Advertisment

ଜଙ୍ଗଲରେ ନୁହେଁ ଏଥର ମହାସାଗରରେ ଲଢ଼େଇ, ହୋସ୍‌ ଉଡ଼ାଇ ଦେବ ‘ଅବତାର୍‌’

ପାର୍ଟ ୱାନ୍‌ରେ ଜଙ୍ଗଲରେ ସଂଗ୍ରାମ ଦେଖିଥିଲେ, ଏଥର କିନ୍ତୁ ପାଣିରେ। ଅକାତ ଅକାତ ମହାସାଗର ଭିତରେ ସତ୍ତା, ସ୍ୱାଭିମାନ, ପରିବାର ପାଇଁ ଲଢ଼େଇ। ଏମିତି କାହାଣୀ ଯାହା ବୋଧେ ମଣିଷକୁ ଆଇନା ଦେଖାଉଛି।

author-image
Prasanjit Ray
ଅଦ୍ୟତନ ହୋଇଛି
Avatar: The Way of Water

Avatar: The Way of Water

ସ୍ୱପ୍ନ କେବେ ସତ ହେବା ଦେଖିଛନ୍ତି ? ଯାହା ଭାବିବା ମୁସ୍କିଲ୍‌, ଯାହା କଳନା କରିବା ଅସମ୍ଭବ, ସେଭଳି କିଛି ସିନେମା ହେଉଛି ‘ଅବତାର୍‌(Avtar)’। ପାର୍ଟ ୱାନ୍‌ରେ ଜଙ୍ଗଲରେ ସଂଗ୍ରାମ ଦେଖିଥିଲେ, ଏଥର କିନ୍ତୁ ପାଣିରେ। ଅକାତ ଅକାତ ମହାସାଗର ଭିତରେ ସତ୍ତା, ସ୍ୱାଭିମାନ, ପରିବାର ପାଇଁ ଲଢ଼େଇ। ଏମିତି କାହାଣୀ ଯାହା ବୋଧେ ମଣିଷକୁ ଆଇନା ଦେଖାଉଛି। ସ୍ୱାର୍ଥ ଲୋଭରେ କ’ଣ ସବୁ କରୁଛି ମଣିଷ ତା’ର ଏହା ହେଉଛି ଜ୍ୱଳନ୍ତ ଉଦାହରଣ। ୨୦୨୨ରେ ଆପଣଙ୍କୁ ମିଳିବ ୨୫୦୦ ମସିହାର ଅନୁଭୂତି। କାହାଣୀ, ବିଷୟବସ୍ତୁ ସବୁ କିଛି କାଳ୍ପନିକ। କିନ୍ତୁ ପରଦାରେ ଦେଖିଲା ବେଳେ ଏସବୁ ସତେ ଯେପରି ଜୀବନ୍ତ ଅନୁଭବ ହେବ। ଆପଣଙ୍କୁ ଏମିତି ଲାଗିବ ଆପଣ ବି ନୀଳ ପ୍ରାଣୀଙ୍କ ଭିତରୁ ଜଣେ ଓ ଆପଣ ବି ପାଣ୍ଡୋରା ଗ୍ରହର ଜୀବ ବୋଲି।

Advertisment

ପାର୍ଟ ୱାନ୍‌ ଯେଉଁଠୁ ସରିଥିଲା, ସେଇଠୁ ପାର୍ଟ ୨ ଆରମ୍ଭ ହୋଇଛି। ଲିଡ୍ ଅଭିନେତା ଜ୍ୟାକ୍ ଏବେ ପାଣ୍ଡୋରା ଗ୍ରହର ହିଁ ଜଣେ ଅଧିବାସୀ। ନେତିୟାର୍‌ଙ୍କ ସହ ପରିବାର ବସାନ୍ତି। ଏହାରି ଭିତରେ ପାଣ୍ଡୋରା ପହଞ୍ଚିଥିବା କିଛି ବୈଜ୍ଞାନିକ ନିଜକୁ ସେଠାକାର ମାନି ନେଇଥାନ୍ତି। ହେଲେ କୁହାଯାଏ ନା ପ୍ରତିଶୋଧ ଓ ଲୋଭ ମଣିଷକୁ ସବୁ କିଛି କରିବାକୁ ବାଧ୍ୟ କରେ। ପାର୍ଟ ୱାନ୍‌ର ଭିଲିଏନ୍ କର୍ଣ୍ଣଲ କ୍ୱାରଟେକ୍ ପହଞ୍ଚନ୍ତି। ହେଲେ ଏଥର ବିଲ୍‌କୁଲ୍‌ ଅବତାର୍‌ରେ। ପୁଣି ଚାଲେ ଯୁଦ୍ଧ, ଜଣେ ଆଉ ଜଣକୁ ହତ୍ୟା କରିବାକୁ ଚାଲେ ସଂଘର୍ଷ। 

ହେଲେ ଏଥର ଜଙ୍ଗଲରେ ନୁହେଁ ବରଂ ମହାସାଗରରେ ଆମ୍ନାସାମ୍ନା ହୁଅନ୍ତି ଦୁଇ ପ୍ରତିପକ୍ଷ। ସିନେମାର ସବୁଠୁ ବଡ଼ ୟୁଏସ୍‌ପି ହେଉଛି ଏହାର ଭିଏଫଏକ୍ସ। ଯେବେ ପୃଥିବୀରେ ଭିଏଫଏକ୍ସ ଜମାନା ଆରମ୍ଭ ହୋଇନଥିଲା। ସେହି ସମୟରେ ନିର୍ଦ୍ଦେଶକ ଜେମସ କ୍ୟାମରନ୍‌ଙ୍କ ଏହି ପରିକଳ୍ପନା। ନୀଳ ରୂପରେ ସଜେଇ ହୋଇଥିବା ଗ୍ରହ ପାଣ୍ଡୋରାରେ ଏଥର ନୀଳ ଜଳରାଶିରେ ଦେଖିବାକୁ ମିଳିଛି ହାଇଡେଫିନେସନ୍ ଫାଇଟ୍। ପାର୍ଟ ୱାନ୍‌ରେ ହାତୀ ଉଡ଼ୁଥିଲେ, ପାର୍ଟ ଟୁରେ କୁମ୍ଭୀର, ତିମି ଭଳି ଆହୁରି କେତେ କ’ଣ। ସବୁ ପଶୁ ପକ୍ଷୀ ଏଠି ନିଜର ହେଲେ ହିଂସ୍ର କେବଳ ମଣିଷ। ଆକ୍ସନ୍ ଯେତେ ଭରପୁର ସେତେ ଇମୋସନ୍। କ୍ଲାଇମେକ୍ସରେ ୨୦ ମିନିଟ୍ ପାଖାପାଖି ଫାଇଟ୍ ସିନ୍ ରହିଛି। ଯାହାକି ଏନ୍‌ଗେଞ୍ଜିଂ ଓ ମନୋରଞ୍ଜନରେ ଭରପୁର। ା

Advertisment

ଯଦି ଆମେ ଫିଲ୍ମ ବ୍ୟବସାୟ ଉପରେ ତା’ହେଲେ ଆପଣଙ୍କ ହୋସ୍ ଉଡ଼ିଯିବ। କେବଳ ଭାରତରେ ୫ ଲକ୍ଷ ଆଡଭାନ୍ସ ଟିକେଟ୍ ବୁକିଂ ହୋଇଛି। ସାରା ବିଶ୍ୱର ୫୨ ହଜାର ସ୍କ୍ରିନ୍‌ରେ ରିଲିଜ୍ ହୋଇଥିବା ବେଳେ ଭାରତର ୩ ହଜାର ସ୍କିନ୍‌ରେ ରିଲିଜ୍ ହୋଇଛି ‘ଅବତାର୍‌ ଟୁ’। ଖାଲି ଦୁଇଟି ପାର୍ଟ ନୁହେଁ କାହାଣୀ ଯେଉଁଠି ସରୁଛି, ସେଠୁ ପୁଣି ପାର୍ଟ ୩, ପାର୍ଟ ୪ ଏମିତି କରି ୫ଟି ପାର୍ଟ ରିଲିଜ୍ ହେବ। ୨୦୩୮ ସୁଦ୍ଧା ଶେଷ ପାର୍ଟ ରିଲିଜ୍ ହେବ। ସମସ୍ତ ପାର୍ଟ ମିଶିବା ପରେ ସିନେମାର ବଜେଟ୍ ୧୧ ହଜାର କୋଟିରେ ପହଞ୍ଚିବ। 

Hollywood
Advertisment
Advertisment