• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅମିତାଭ ବଚ୍ଚନ । ବିଗ୍ ବି । ଏହି ନାଁକୁ କିଏ ବା ନଜାଣେ । ଇଏ ଏମିତି ଜଣେ ବ୍ୟକ୍ତିତ୍ୱ, ଯାହାଙ୍କ ଫ୍ୟାନ୍‌ ଫଲୋଅର୍ସ ଖାଲି ଭାରତରେ ନୁହେଁ ସାରା ବିଶ୍ୱରେ ମଧ୍ୟ ରହିଛନ୍ତି । ଦିନେ ନିଜର ହାଇଟ୍ ଏବଂ ଭଏସ୍‌ ପାଇଁ ରିଜେକ୍ଟ ହୋଇଥିବା ଅମିତାଭ ଏବେ କୌଣସି ସୁପର ଷ୍ଟାର କିମ୍ବା ମେଗାଷ୍ଟାରଙ୍କଠାରୁ ଖୁବ୍‌ ଉର୍ଦ୍ଧ୍ୱରେ । କାରଣ ରିଜେକ୍ଟ ହେବାର କିଛି ବର୍ଷ ଭିତରେ ସେହି ହାଇଟ୍ ଏବଂ ଉଚ୍ଚତା ତାଙ୍କର ଶକ୍ତି ପାଲଟିଥିଲା । ସାରା ଦୁନିଆ ଆଜି ତାଙ୍କୁ ତାଙ୍କର କଣ୍ଠ ସ୍ୱର ଓ ଉଚ୍ଚତା ପାଇଁ ଜାଣିଛି । ତାଙ୍କର ହାଇଟ୍ ୬ ଫୁଟ୍ ୬ ଇଞ୍ଚ । ଖାଲି ସେତିକି ନୁହେଁ ତାଙ୍କୁ ଅଭିନୟ ଜଗତର ବେତାଜ୍‌ ବାଦ୍‌ଶାହ ବୋଲି ମଧ୍ୟ କୁହାଯାଏ ।

ଅକ୍ଟୋବର ୧୧ ତାରିଖ ଅର୍ଥାତ୍‌ ଆଜି  ବିଗ୍‌ ବି ୮୦ ବର୍ଷରେ ପଦାର୍ପଣ କରିଛନ୍ତି।  ସେ ଏବେ ବି ଜଣେ ଷ୍ଟାର । ଖାଲି ଷ୍ଟାର ନୁହଁନ୍ତି, ବଲିଉଡ୍‌ର ଜଣେ ଆକ୍ଟିଭ୍‌ ଷ୍ଟାର । ସେ ଏମିତି ଜଣେ ବ୍ୟକ୍ତିତ୍ୱ, ଯାହାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଲୋକେ ହୋମ ଯଜ୍ଞଠାରୁ ଆରମ୍ଭ କରି ପୂଜା ପାଠ ମଧ୍ୟ କରିଥାନ୍ତି । ତାଙ୍କ ପାଇଁ ମନ୍ଦିର ମଧ୍ୟ ପ୍ରତିଷ୍ଠା କରିଛନ୍ତି ଫ୍ୟାନ୍ସ । ସେଠାରେ ଅମିତାଭଙ୍କ ମୂର୍ତ୍ତି ପୂଜା ପାଉଛି ।

ଜନ୍ମଦିନର କିଛି ଦିନ ପୂର୍ବରୁ ହଠାତ୍  ଅମିତାଭ୍‌ଙ୍କ ଆଖିରେ ଦେଖିବାକୁ ମିଳିଥିଲା ଲୁହ ।  ଏହି ଲୁହ ସୁଟିଂ ସେଟ୍‌ରେ ବାହାରିଥିଲା ସତ ହେଲେ ଏହା କୌଣସି ଅଭିନୟ ପାଇଁ ନଥିଲା । ଏହା ଥିଲା ତାଙ୍କର ଅନ୍ତରରୁ ବାହାରିଥିବା ଲୁହ । ଏହା ଥିଲା ଖୁସିର ଲୁହ । ଯାହାକି ତାଙ୍କ ଆଖିରୁ ଆପେ ନିଗିଡ଼ି ଆସିଥିଲା । ଅମିତାଭଙ୍କ ଆଖିରେ ସେ ଲୁହକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା। ସେ ସମୟର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। 

 

ସୋନି ଚ୍ୟାନେଲ୍‌ରେ ପ୍ରସାରିତ ହେଉଛି ତାଙ୍କର ସୁପରଡୁପର ହିଟ୍ ସୋ, କୌନ ବନେଗା କରୋଡ଼ ପତି । ଏହାକୁ କିଏ ବା ନଜାଣେ । ତେବେ ଏହି ସୋ ପକ୍ଷରୁ ଜନ୍ମଦିନ ଉପଲକ୍ଷେ ତାଙ୍କୁ ଦିଆଯାଇଥିଲା ସରପ୍ରାଇଜ୍ ଗିଫ୍ଟ । ଯାହାକୁ ଦେଖିବା ପରେ ତାଙ୍କ ଆଖିରୁ ଆପେ ଲୁହ ବାହାରି ଆସିଥିଲା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଅମିତାଭଙ୍କ ଏଭଳି ସରଳତାକୁ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି । ଏମିତିକି ଅଭିତାଭଙ୍କ ଆଖିରେ ଲୁହ ଦେଖି ସୁଟିଂ ସେଟ୍‌ରେ ଥିବା ସମସ୍ତ ଦର୍ଶକ ଏବଂ କ୍ରୀଉ ମେମ୍ବରଙ୍କ ଆଖିରେ ମଧ୍ୟ ପାଣି ଆସି ଯାଇଥିଲା ।

ସୋ’ ପକ୍ଷରୁ ଅମିତାଭଙ୍କୁ ସରପ୍ରାଇଜ୍ ଦେବା ପାଇଁ ତାଙ୍କ ପତ୍ନୀ ଜୟା ବଚ୍ଚନ ଏବଂ ଅଭିଶେକ ବଚ୍ଚନଙ୍କୁ ଡକାଯାଇଥିଲା । ସେମାନଙ୍କୁ ଅଚାନକ ସେଟ୍‌ରେ ଦେଖିବା ପରେ ବିଗ୍‌ ବି ନିଜର କ୍ୟାରିୟରର ଷ୍ଟ୍ରଗଲିଂ ପିରିୟଡ୍ ଠାରୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବିଷୟରେ ଭାବିଥିଲେ । ଆଉ ଇମୋସ୍‌ନାଲ ହୋଇଯାଇଥିଲେ । ଆଉ ତାଙ୍କ ଆଖିରୁ ଲୁହ ଝରି ଆସିଥିଲା । ବୋଧ ହୁଏ ତାଙ୍କୁ ଏଭଳି ସରପ୍ରାଇଜ୍‌ କେବେ ବି ମିଳିନଥିଲା ।

 

ଦିନ ଥିଲା ଅମିତାଭ ବଚ୍ଚନ ନିଜ ନାଁରେ ଏକ ପ୍ରଡକ୍ସନ ହାଉସ୍‌ ଆରମ୍ଭ କରିଥିଲେ । ସେଥିରେ ସେ ଅନେକ ଟଙ୍କା ନିବେଶ କରିଥିଲେ । ଯେଉଁଥିରେ ତାଙ୍କର ବଡ଼ ଆର୍ଥିକ କ୍ଷତି ହୋଇଥିଲା । ଯାହା ଫଳରେ ସେ ବ୍ୟାଙ୍କ ଋଣରେ ବୁଡ଼ିଯାଇଥିଲେ । ଏମିତିକି ତାଙ୍କୁ ଖାଇବା ପାଇଁ ନିଜ ଷ୍ଟାଫ୍‌ମାନଙ୍କଠାରୁ ଧାର କରଜ କରିବାକୁ ପଡ଼ିଥିଲା । ଶେଷରେ ସେ ବାଧ୍ୟ ହୋଇ ୟସ୍‌ ଚୋପ୍ରାଙ୍କ ପାଖକୁ କାମ ମାଗିବା ପାଇଁ ଯାଇଥିଲେ ।

ଆଉ ସେହି ପରଠାରୁ ତାଙ୍କର ଭାଗ୍ୟ ପରିବର୍ତ୍ତନ ଆଡ଼କୁ ଯାଇଥିଲା । ଧିରେ ଧିରେ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା । ଆଉ ସେ ସଫଳତା ଆଡ଼କୁ ମାଡ଼ି ଚାଲିଲେ ।