Advertisment

ଦୁଇ ଦିନରେ ୮୦ କୋଟି; ବ୍ରହ୍ମାସ୍ତ୍ରର ଆୟ ଉଡ଼ାଇଦେଲା ବୟକଟ୍‌ ଗ୍ୟାଙ୍ଗଙ୍କ ହୋସ୍‌

ବ୍ରହ୍ମାସ୍ତ୍ର ରିଲିଜ୍ ହେବା ପୂର୍ବରୁ ଏହାକୁ ନେଇ ସୋସିଆଲ ମିଡିଆରେ ତମ୍ବିତୁଫାନ ପ୍ରବଳ ହୋଇଥିଲା । ରଣବୀରଙ୍କ ବହୁ ବର୍ଷ ପୁରୁଣା ବିଫ୍ ଖାଇବା ବୟାନ, ନେପୋଟିଜିୟମ ନାରାରେ ଆଲିଆଙ୍କୁ ଘେରିଥିଲେ ଲୋକେ । ହିନ୍ଦୀ ଫିଲ୍ମ ବ୍ରହ୍ମାସ୍ତ୍ରକୁ ବୟକଟ ନାରା ଦେଉଥିବା ବ୍ୟକ୍ତିଙ୍କୁ ଲାଗିଛି ଶକ୍ତ ଚାପୁଡ଼ା ।

author-image
Prasanjit Ray
ଅଦ୍ୟତନ ହୋଇଛି
Brahmastra

Brahmastra

ବୟକଟ୍‌ ପାଇଁ ଜୋରସୋର ଚାଲିଥିଲା କ୍ୟାମ୍ପେନ, ଆଉ ଏପଟେ କୋଟି କୋଟିର ବିଜନେସ । ହିନ୍ଦୀ ଫିଲ୍ମ ବ୍ରହ୍ମାସ୍ତ୍ରକୁ ବୟକଟ ନାରା ଦେଉଥିବା ବ୍ୟକ୍ତିଙ୍କୁ ଲାଗିଛି ଶକ୍ତ ଚାପୁଡ଼ା । କାରଣ ସିନେମାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ସିନେମା ଘର ଆଗରେ ଲାଗୁଛି ଲମ୍ବା ଲାଇନ୍ । ଶୁକ୍ରବାର ଫିଲ୍ମ ରିଲିଜ୍ ହେବା ପରେ ଗତ ଦୁଇ ଦିନ ଧରି ସିନେମା ଭଲ ରୋଜଗାର କରିଛି ।

Advertisment

ପ୍ରଥମ ଦିନ ପ୍ରାୟ ୩୭ କୋଟି, ଦ୍ଵିତୀୟ ଦିନ ୪୨ କୋଟି ଟଙ୍କା ବେପାର କରିଛି ଫିଲ୍ମ । ଯାହା ୧୭ ପ୍ରତିଶତ ଅଧିକ । କେବଳ ଦୁଇ ଦିନକୁ ମିଶାଇଲେ ୭୯ କୋଟି ଟଙ୍କା ବ୍ୟବସାୟ କଲାଣି ବ୍ରହ୍ମାସ୍ତ୍ର । ଆଜି ବି ରବିବାର ଥିବା ସ୍ଵତ୍ତେ ଅନେକ ସିନେମା ଘରେ ହାଉସଫୁଲ ଶୋ' ଚାଲିଛି । ଦିଲ୍ଲୀ, ମୁମ୍ବାଇ ସମେତ ଭୁବନେଶ୍ୱରରେ ବି ଲୋକଙ୍କ ଏକ୍ସାଇଟମେଣ୍ଟ କିଛି କମ୍ ନାହିଁ ।

ବିଶେଷ ଭାବେ ସିଙ୍ଗେଲ ସ୍କ୍ରିନରେ ଲୋକେ ଫିଲ୍ମ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଖାଲି ଉତ୍ତର କିମ୍ବା ପୂର୍ବ ଭାରତରେ ନୁହେଁ, ଦକ୍ଷିଣ ଭାରତରେ ବି ବ୍ରହ୍ମାସ୍ତ୍ରକୁ ଭଲ ରେସପଣ୍ଡ ମିଳିଛି । ନାଗାର୍ଜୁନଙ୍କୁ ଦେଖିବାକୁ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକରେ ଫ୍ୟାନ ହଲକୁ ଯାଉଛନ୍ତି । ଲୋକଙ୍କ ପସନ୍ଦଙ୍କୁ ଦେଖି ଆକଳନ କରାଯାଉଛି କି, ଆସନ୍ତା ସପ୍ତାହ ବି ସିନେମା ଭଲ ବ୍ୟବସାୟ କରିପାରେ । ପ୍ରଥମ ଥର ଲାଗି କୌଣସି ହିନ୍ଦୀ ଫିଲ୍ମକୁ ଦକ୍ଷିଣ ଭାରତରେ ଲୋକଙ୍କ ଏତେ ଭଲ ପାଇବା ମିଳୁଛି। 

Advertisment

ବ୍ରହ୍ମାସ୍ତ୍ର ରିଲିଜ୍ ହେବା ପୂର୍ବରୁ ଏହାକୁ ନେଇ ସୋସିଆଲ ମିଡିଆରେ ତମ୍ବିତୁଫାନ ପ୍ରବଳ ହୋଇଥିଲା । ରଣବୀରଙ୍କ ବହୁ ବର୍ଷ ପୁରୁଣା ବିଫ୍ ଖାଇବା ବୟାନ, ନେପୋଟିଜିୟମ ନାରାରେ ଆଲିଆଙ୍କୁ ଘେରିଥିଲେ ଲୋକେ । ସବୁଠୁ ବଡ଼ ବିବାଦ ସିନେମା ପ୍ରଯୋଜକ କରନ୍ ଜୋହରଙ୍କୁ ନେଇ ହୋଇଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ କରନଙ୍କୁ ସମାଲୋଚନା କରାଯାଉଛି । ଏସବୁକୁ ନେଇ ହିନ୍ଦୀ ଫିଲ୍ମ ଓ ବିଶେଷ ଭାବେ ବ୍ରହ୍ମାସ୍ତ୍ରକୁ ବୟକଟ ପାଇଁ କ୍ୟାମ୍ପେନ ଚାଲିଥିଲା।

ହେଲେ ସେସବୁ ଯେ କେବଳ ଫମ୍ପା ଚିତ୍କାର ତାହା ପ୍ରମାଣିତ ହୋଇଛି । ଏହାପୂର୍ବରୁ ଲାଲ ସିଂ ଚଢ଼ାକୁ ବି ସହିବାକୁ ପଡ଼ିଛି ଏସବୁ ବିବାଦ । ସିନେମାର ଆୟ ଏହାଦ୍ୱାରା ପ୍ରଭାବିତ ହୋଇଛି । ଆମିର ଖାନଙ୍କ ସିନେମା ଫିଲ୍ମ ଫ୍ଲପ ହେବ ବୋଲି କେହି କେବେ ବିଶ୍ୱାସ ବି କରିନଥିଲେ । ୩୦୦ କୋଟିରେ ପ୍ରସ୍ତୁତ ଫିଲ୍ମ ମାତ୍ର ୧୫୦ କୋଟି ଟଙ୍କା ସାରା ବିଶ୍ୱରୁ ଆୟ କରିଛି। 

କାହିଁକି ଚାଲୁଛି ବ୍ରହ୍ମାସ୍ତ୍ର? 
୪୦୦ କୋଟିରୁ ଅଧିକ ଟଙ୍କାର ପ୍ରସ୍ତୁତ ବ୍ରହ୍ମାସ୍ତ୍ର ବକ୍ସ ଅଫିସରେ ବହୁ ବିବାଦ ପରେ ବି ଭଲ ବ୍ୟବସାୟ କରୁଛି। ଏହା ପଛରେ ରହିଛି ଅନେକ କାରଣ ।

ପ୍ରଥମତଃ ହେଉଛି ଏହାର ଷ୍ଟାର କାଷ୍ଟ । ବେଶ୍ ଚାଲାକ୍ ସହ ଏଥିରେ ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଫିଲ୍ମର ଆଗ ଧାଡ଼ିର ଅଭିନେତାଙ୍କୁ ସାମିଲ କରାଯାଇଛି ।

ଯେପରି ୪ ବର୍ଷ ପରେ ଶାହରୁଖଙ୍କୁ ଲୋକେ ବଡ଼ ପରଦାରେ ଦେଖିଲେ।

ନାଗାର୍ଜୁନ- ଦକ୍ଷିଣ ଭାରତର ଜଣେ ଜଣାଶୁଣା ଆଉ ସଲିଡ୍ ଆକ୍ଟର । ଯାହାଙ୍କ ନାଁରେ ଆଜି ବି ସାଉଥ୍ ସିନେମା ସୁପରହିଟ୍ ।

ଅମିତାଭ- ନାଁ ହିଁ ଯଥେଷ୍ଟ ।

ମୌନୀ ରାୟ- ଟିଭି ସିରିଏଲର ଜଣାଶୁଣା ନାଁ, ଏଠି ବି ନିଖୁଣ ଅଭିନୟ ସମସ୍ତଙ୍କୁ ପ୍ରଭାବିତ କରିଛି। ତାସହ ଆଲିଆ, ରଣବୀରଙ୍କ ରହିଛି।

ଦ୍ଵିତୀୟ କାରଣ- ନାଗାର୍ଜୁନ ସିନେମାରେ ଅଭିନୟ କରିବା ପରେ ପ୍ରସିଦ୍ଧ ନିର୍ଦ୍ଦେଶକ ରଜମୌଲି ଖୋଦ୍ ଏହାର ପ୍ରମୋସନ ଦାୟିତ୍ୱ ସମ୍ଭାଳିଥିଲେ।

3D- ଭାରତୀୟ ସିନେମାରେ ନିଜସ୍ଵ କାହାଣୀ ସହ ଏତେ ପରିମାଣର VFX ଦର୍ଶକଙ୍କୁ ନୂଆ ଅନୁଭୂତି ଦେଇଛି। ତାସହ ବୟକଟ୍ ଗ୍ୟାଙ୍ଗକୁ ବିରୋଧ କରି ବି ଲୋକେ ସିନେମା ହଲକୁ ଯାଇଛନ୍ତି। 

ତଥାପି ୪୦୦ କୋଟି ଟଙ୍କାରେ ପ୍ରସ୍ତୁତ ହୋଇଥିବା ବ୍ରହ୍ମାସ୍ତ୍ର ପାଇଁ ବାଟ ଏତେ ସହଜ ନୁହେଁ । ମୂଳ ପଇସା ଆୟ କରିବା ପରେ ସିନେମାର ହାଲତ୍ କଣ ହେଉଛି ତାହା ଉପରେ ସମସ୍ତଙ୍କ ନଜର।

Bollywood Brahmastra Boycott
Advertisment
Advertisment