Advertisment

'ଦ କାଶ୍ମୀର ଫାଇଲ୍ସ'କୁ 'Vulgar' କହିବାରୁ ରାଗିଲେ ଅନୁପମ; ଦେଲେ ଏମିତି ଜବାବ

'ଦ କାଶ୍ମୀର ଫାଇଲ୍ସ୍' ଏବେ ପୁଣି ଚର୍ଚ୍ଚାରେ। ଇସ୍ରାଏଲର ଫିଲ୍ମ ନିର୍ମାତା ଏହାକୁ 'ଋଚିହୀନ' କହି ବିବାଦକୁ ଆସିଛନ୍ତି। ଏହି ଫିଲ୍ମ ମାଧ୍ୟମରେ ସତ ସାମ୍ନାକୁ ଆସିଥିବାରୁ କିଛି ଲୋକ ଏହାକୁ ହଜମ କରିପାରୁ ନାହାନ୍ତି ବୋଲି ଜବାବ ଦେଇଛନ୍ତି ଅନୁପମ ଖେର୍।

author-image
Pramod Behera
ଅଦ୍ୟତନ ହୋଇଛି
The Kashmir Files Row

Anupam Kher gives befitting reply to iffi jury head nadav lapid

ଘାଟିରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଉପରେ ଆଧାରିତ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ୍' ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସୋମବାର ଗୋଆରେ ଭାରତର ୫୩ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଆଇଏଫ୍‌ଏଫ୍‌ଆଇ(IFFI) ଜୁରି ହେଡ୍‌ ଏବଂ ଇସ୍ରାଏଲର ଫିଲ୍ମ ନିର୍ମାତା ନଦାବ ଲାପିଡ 'ଦ କାଶ୍ମୀର ଫାଇଲ୍ସ'କୁ ନେଇ ଶକ୍ତ ମନ୍ତବ୍ୟ ଦେଇଥିଲେ। ସେ ଏହି ଫିଲ୍ମକୁ 'ଋଚିହୀନ' ବୋଲି କହିଥିଲେ ଏବଂ ଏହା ଏକ ପ୍ରଚାରଧର୍ମୀ ଚଳଚ୍ଚିତ୍ର ବୋଲି କହିଥିଲେ।

Advertisment

ଏହି ବିବୃତ୍ତି ପରେ 'ଦ କାଶ୍ମୀର ଫାଇଲ୍ସ'ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଭିନେତା ଅନୁପମ ଖେର ବିଗିଡି ଯାଇଛନ୍ତି। ସେ ପ୍ରତିକ୍ରିୟାରେ କହିଛନ୍ତି, “କାଶ୍ମୀର ଫାଇଲ୍ସର ସତ୍ୟତା କିଛି ଲୋକଙ୍କ କଣ୍ଠରେ କଣ୍ଟା ଭଳି ଅଟକି ରହିଛି। ଏହି ସତ୍ୟକୁ ମିଥ୍ୟା ପ୍ରମାଣ କରିବାକୁ ତାଙ୍କ ଆତ୍ମା ​​କାନ୍ଦିଉଠୁଛି।”

ଅଧିକ ପଢ଼ନ୍ତୁ: କାଶ୍ମୀର ପଣ୍ତିତଙ୍କ ଆଖିରେ ଲୁହ ! ଫିଲ୍ମ ଦେଖି ମନେ ପଡିଗଲା ଅଙ୍ଗେନିଭା କଥା

Advertisment

ଅନୁପମ ଖେର ସୋସିଆଲ ମିଡିଆରେ ଏହି ଭିଡିଓ ଶେୟାର କରିସାରିଛନ୍ତି। ଏଥିରେ ସେ ନଦାଭ ଲାପିଡ୍‌ଙ୍କୁ ଉତ୍ତର ଦେଇ କହିଛନ୍ତି, “କାଶ୍ମୀର ଫାଇଲ୍ସର ସତ୍ୟତା କିଛି ଲୋକଙ୍କ କଣ୍ଠରେ କଣ୍ଟା ଭଳି ଅଟକି ରହିଛି। ସେ ଏହାକୁ ଗିଳିବାରେ ସକ୍ଷମ ହେଉ ନାହାନ୍ତି କି ଫୋପାଡି ପାରୁନାହାନ୍ତି। ଏହି ସତକୁ ମିଛ ପ୍ରମାଣ କରିବାକୁ ସେମାନଙ୍କ ଆତ୍ମା କାନ୍ଦି ଉଠୁଛି ଆଉ ପୂରା ଛଟପଟ ହେଉଛି। କିନ୍ତୁ ଆମର ଏହି ଚଳଚ୍ଚିତ୍ର ବର୍ତ୍ତମାନ ଆଉ ଫିଲ୍ମ ହେଇ ନାହିଁ ,ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି। ଘୃଣ୍ୟ # #Toolkit ଗ୍ୟାଙ୍ଗ ଟାର୍ଗେଟ କରୁଛି।”

ଭିଡିଓରେ ଅନୁପମ କହିଛନ୍ତି, “ଯଦି ତୁମେ ସତକୁ ଦେଖିପାରୁ ନାହଁ, ଆଖି ବନ୍ଦ ରଖ, ପାଟି ବନ୍ଦ ରଖ। କାରଣ ଏହା ଆମର ସତ, ଆମେ ଏହାକୁ ବଞ୍ଚାଇଛୁ। ଏହା ଆମର ପୀଡିତଙ୍କ ଦୁଃଖଦ ଇତିହାସର ଏକ ଅଂଶ। ଯାଆନ୍ତୁ ଏବଂ ଯେଉଁମାନେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ପଚାରନ୍ତୁ। ଭାରତ ଏବଂ ଇସ୍ରାଏଲ ବନ୍ଧୁ ଏବଂ ଆତଙ୍କବାଦ ଦ୍ୱାରା ପ୍ରଭାବିତ। ଜଣେ ସାଧାରଣ ଇସ୍ରାଏଲ ମଧ୍ୟ କାଶ୍ମୀରୀ ହିନ୍ଦୁମାନଙ୍କର ଯନ୍ତ୍ରଣା ବୁଝିପାରିବ। ଅବଶ୍ୟ ପ୍ରତ୍ୟେକ ରାଷ୍ଟ୍ରରେ ଏପରି ଲୋକ ଅଛନ୍ତି ଯେଉଁମାନେ ନିଜ ଦେଶ ବିରୁଦ୍ଧରେ ଅଛନ୍ତି।”

ନ୍ୟୁଜ୍ ଏଜେନ୍ସି ANI ସହିତ କଥାବାର୍ତ୍ତା କରି ଅନୁପମ ଖେର କହିଥିଲେ, “ଯଦି ହୋଲକୋଷ୍ଟ(Holocaust) ସତ ହୁଏ ତେବେ କାଶ୍ମୀର ପଣ୍ଡିତଙ୍କ ଗଣ ପଳାୟନ ମଧ୍ୟ ସତ। ମୁଁ ଭାବୁଛି ଏହା ପୂର୍ବରୁ ଯୋଜନା କରାଯାଇଥିଲା, କାରଣ ଏହା ପରେ ତୁରନ୍ତ ଟୁଲ୍‌କିଟ୍ ଗ୍ୟାଙ୍ଗ ସକ୍ରିୟ ହୋଇଗଲା। ଏଭଳି ମତ ଦେବା ଲଜ୍ଜାଜନକ।”

ଅନୁପମ ଏହି ଆଲୋଚନାରେ ଆହୁରି ମଧ୍ୟ କହିଥିଲେ ଯେ “ହୋଲକୋଷ୍ଟର ସମ୍ମୁଖୀନ ହୋଇଥିବା ଏକ ଇହୁଦୀ ସମ୍ପ୍ରଦାୟରୁ ଆସି ସେମାନେ ମଧ୍ୟ ସେହିମାନଙ୍କୁ ଯନ୍ତ୍ରଣା ଦେଇଥିଲେ ଯେଉଁମାନେ ବହୁ ବର୍ଷ ପୂର୍ବେ ଏଭଳି ଦୁଃଖଦ ଘଟଣା ଭୋଗିଥିଲେ। ମୁଁ କେବଳ କହିବି ଯେ ଭଗବାନ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ, ଯାହାଫଳରେ ସେମାନେ ନିଜ ଏଜେଣ୍ଡା ପୂରା କରିବା ପାଇଁ ମଞ୍ଚରୁ ହଜାର ହଜାର ଲୋକଙ୍କ ଦୁଃଖକୁ ବ୍ୟବହାର କରିବେ ନାହିଁ।”

ଏହାପୂର୍ବରୁ ଅନୁପମ ଖେର କିଛି ଫଟୋ ଶେୟାର କରି ଟ୍ୱିଟ୍ କରି ଲେଖିଥିଲେ ଯେ, “ମିଛର ସ୍ଥିତି ଯେତେ ଉଚ୍ଚ ହେଉନା କାହିଁକି... ସତର ମୁକାବିଲା କରିବାରେ ଏହା ସବୁବେଳେ ଛୋଟ ହୋଇଥାଏ।”

ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନର ଗିଲୋନ୍ ଟ୍ୱିଟ୍ କରି ଚଳଚ୍ଚିତ୍ର ନିର୍ମାତା ନଦାଭ ଲାପିଡ୍‌ଙ୍କ ବିବୃତ୍ତିକୁ ଦୃଢ ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି ଯେ ଭାରତୀୟ ସଂସ୍କୃତିରେ ଅତିଥିମାନଙ୍କୁ ଭଗବାନ ଭାବରେ ବିବେଚନା କରାଯାଏ। ତୁମେ ତାଙ୍କୁ ଅପମାନ କରିଛ। ଏନେଇ ମୁଁ ଲଜ୍ଜିତ ଏବଂ ହୋଷ୍ଟର ଅସଦାଚରଣ ପାଇଁ ମୁଁ କ୍ଷମା ମାଗିବାକୁ ଚାହେଁ।”

ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ମଧ୍ୟ ଏହି ମତ ପାଇଁ ଇସ୍ରାଏଲ ଚଳଚ୍ଚିତ୍ର ନିର୍ମାତାଙ୍କୁ ନିନ୍ଦା କରିଛନ୍ତି। ଏହି ଚଳଚ୍ଚିତ୍ରଟିକୁ ବିବେକ ନିର୍ଦ୍ଦେଶନା ଦେଇଥିଲେ ଏବଂ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପଲ୍ଲଭୀ ଯୋଶୀ, ଦର୍ଶନ କୁମାର ମଧ୍ୟ ଅଭିନୟ କରିଥିଲେ। ୧୯୯୦ ଦଶକରେ କାଶ୍ମୀର ପଣ୍ଡିତଙ୍କ ଦେଶ ଛାଡିବା ଘଟଣା ଏହି ଫିଲ୍ମରେ ଚିତ୍ରଣ କରାଯାଇଛି।

Bollywood Anupam Kher The Kashmir Files
Advertisment
Advertisment