• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଆହତ ହୋଇଛନ୍ତି । ହାଇଦ୍ରାବାଦରେ ସୁଟିଂ ଚାଲୁଥିବା ବେଳେ ସେ ଆହତ ହୋଇଥିବା ଜଣାପଡ଼ିଛି । ଫଳରେ ସୁଟିଂ ବନ୍ଦ କରି ହାଇଦ୍ରାବାଦରୁ ମୁମ୍ବାଇ ଫେରିଯାଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ । ସୂଚନା ମୁତାବକ ହାଇଦ୍ରାବାଦରେ ଏକ ଫିଲ୍ମର ସୁଟିଂ ଚାଲିଥିଲା ।

ଆକ୍ସନ ସେଟର ସୁଟିଂ ବେଳେ ଅମିତାଭଙ୍କ ମାଂସପେଶୀରେ ଆଘାତ ଲାଗିଛି । ଫଳରେ ସେଠାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଡାକ୍ତର ଡିସଚାର୍ଜ କରିଛନ୍ତି ।

ଡାକ୍ତରଙ୍କ ପରାମର୍ଶ କ୍ରମେ ସିଟି ସ୍କାନ ପରେ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି । ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଅନେକ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ କରି ଅନେକ ଦର୍ଶକଙ୍କ ମନ ଜିଣିଛନ୍ତି । ଅମିତାଭ ଆହତ ହୋଇଥିବା ନେଇ ସେ ନିଜେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି କି, ହାଇଦ୍ରାବାଦରେ ‘ପ୍ରୋଜେକ୍ଟ କେ’ର ସୁଟିଂ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଛି । ଫିଲ୍ମର ଆକ୍ସନ ସୁଟିଂ ଚାଲିଥିବା ବେଳେ ମାଂସପେଶୀରେ ଆହତ ଲାଗିଛି । ଅମିତାଭ ଆହୁରି ମଧ୍ୟ କହିଛନ୍ତି, ଆହତ ଲାଗିବା ପରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଏହି ଆହତ କାରଣରୁ ସୁଟିଂ ମଧ୍ୟ ବନ୍ଦ କରାଯାଇଥିବା ଅମିତାଭ କହିଛନ୍ତି ।

ହାଇଦ୍ରାବାଦର AIG ହସ୍ପିଟାଲରେ ଅମିତାଭଙ୍କ ସିଟିସ୍କାନ କରାଯାଇଥିଲା । ସିଟିସ୍କାନ ସରିବା ପରେ ତାଙ୍କୁ ଡାକ୍ତର ଡିସଚାର୍ଜ କରିଛନ୍ତି ।  ଅମିତାଭ ଏବେ ତାଙ୍କ ବାସଭବନ ଜଲସାରେ ବିଶ୍ରାମ ନେଉଛନ୍ତି । ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ସୁସ୍ଥ ହେବାକୁ ଆଉ କିଛି ସପ୍ତାହ ସମୟ ଲାଗିବ । ଏଥିଯୋଗୁଁ ଆଗାମୀ କିଛି ଦିନ ମଧ୍ୟରେ ହେବାକୁ ଥିବା ଅମିତାଭଙ୍କ ସମସ୍ତ ସୁଟିଂକୁ ସ୍ଥଗିତ ରଖାଯାଇଛି । ଅସୁସ୍ଥ ଥିବାରୁ ଜଲସା ଗେଟ୍ ସମ୍ମୁଖରେ ତାଙ୍କ ପ୍ରଶଂସକ ମାନଙ୍କୁ ଆଜି ଭେଟି ପାରିବେ ନାହିଁ ବୋଲି ଅମିତାଭ ବ୍ଲଗରେ ଲେଖିଛନ୍ତି ।