ଆସିଛନ୍ତି। ଆର୍ଯ୍ୟନ୍ ଦୀର୍ଘ ଦିନ ଧରି ଏହି ପ୍ରକଳ୍ପ ଉପରେ କାମ କରୁଥିଲେ। ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ବିଜ୍ଞାପନ ପୋଷ୍ଟ୍‌ କରିଛନ୍ତି।

Advertisment

ଆର୍ଯ୍ୟନ୍ ଏହା ପୂର୍ବରୁ ତାଙ୍କ ପ୍ରୋଜେକ୍ଟର ଝଲକ ମଧ୍ୟ ଦେଇଥିଲେ। ବିଜ୍ଞାପନ ସୁଟିଂର ଫଟୋ ମଧ୍ୟ ସେ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ। ଆର୍ଯ୍ୟନଙ୍କ ଇଛା ଥିଲା ସେ ଜଣେ ନିର୍ଦ୍ଦେଶକ ହୋଇ ବାହାରିବେ। ଶାହାରୁଖ ଖାନ ମଧ୍ୟ ଏକ ସାକ୍ଷାତକାରରେ ଏହାକୁ ନେଇ ଖୋଲାଖୋଲି ଭାବେ କଥା ହୋଇଥିଲେ। ସେ କହିଥିଲେ ଯେ ଆର୍ଯ୍ୟନ ଖାନ ଜଣେ ନିର୍ଦ୍ଦେଶକ ହେବାକୁ ଚାହୁଁଛନ୍ତି।

ଅଧିକ ପଢ଼ନ୍ତୁ: ପୁଣି ପ୍ରେମରେ ଆର୍ଯ୍ୟନ ଖାନ୍‌; ଏହି ଅଭିନେତ୍ରୀଙ୍କ ସହ କରୁଛନ୍ତି ଡେଟିଂ !

Advertisment

ଅଭିନେତା ହେବା ନେଇ ଯେତେବେଳେ ଶାହରୁଖ ଖାନଙ୍କୁ ପଚରାଯାଇଥିଲା ଯେ ଆପଣଙ୍କ ପୁଅ ଆର୍ଯ୍ୟନ୍ କ’ଣ ଆପଣଙ୍କ ପରି ସୁପର୍‌ଷ୍ଟାର୍ ହେବାକୁ ଚାହିଁବେ?

ଏ ବାବଦରେ ଶାହାରୁଖ ଖାନ କହିଥିଲେ ଯେ ସେ ଅଭିନୟ କରିବାକୁ ଚାହୁଁ ନାହାଁନ୍ତି କାରଣ ତାଙ୍କ ସାଙ୍ଗମାନେ ତାଙ୍କୁ ସବୁବେଳେ ମୋ ସହ ତୁଳନା କରିବେ। ଏ ସମ୍ପର୍କରେ ସେ ତାଙ୍କ ଦିଗ ବାଛିନେଇଛନ୍ତି। ଆର୍ଯ୍ୟନ୍ ଖାନ୍ ଚଳଚ୍ଚିତ୍ର ନିର୍ମାଣ ଉପରେ ପାଠ ପଢିଛନ୍ତି।

Advertisment

ପିଲାଦିନରୁ ଷ୍ଟାର୍‌ଡମ୍‌ରେ ବଢିଥିବା ଆର୍ଯ୍ୟନ୍ ଖାନଙ୍କ ପିଲାଦିନ ମଧ୍ୟ ଗ୍ଲାମରରେ ପରିପୂର୍ଣ୍ଣ ଥିଲା। ଚଳଚ୍ଚିତ୍ର ମାହୋଲ୍‌ରେ ବଡ ହୋଇଥିବା ଆର୍ଯ୍ୟନ୍ ମଧ୍ୟ ନିର୍ଦ୍ଦେଶକ ହୋଇଛନ୍ତି। ନିକଟରେ ଆର୍ଯ୍ୟନ୍ ଖାନ୍ ନିଜ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟକରି ଏ ବିଷୟରେ ସୂଚନା ଦେଇଛନ୍ତି।

ରିପୋର୍ଟ ଅନୁସାରେ ଆର୍ଯ୍ୟନ୍ ଖାନ୍ ଏକ ୱେବ୍‌ସିରିଜ୍‌ର ନିର୍ଦ୍ଦେଶନା ଦେଉଛନ୍ତି। ସେ ଏ ସମ୍ପର୍କରେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ସେ ଏ ସମ୍ପର୍କରେ କୌଣସି ଅଫିସିଆଲ୍ ସୂଚନା ଦେଇନାହାଁନ୍ତି।

ଗତ ବର୍ଷ ଆର୍ଯ୍ୟନ୍ ଖାନ୍ ବିବାଦରେ ଘେରି ରହିଥିଲେ। ନେପୋଟିଜିମ୍ ମାମଲାରେ ଛନ୍ଦିହୋଇ ପଡିଥିଲେ। କ୍ରୁଜ୍ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ସୁଶାନ୍ତ ସିଂହ ରାଜପୁତ ମାମଲା ପରେ ଲୋକଙ୍କ ଭିତରେ ବଲିଉଡ୍‌କୁ ନେଇ ଅସନ୍ତୋଷ ଥିଲା। ସୋସିଆଲ ମିଡିଆରେ ଲୋକେ ଷ୍ଟାର କିଡ୍ସକୁ ମଧ୍ୟ ସମାଲୋଚନା କରୁଥିଲେ। ଏହି ଷ୍ଟାର କିଡ୍ସ ମଧ୍ୟରେ ଆର୍ଯ୍ୟନ୍ ଖାନଙ୍କ ନାଁ ଉପରେ ଅଛି।

Bollywood Aryan Khan Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ