Advertisment

ରିଲିଜ୍ ହୋଇଛି ‘କୁତ୍ତେ’‌ର ଟ୍ରେଲର୍; ମୁହଁରେ ଗାଳି, ମନରେ ପ୍ରତିଶୋଧ

ରିଲିଜ୍ ହୋଇଛି ଆସମାନ ଭରଦ୍ୱାଜଙ୍କ ଫିଲ୍ମ 'କୁତ୍ତେ'ର ଟ୍ରେଲର। ଯଦି ଏହାର ଭିଡିଓ ଆପଣ ଦେଖିବାକୁ ଚାହୁଛନ୍ତି ତେବେ ଇୟରଫୋନ୍ ବ୍ୟବହାର କରନ୍ତୁ। ଏହି ଫିଲ୍ମରେ ଆପଣ ଆପଣଙ୍କ ପ୍ରିୟ କଳାକାରଙ୍କ ମୁହଁରୁ ଖରାପ ଗାଳି ହିଁ ଶୁଣିବେ।

author-image
Pramod Behera
ଅଦ୍ୟତନ ହୋଇଛି
Kuttey Trailer Release

Arjun kapoor tabbu and radhika madan movie kuttey trailer release

"ସବ୍‌କେ ସବ୍ କୁତ୍ତେ ହେ ସାଲେ!" ଏହି ଲାଇନ୍‌ରୁ ହିଁ ଆରମ୍ଭ ହେଉଛି ନିର୍ଦ୍ଦେଶକ ଆସମାନ ଭରଦ୍ୱାଜଙ୍କ ଫିଲ୍ମ 'କୁତ୍ତେ'ର ଟ୍ରେଲର। ଅର୍ଜୁନ କପୁର, ତବୁ, କୋଙ୍କଣ ସେନ୍ ଶର୍ମା, ରାଧିକା ମଦାନଙ୍କ ଭଳି ତାରକାଙ୍କ ଦ୍ୱାରା ସଜ୍ଜିତ ଏହି କ୍ରାଇମ ଥ୍ରୀଲର ଜାନୁଆରୀ ୧୩ରେ ମୁକ୍ତିଲାଭ କରିବାକୁ ଯାଉଛି। ଚଳଚ୍ଚିତ୍ରର ଟାଇଟଲ୍ ଯେତିକି ଅଦ୍ଭୁତ, ଏହାର ଟ୍ରେଲର୍‌ ମଧ୍ୟ ସେମିତି ମଜାଦାର। ଟ୍ରେଲର୍‌ର ଆରମ୍ଭ ଏବଂ ଶେଷ ନିଶ୍ଚିତ ଭାବରେ ଆପଣଙ୍କୁ ହସାଇବ। ଗାର୍କ ହ୍ୟୁମର୍ ପ୍ରଦର୍ଶନ କରୁଥିବା ଏହି ଚଳଚ୍ଚିତ୍ରରେ କୁମୁଦ ମିଶ୍ର, ଶାର୍ଦ୍ଦୁଲ ଭରଦ୍ୱାଜ ଏବଂ ନାସିରୁଦ୍ଦିନ ଶାହା ମଧ୍ୟ ଅଭିନୟ କରିଛନ୍ତି।

Advertisment

ଆଜି ଏହି ଟ୍ରେଲର ମୁମ୍ବାଇରେ ଲଞ୍ଚ୍‌ କରାଯାଇଛି। ଏହି ଚଳଚ୍ଚିତ୍ରର ଟ୍ରେଲର୍‌ରେ ଏକ ସର୍‌ପ୍ରାଇଜ୍ ପ୍ୟାକେଜ୍ ଭାବରେ ଆପଣ ନିର୍ଦ୍ଦେଶକ-ଅଭିନେତା ଅନୁରାଗ କାଶ୍ୟପଙ୍କ ଅଭିନୟ ମଧ୍ୟ ଦେଖିବେ। କେବଳ ଏତିକି ନୁହେଁ, ଟ୍ରେଲର୍‌ରେ ଆପଣ ଶାହୀଦ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'କମିନେ'ର ଟାଇଟଲ୍ ଟ୍ରାକ୍ ମଧ୍ୟ ଶୁଣିବାକୁ ପାଇବେ।

ଏଭଳି ପରିସ୍ଥିତିରେ, ‘କୁତ୍ତେ’ରେ, ଦର୍ଶକମାନେ ସେମାନଙ୍କର ପ୍ରିୟ ଅଭିନେତାମାନଙ୍କୁ ଏପରି କିଛି କରୁଥିବାର ଦେଖିବେ ଯାହା ସେମାନେ ପୂର୍ବରୁ କେବେ ବି କରିନାହାଁନ୍ତି। ଟ୍ରେଲର୍‌ରେ ଦେଖିବାକୁ ମିଳେ ଯେ ଅଭିନେତାମାନେ ଖରାପ ଗାଳି କରୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଜଙ୍ଗଲରେ ନୁହେଁ ଏଥର ମହାସାଗରରେ ଲଢ଼େଇ, ହୋସ୍‌ ଉଡ଼ାଇ ଦେବ ‘ଅବତାର୍‌’

ନିଜ ପୁଅର ଏହି ପ୍ରଥମ ଚଳଚ୍ଚିତ୍ର ପାଇଁ ବିଶାଲ ଭରଦ୍ୱାଜ ମଧ୍ୟ ସଂଗୀତ ଦେଇଥିବା ବେଳେ ଗୀତଗୁଡିକୁ ଗୁଲଜାର ରଚନା କରିଛନ୍ତି। ଏହି ଚଳଚ୍ଚିତ୍ରରେ ଆଣ୍ଟି ହିରୋମାନଙ୍କର ଏକ ଆକର୍ଷଣୀୟ ଓ ରୋମାଞ୍ଚକର ଦୁନିଆକୁ ଆପଣ ଦେଖିବାକୁ ପାଇବେ। ଲଭ ଫିଲ୍ମସ୍ ଏବଂ ବିଶାଲ ଭରଦ୍ୱାଜ ଫିଲ୍ମସ୍ ବ୍ୟାନରରେ ଲଭ ରଂଜନ, ବିଶାଲ ଭରଦ୍ୱାଜ, ଅଙ୍କୁର ଗର୍ଗ ଏବଂ ରେଖା ଭରଦ୍ୱାଜଙ୍କ ଦ୍ୱାରା ନିର୍ମିତ ‘କୁତ୍ତେ’ର ପ୍ରଯୋଜନା ଦାୟିତ୍ୱ ଗୁଲଶନ କୁମାର ଏବଂ ଭୂଷଣ କୁମାର ନେଇଛନ୍ତି।

୧୩ ଜାନୁଆରୀ ୨୦୨୩ରେ ‘କୁତ୍ତେ’ ରିଲିଜ୍ ହେବାର ଯୋଜନା ରହିଛି।

Bollywood Arjun Kapoor
Advertisment
Advertisment