Advertisment

Sonakshi Sinha Videos: ଜହୀର୍‌ ଇକ୍‌ବାଲ୍‌ଙ୍କ ନଖରାମୀ; ଟେନିସ୍ କୋର୍ଟରେ ଯାହା କଲେ, ଭିଡିଓ ଦେଖି ଆପଣ ଲାଜେଇ ଯିବେ

ବିବାହ ପରେ ସୋନାକ୍ଷୀ ତାଙ୍କ ସ୍ୱାମୀ ଜହୀର ଇକ୍‌ବାଲ୍‌ଙ୍କ ସହ ମଜାଳିଆ ଭିଡିଓ ଶେୟାର କରି ଚାଲିଛନ୍ତି। ନିକଟରେ ଅଭିନେତ୍ରୀ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କ ସହ ଖୁବ୍ ମଜା କରୁଥିବା ଦେଖିବାକୁ ମିଳେ।

author-image
Pramod Behera
ଅଦ୍ୟତନ ହୋଇଛି
Zaheer iqbal annoys wife sonakshi sinha actress shared video

Zaheer iqbal annoys wife sonakshi sinha actress shared video

ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରେ ଜହୀର୍‌ ଇକ୍‌ବାଲ୍‌ ଏବଂ ସୋନାକ୍ଷୀ ସିହ୍ନା ଅଛନ୍ତି। ସେମାନଙ୍କ ବିବାହ ମଧ୍ୟ ଦୀର୍ଘ ଦିନ ଧରି ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଉଭୟ ଜୁନ୍ ୨୩ରେ ବିବାହ କରିଥିଲେ।

Advertisment

ବିବାହ ପରେ ସୋନାକ୍ଷୀ ତାଙ୍କ ସ୍ୱାମୀ ଜହୀର ଇକ୍‌ବାଲ୍‌ଙ୍କ ସହ ମଜାଳିଆ ଭିଡିଓ ଶେୟାର କରି ଚାଲିଛନ୍ତି। ନିକଟରେ ଅଭିନେତ୍ରୀ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କ ସହ ଖୁବ୍ ମଜା କରୁଥିବା ଦେଖିବାକୁ ମିଳେ।

‘ଦବଙ୍ଗ ଗାର୍ଲ’ ସୋନାକ୍ଷୀ ସିହ୍ନା ଜହିରଙ୍କ ସହ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଟେନିସ୍ ଖେଳିବାବେଳେ ଏହି ଯୋଡି ବହୁତ ମଜା କରୁଥିବା ଦେଖିବାକୁ ମିଳେ। ଟେନିସ୍ ଗ୍ରାଉଣ୍ଡରେ ଥିବାବେଳେ ଜହୀର ତାଙ୍କ ପତ୍ନୀଙ୍କୁ ବଲ୍‌ରେ ମାରୁଥିବା ଦେଖିବାକୁ ମିଳେ। ଏହି ଭିଡିଓ ଶେୟାର କରିବାବେଳେ ସେ ଲେଖିଛନ୍ତି, 'କ୍ୟୁ ମ୍ୟୁଜିକ୍ ଦିଦି ତେରା ଦେବର ଦେୱାନା'।

Advertisment

ଅଧିକ ପଢ଼ନ୍ତୁ: Viral Photo: ୧୧ ବର୍ଷ ବଡ଼ ବାବା ଭେନୁଗୋପାଲଙ୍କୁ ବିବାହ କଲେ ଅଭିନେତ୍ରୀ ଦିବ୍ୟା ଶ୍ରୀଧର

ସୋସିଆଲ ମିଡିଆ ପ୍ରତିକ୍ରିୟା:

ସୋସିଆଲ ମିଡିଆ ଲୋକମାନେ ସେମାନଙ୍କ ଏହି ଭିଡିଓକୁ ଖୁବ୍ ପ୍ରଶଂସା କରୁଛନ୍ତି। ସେମାନେ ଏହି ଭିଡିଓରେ ଦମ୍ପତିଙ୍କ ଉପରେ ବହୁତ ପ୍ରେମ ବର୍ଷା କରୁଛନ୍ତି। ପ୍ରତିକ୍ରିୟା ଦେଇ ଜଣେ ଲେଖିଛନ୍ତି, 'ଆଜିକାଲି ବହୁତ କମ୍ ଲୋକ ଏମିତି ଖୁସି ହେବା ଦେଖାଯାଏ'। ଅନ୍ୟ ଜଣେ ଲେଖିଛନ୍ତି, 'ସୋନାକ୍ଷୀ ଏବଂ ଜହୀର ଆପଣ ଏକାଠି ବହୁତ ଭଲ ଦେଖାଯାଉଛନ୍ତି'।

ଏହା ପୂର୍ବରୁ ସୋନାକ୍ଷୀ ସିହ୍ନା ଇନଷ୍ଟାଗ୍ରାମରେ ଆଉ ଏକ ମଜ୍ଜାଳିଆ ଭିଡିଓ ଶେୟାର କରିଥିଲେ ଯେଉଁଥିରେ ସେ ସ୍ୱାମୀ ଜହୀର ଇକବାଲଙ୍କ ସହ ବିମାନରେ ବସିଥିବାର ନଜର ଆସିଥିଲେ। ଏହି ଭିଡିଓରେ ଦେଖାଯାଏ ଯେ ଅଭିନେତ୍ରୀ ଆରାମ କରୁଥିବା ବେଳେ ଜହୀର ଇକବାଲ ତାଙ୍କୁ ହଇରାଣ କରୁଛନ୍ତି।

ସୋନାକ୍ଷୀ ସିହ୍ନା ତାଙ୍କ ସ୍ୱାମୀଙ୍କ ଏଭଳି ନକରାମୀ ଦେଖି ନିଜକୁ ହସକୁ ରୋକି ପାରନ୍ତି ନାହିଁ। ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ଏମିତି କାମକୁ ନେଇ ମଧ୍ୟ ମତ ଦେଇ କହିଛନ୍ତି, “ଯେତେବେଳେ ଆପଣ ଏପରି ଜଣେ ବ୍ୟକ୍ତିଙ୍କୁ ବିବାହ କରନ୍ତି, ଯିଏ ଆପଣଙ୍କୁ ହଇରାଣ କରି ନିଜ ପ୍ରେମକୁ ଦେଖାନ୍ତି”।

ଅଧିକ ପଢ଼ନ୍ତୁ: Rajnikanth: ‘କଙ୍ଗୁଭା’ ସୂର୍ଯ୍ୟାଙ୍କ ପାଇଁ ନୁହେଁ, ମୋ ପାଇଁ ତିଆରି ହୋଇଥିଲା: ରଜନୀକାନ୍ତ

ଜହୀର ଇକବାଲଙ୍କ ନଖରାମୀ:

ପ୍ରଶଂସକମାନେ ତାଙ୍କର ଏହି ଭିଡିଓରେ ମଧ୍ୟ ମତ ଦେଇ ସୋନାକ୍ଷୀ ସିହ୍ନା ଓ ଜହୀରଙ୍କ କେମେଷ୍ଟ୍ରୀକୁ ପ୍ରଶଂସା କରୁଛନ୍ତି। ଭିଡିଓ ଆରମ୍ଭରେ ଦେଖିବାକୁ ମିଳେ ଯେ, ସୋନାକ୍ଷୀ ଆଖି ବନ୍ଦ କରି ଆରାମ କରୁଥିବା ବେଳେ ଜହୀର ଇକବାଲ ସୋନାକ୍ଷୀଙ୍କ ଆଡକୁ ଢଳି ଯାଇ ପାଟିରେ ଥିବା ତାଙ୍କ ମାସ୍କକୁ ଟାଣି ଆଖି ଉପରେ ପକେଇ ଦିଅନ୍ତି। ଅଭିନେତ୍ରୀ ତାଙ୍କର ଏପରି ଆଚରଣରେ ବିରକ୍ତ ହୁଅନ୍ତି ଏବଂ ତା’ପରେ ଜୋରରେ ହସିବାକୁ ଲାଗନ୍ତି। ତା’ପରେ ସେ ନିଜ ମାସ୍କକୁ ଠିକ୍ କରି ଜହୀରଙ୍କୁ ମଜ୍ଜାରେ ପିଟନ୍ତି।


ଭିଡିଓରେ ମଜାଳିଆ ପ୍ରତିକ୍ରିୟା:

ଏହି ସମୟରେ ସୋନାକ୍ଷୀ ସିହ୍ନା ଏକ ନୀଳ ଏବଂ ଧଳା କୁର୍ତ୍ତାରେ ସୁନ୍ଦର ଦେଖାଯାଉଛନ୍ତି। ସେ ହାଲୁକା ମେକ୍‌ଅପ୍ ସହିତ ନିଜ ଚୁଟିକୁ ଖୋଲା ରଖିଛନ୍ତି। ସେହିପରି ଜହୀର କଳା ଟି-ସାର୍ଟରେ ସିମ୍ପଲ୍ ଲାଗୁଛନ୍ତି। ଲୋକମାନେ ଭିଡିଓ ଉପରେ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି।

ଜଣେ ଲେଖିଛନ୍ତି - ଆଜିକାଲି କେବଳ ଆପଣ ଦୁହେଁ ମୋତେ ଖୁସି କରାଉଛନ୍ତି। ଆଉ ଜଣେ କହିଛନ୍ତି – ମୁଁ ଗୋଟେ ମାରିବି କି, ଏଥିରେ ନିଜକୁ ଯୋଡି ଦେଖିପାରୁଛି। ତୃତୀୟ ବ୍ୟକ୍ତି କହିଛନ୍ତି - ଆପଣ ଦୁହିଁଙ୍ଗ ଯୋଡି ଖୁବ ସୁନ୍ଦର।


ଜୁନ୍ ୨୩ରେ ବିବାହ:

ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍‌ବାଲ ଦିନ ଧରି ଡେଟିଂ କରୁଥିଲେ। ପରେ ଜୁନ୍ ୨୩ରେ ବିବାହ କରି ସଂସାର ଆରମ୍ଭ କଲେ। କେବଳ ସେମାନଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି ଦମ୍ପତି ଏକ ସରଳ ଢଙ୍ଗରେ କୋର୍ଟ ବିବାହ କରିଥିଲେ। ବିବାହ ପରଠାରୁ ଦୁହେଁ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ସେମାନଙ୍କ ମଜ୍ଜାଳିଆ ଭିଡିଓ ଶେୟାର କରିଆସୁଛନ୍ତି।

ଅଧିକ ପଢ଼ନ୍ତୁ: Anupam Kher: ଆସିଲା ଅନୁପମ ଖେର୍‌ଙ୍କ 'ବିଜୟ ୬୯'ର ଦମଦାର ଟ୍ରେଲର୍; ଦେଖନ୍ତୁ ହସ ଏବଂ ସଂଘର୍ଷର ଝଲକ 

Bollywood Sonakshi Sinha Viral Video
Advertisment
Advertisment