• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଶାହରୁଖ ଖାନଙ୍କୁ ଝଟ୍‌କା

  • ପ୍ରି ବୁକିଂ ବିଜ୍ଞାପନକୁ ବନ୍ଦ କରିଛି Byju’s 

ମୁମ୍ବାଇ:ମୁମ୍ବାଇରେ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଘଟଣାକୁ ନେଇ ଆର୍ୟ୍ୟନ୍‌ ଖାନ୍‌ଙ୍କୁ ଗିରଫ କରାଯାଇଛି । ଆର୍ୟ୍ୟନ୍ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ବନ୍ଦୀ ରହିଛନ୍ତି। ହେଲେ ପୁଅ ଆର୍ୟ୍ୟନ୍‌ଙ୍କ ପାଇଁ ଶାହରୁଖ ଖାନ୍ ବହୁତ ବଡ କ୍ଷତିରେ ପଡି ଯାଇଛନ୍ତି । ସୂଚନା ଅନୁସାରେ ଆର୍ୟ୍ୟନ ଜେଲ ଯିବା ପରେ Byju’s କଂପାନୀ ଶାହରୁଖ ଖାନଙ୍କ ସମସ୍ତ ବିଜ୍ଞାପନ ବନ୍ଦ କରି ଦେଇଥିବା ଜଣାପଡିଛି । ଆଗକୁ ହେବାକୁ ଥିବା ପ୍ରି ବୁକିଂ ବିଜ୍ଞାପନକୁ ମଧ୍ୟ ବନ୍ଦ କରିଛି Byju’s ।

ସୂଚନା ଅନୁସାରେ ଆର୍ଯ୍ୟନ ଗିରଫ ହେବା ପରେ ସୋସିଆଲ ମିଡିଆରେ Byju’s ଉପରେ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି । କଂପାନୀକୁ ସୋସିଆଲ ମିଡିଆରେ ଟ୍ରୋଲିଂର ଶିକାର ହେବାକୁ ପଡିଥିଲା । ସୋସିଆଲ ମିଡିଆରେ ଲୋକମାନେ କଂପାନୀକୁ ପ୍ରଶ୍ନ କରିଛନ୍ତି ଯେ ଶାହରୁଖଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡାର କରି ଲୋକଙ୍କୁ କେଉଁ ବାର୍ତ୍ତା ଦେଉଛ । ଆଉ ଜଣେ ପ୍ରଶ୍ନ କରିଛନ୍ତି ଯେ ଶାହରୁଖ ତାଙ୍କ ପୁଅକୁ ଏହା ଶିଖାଉଛନ୍ତି କି ? ଜଣେ ଟୁଇଟର ୟୁଜର ଲେଖିଛନ୍ତି ଯେ, ‘ଏକ ରେଭ୍ ପାର୍ଟି କିପରି କରିବେ? Byju’s ଅନ୍ଲାଇନ୍ କ୍ଲାସରେ ଏହି ନୂତନ ସିଲାବସ୍ ଯୋଡି ହୋଇଛି କି ? ଏହି ଭଳି ଭାବେ ଲୋକମାନେ କଂପାନୀକୁ ଟ୍ରୋଲିଂ କରିଥିଲେ। ତେଣୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ଶାହରୁଖ ବହୁ ବିଜ୍ଞାପନ କରୁଥିବା ବେଳେ Byju’s ଶାହରୁଖ ଖାନଙ୍କର ସବୁଠାରୁ ବଡ ଆୟର ମାଧ୍ୟମ ଥିଲା । ଏହାର ବିଜ୍ଞାପନ କରିବା ପାଇଁ ଶାହାରୁଖଙ୍କୁ ବର୍ଷକୁ ୩ ରୁ ୪ କୋଟି ଟଙ୍କା ମିଳୁଥିଲା । ଶାହାରୁଖ ୨୦୧୭ରୁ ଏହି କଂପାନୀର ବ୍ରାଣ୍ଡ ଆମ୍ବାସାଡର ଥିଲେ । ଏହାଛଡ଼ା ଶାହରୁଖ ରିଲାଏନ୍ସ ଜିଓ,ହୁଣ୍ଡାଇ,ଏଲଜି,ଆଇସିଆଇସି ବ୍ୟାଙ୍କ,ଦୁବାଇ ଟୁରିଜିମ୍ ଆଦି ବହୁ କଂପାନୀ ପାଇଁ ବିଜ୍ଞାପନ କରିଥାନ୍ତି ।