Advertisment

Pushpa 2: 'ପୁଷ୍ପା-୨' ଫିଲ୍ମ ‘କିସ୍ ଇକ୍’ ଗୀତର ଟିଜର୍ ରିଲିଜ୍; 'ଓ ଆଣ୍ଟାୱା'କୁ ଦେବ ମାତ୍

'ପୁଷ୍ପା-୨' ରିଲିଜ୍ ପାଇଁ ଆଉ ବେଶୀ ଦିନ ବାକି ନାହିଁ। ଏହି ଫିଲ୍ମ ଆସନ୍ତା ମାସରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ଫିଲ୍ମକୁ ଅପେକ୍ଷା କରିଥିବା ପ୍ରଶଂସକମାନଙ୍କୁ ସର୍‌ପ୍ରାଇଜ୍ ମିଳିବାକୁ ଯାଉଛି।

ଅଦ୍ୟତନ ହୋଇଛି
Allu arjun sreeleela song from movie pushpa 2 the rule will be release tomorrow

Allu arjun sreeleela song from movie pushpa 2 the rule will be release tomorrow

Advertisment

ଅଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମ 'ପୁଷ୍ପା-୨' ରିଲିଜ୍ ପାଇଁ ଆଉ ବେଶୀ ଦିନ ବାକି ନାହିଁ। ଏହି ଫିଲ୍ମ ଆସନ୍ତା ମାସରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ଫିଲ୍ମକୁ ଅପେକ୍ଷା କରିଥିବା ପ୍ରଶଂସକମାନଙ୍କୁ ସର୍‌ପ୍ରାଇଜ୍ ମିଳିବାକୁ ଯାଉଛି।

Advertisment

ଏହି ଫିଲ୍ମରେ ଏମିତି ଏକ ଗୀତ ରହିଛି ଯାହା ସମସ୍ତଙ୍କୁ ନଚେଇଦେବ। ଏହି ଗୀତଟି ହେଉଛି 'କିସ୍‌ ଇକ୍।' ଏହି ଗୀତ ରିଲିଜ୍ ହେବାକୁ ଯାଉଛି। ଏହି ଗୀତର ଟିଜର ଆଜି ଅର୍ଥାତ୍ ଶନିବାର ମୁକ୍ତିଲାଭ କରିଛି। ଏହି ଗୀତଟି ଅଲୁ ଅର୍ଜୁନ ଏବଂ ଶ୍ରୀଲୀଲାଙ୍କ ଉପରେ ସୁଟିଂ କରାଯାଇଛି।


କେବେ ହେବ ରିଲିଜ୍:

ଫିଲ୍ମ 'ପୁଷ୍ପା-୨: ଦ ରୁଲ୍'ରେ ଅଲୁ ଅର୍ଜୁନଙ୍କ ଆକ୍ସନ୍ ଏବଂ ସ୍ୱାଗ୍ ଆଉ ଡିଏସ୍‌ପିଙ୍କ ସଙ୍ଗୀତ ବ୍ୟତୀତ ଆଉ ଯେଉଁ କଥାକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି, ତାହା ହେଉଛି ଶ୍ରୀଲାଲାଙ୍କ ଆଇଟମ୍ ନମ୍ବର।

Advertisment

ଅଧିକ ପଢ଼ନ୍ତୁ: ‘ମହାବତାର’ରୁ ଭିକି କୌଶଲଙ୍କ ଫାଷ୍ଟ୍ ଲୁକ୍; କେବେ ବି ଦେଖି ନଥିବେ ଏମିତି ଅବତାର

୨୦୨୧ ମସିହାରେ ମୁକ୍ତିଲାଭ କରିଥିବା 'ପୁଷ୍ପା'ରେ ସାମନ୍ଥା 'ଓ ଆଣ୍ଟାୱା'ରେ ଡ୍ୟାନ୍ସ କରିଥିଲେ। ଏହା ଏକ ବଡ ହିଟ୍ ହୋଇଗଲା। ଫିଲ୍ମର ଦ୍ୱିତୀୟ ଭାଗରେ ସାମନ୍ତଙ୍କ ସ୍ଥାନ ଶ୍ରୀଲୀଲା ଆଇଟମ୍ ନମ୍ବର ଉପସ୍ଥାପନ କରିବାକୁ ଯାଉଛନ୍ତି। ତାଙ୍କୁ 'କିସ୍‌ ଇକ୍' ଗୀତରେ ଅଲୁ ଅର୍ଜୁନଙ୍କ ସହ ନାଚୁଥିବା ଦେଖିବାକୁ ମିଳିବ।

Advertisment


ଟିଜର ଦେଖିବା ପରେ ପ୍ରଶଂସକ ପାଗଳ:

ଆଜି 'କିସ୍ ଇକ୍‌' ଗୀତର ଟିଜର୍‌ ରିଲିଜ ହୋଇଛି। ଏହି ଗୀତ ଆସନ୍ତାକାଲି ରବିବାର ଦିନ ସନ୍ଧ୍ୟା ୭ଟା ୦୨ରେ ରିଲିଜ୍ ହେବ। ଅଲୁ ଅର୍ଜୁନ୍‌ ଏହି ଟିଜର୍‌କୁ ଇନ୍‌ଷ୍ଟାଗ୍ରାମ୍‌ରେ ରିଲିଜ୍‌ କରିଛନ୍ତି।

ଟିଜର ଦେଖିବା ପରେ ପ୍ରଶଂସକମାନେ ପାଗଳ ହୋଇ ଯାଇଛନ୍ତି। ଦର୍ଶକମାନେ ଏହି ଚାର୍ଟବଷ୍ଟର ଗୀତକୁ ଅପେକ୍ଷା କରିଛନ୍ତି। ଟିଜର୍‌ରେ ଶ୍ରୀଲୀଲାଙ୍କ ଏକ ଝଲକ ଦେଖିବାକୁ ମିଳେ। ସେ ବୋଲ୍ଡ ଷ୍ଟାଇଲରେ ନଜର ଆସନ୍ତି।

DSP ଗୀତରେ ଅଲୁ- ଶ୍ରୀଲୀଲାଙ୍କ ଦମଦାର ଡ୍ୟାନ୍ସ:

'କିସ୍ ଇକ୍‌' ଗୀତରେ ଡିଏସପି ସଂଗୀତରେ ଶ୍ରୀଲୀଲା ଏବଂ ଅଲୁ ଅର୍ଜୁନଙ୍କ ଏକ ଚମତ୍କାର ଡ୍ୟାନ୍ସ ଦେଖିବାକୁ ମିଳିବ। ଲୋକେ ଏହି ଗୀତର ଛୋଟ ଟିଜର ଦେଖି ନିଜ ନିଜ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, 'କ’ଣ ବିଟ୍, ଏହି ଗୀତ ନିଆଁ ଲଗାଇଦେବ'।

ଆଉ ଜଣେ ଲେଖିଛନ୍ତି, 'ଏକ ଟ୍ରେଣ୍ଡିଂ ଗୀତ ଆସିବାକୁ ଯାଉଛି'। ତେବେ ଫିଲ୍ମ 'ପୁଷ୍ପା ୨' ୦୫ ଡିସେମ୍ବର ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପ୍ୟାନ ଇଣ୍ଡିଆ ସ୍ତରରେ ମୁକ୍ତିଲାଭ କରିବ।

ଅଧିକ ପଢ଼ନ୍ତୁ: ଜହୀର୍‌ ଇକ୍‌ବାଲ୍‌ଙ୍କ ନଖରାମୀ; ଟେନିସ୍ କୋର୍ଟରେ ଯାହା କଲେ, ଭିଡିଓ ଦେଖି ଆପଣ ଲାଜେଇ ଯିବେ

କିଏ ଏହି ଶ୍ରୀଲୀଲା:

ତେବେ ଆମେରିକାରେ ଜନ୍ମିତ ମୂଳ ଭାରତୀୟ ଏହି ସୁନ୍ଦରୀ ନିକଟରେ ମହେଶ ବାବୁଙ୍କ ଫିଲ୍ମ 'ଗୁଣ୍ଟୁର କରମ'ରେ ଅମ୍ମୁ ଭୂମିକାରେ ନଜର ଆସିଥିଲେ। ୨୨ ବର୍ଷୀୟ ଶ୍ରୀଲାଲା ୨୦୧୭ରେ ତେଲୁଗୁ ଫିଲ୍ମ 'ଚିତ୍ରଙ୍ଗଦା'ରେ ଡେବ୍ୟୁ କରିଥିଲେ।

ସେ କଲିଉଡ୍‌ରେ ହଙ୍ଗାମା ସୃଷ୍ଟି କରୁଥିବାବେଳେ ବଡ ଖବର ହେଉଛି ଯେ ଥଲପତି ବିଜୟଙ୍କ ସହ ଆଇଟମ୍ ଡ୍ୟାନ୍ସର ବଡ ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। GOAT ଫିଲ୍ମ ପାଇଁ ଶ୍ରୀଲୀଲା ଅଫର ପାଇଥିଲେ, କିନ୍ତୁ ମନା କରିଦେଇଥିଲେ।


GOAT ପାଇଁ କରିଥିଲେ ପ୍ରତ୍ୟାଖ୍ୟାନ:

ଶ୍ରୀଲୀଲା ଏପର୍ଯ୍ୟନ୍ତ କୌଣସି ତାମିଲ ଚଳଚ୍ଚିତ୍ରରେ କାମ କରିନାହାଁନ୍ତି। ଏଭଳି ପରିସ୍ଥିତିରେ ଯେତେବେଳେ ତାମିଲ ଚଳଚ୍ଚିତ୍ର GOAT ପାଇଁ ତାଙ୍କୁ ଆମନ୍ତ୍ରଣ କରାଯାଇଥିଲା, ସେତେବେଳେ ସେ ପ୍ରଥମେ ବହୁତ ଖୁସି ହୋଇଥିଲେ, କିନ୍ତୁ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ଏହା ଏକ ଆଇଟମ୍ ଗୀତ, ଅଭିନେତ୍ରୀ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ।

ତେବେ 'ଧମାକା' ଏବଂ 'ସ୍କନ୍ଧା' ଭଳି ଚଳଚ୍ଚିତ୍ରରେ କାମ କରିଥିବା ଶ୍ରୀଲୀଲା ଜଣେ ଉତ୍କୃଷ୍ଟ ନୃତ୍ୟଶିଳ୍ପୀ ଏବଂ 'ଗୁଣ୍ଟୁର କରମ'ର 'କୁରିଚି ମଦାଥାପେଟ୍ଟି' ଗୀତରେ ମହେଶ ବାବୁଙ୍କ ସହ ଦମଦାର ଡ୍ୟାନ୍ସ ମଧ୍ୟ କରିଛନ୍ତି।

ଅଧିକ ପଢ଼ନ୍ତୁ: 'ପୁଷ୍ପା ୨' ଟ୍ରେଲର ଲଞ୍ଚ୍‌ ବେଳେ ପାଟନାବାସୀଙ୍କୁ କ୍ଷମା ମାଗିଲେ ଅଲ୍ଲୁ ଅର୍ଜୁନ

Allu Arjun South Indian Films South Indian Film Industry
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ