Allu Arjun Granted Regular Bail
ବଡ଼ ଖବର। ଅଲ୍ଲୁ ଅର୍ଜୁନଙ୍କୁ ବଡ଼ ଆଶ୍ୱସ୍ତି। ପୁଷ୍ପାଙ୍କୁ ମିଳିଲା ଜାମିନ୍। ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍ରେ ଦଳାଚକଟା ମାମଲାରେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ୍। ଅଲ୍ଲୁଙ୍କୁ ନିୟମିତ ଜାମିନ୍ ଦେଇଛନ୍ତି ହାଇଦ୍ରାବାଦ କୋର୍ଟ ।
ଗତ ଡ଼ିସେମ୍ବର ୪ ତାରିଖରେ ପୁଷ୍ପା ଟୁ ସ୍ପେଶାଲ୍ ସ୍କ୍ରିନିଂରେ ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍ ଯାଇଥିଲେ ଅଲ୍ଲୁ । ତାଙ୍କୁ ଦେଖିବାକୁ ଆସିଥିବା ଲୋକଙ୍କ ଭିତରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅଙ୍କ ବ୍ରେନ୍ ଷ୍ଟ୍ରୋକ୍ ପରେ ମୃତ୍ୟୁ ସହ ସଂଘର୍ଷ କରୁଛି । ସେପଟେ ଗତ ୨୪ ତାରିଖରେ ପୁଷ୍ପାଙ୍କୁ ପୋଲିସ ପଚରାଉଚରା କରିଥିଲା । ଏଥିପାଇଁ ଥାନାରେ ହାଜର ହୋଇଥିଲେ ଅଲ୍ଲୁ ଅର୍ଜୁନ । ସେ ପୋଲିସ ଷ୍ଟେସନରେ ରହିଥିଲେ ପ୍ରାୟ ୪ ଘଣ୍ଟା । ମାଳମାଳ ପ୍ରଶ୍ନର ମଧ୍ୟ ସାମନା କରିଥିଲେ । ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ଚିକ୍କଡପାଲି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଅଲ୍ଲୁ ଅର୍ଜୁନ । ସାଙ୍ଗରେ ଓକିଲଙ୍କ ସହ ଥିଲେ ବାପା ଓ ଶ୍ୱଶୁର ।
ଅଧିକ ପଢ଼ନ୍ତୁ: ଆସିଲା ‘ଗେମ୍ ଚେଞ୍ଜର୍’ର ଦମଦାର ଟ୍ରେଲର; ଆକ୍ସନ୍ ଅବତାରରେ ରାମ ଚରଣ
ଦଳାଚକଟା ମାମଲାରେ ଅଲ୍ଲୁଙ୍କୁ ଅନେକ ପ୍ରଶ୍ନ ପଚାରିଥିଲା ପୋଲିସ । ରୋଡ୍ ସୋ କରି କାହିଁକି ଥିଏଟରକୁ ଯାଇଥିଲ ? ସେଠାକୁ ଯିବା ପାଇଁ ପୋଲିସ ଅନୁମତି ନଥିଲା । ଏକଥା ଜାଣିଥିଲ କି ନାହିଁ ? ସନ୍ଧ୍ୟା ଥିଏଟର କର୍ତ୍ତୃପକ୍ଷଙ୍କର ନେଇଥିଲ କି ଅନୁମତି ? ଆପଣ କି ଆପଣଙ୍କର ପିଆର୍ ଟିମ୍ ପୋଲିସ ଅନୁମତି ନେଇଥିଲେ କି? ଥିଏଟର ସ୍ଥିତି ସଂପର୍କରେ ପିଆର୍ ଟିମ୍ ପୋଲିସକୁ ଜଣାଇଥିଲେ କି? କେତେବେଳେ ଜାଣିଲେ ଦଳାଚକଟାରେ ରେବତୀଙ୍କର ମୃତ୍ୟୁ ହୋଇଛି? ଦଳାଚକଟା ଖବର କିଏ ଆପଣଙ୍କୁ ପ୍ରଥମେ ଦେଇଥିଲେ ? ଏସିପି କହିବା ପରେ ବି କାହିଁକି ଥିଏଟର ଛାଡି ନଥିଲ ? ଦଳାଚକଟା ଖବର ଜାଣି ବି ଥିଏଟରରେ ବସି ଫିଲ୍ମ ଦେଖିଥିଲ କାହିଁକି? ଏମିତି ତମାମ ପ୍ରଶ୍ନର ସାମନା କରିବା ପରେ ଅପରାହ୍ଣ ୨ଟା ୪୫ରେ ଥାନାରୁ ବାହାରିଥିଲେ ଅଲ୍ଲୁ ।
କୁହାଯାଉଛି, ପଚରାଯାଇଥିବା ସବୁ ପ୍ରଶ୍ନର ସେ ଉତ୍ତର ଦେଇଥିଲେ । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ଘଟଣାର ପରଦିନ ମହିଳାଙ୍କ ମୃତ୍ୟୁ ଖବର ଜାଣିଲେ ବୋଲି ପୋଲିସକୁ କହିଛନ୍ତି ଅଲ୍ଲୁ । ସେହିପରି ଅଡିଟୋରିୟମରେ ଏସିପି କି ଡିସିପି କେହି ତାଙ୍କୁ ଭେଟି ନଥିଲେ । ପୁଷ୍ପା-ଟୁ ପ୍ରିମିୟର ବେଳେ ଗତ ୪ ତାରିଖରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ହୋଇଥିଲା ଦଳାଚକଟା । ଅଲ୍ଲୁ ଅର୍ଜୁନ ଆସିଥିବାରୁ ତାଙ୍କୁ ଦେଖିବା ପାଇଁ ଅସମ୍ଭାଳ ଭିଡ଼ ହୋଇଥିଲା । ଦଳାଚକଟାରେ ରେବତୀ ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଆଗକୁ ପୁଣି ଥରେ ଅଲ୍ଲୁଙ୍କ ଜେରା ହୋଇପାରେ । ଆବଶ୍ୟକ ହେଲେ କ୍ରାଇମ୍ ସ୍ପଟ୍ କୁହାଯାଉଥିବା ସନ୍ଧ୍ୟା ଥିଏଟରକୁ ଅଲ୍ଲୁଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିପାରେ ପୋଲିସ ।
ଅଲ୍ଲୁଙ୍କୁ ପୋଲିସର ଜେରା ଭିତରେ ସାମନାକୁ ଆସିଛି ସନ୍ଧ୍ୟା ଥିଏଟରର ସେଦିନ ସିସିଟିଭି ଫୁଟେଜ୍ । ଯେଉଁଥିରେ ଦେଖିବାକୁ ମିଳିଛି, ସୁରକ୍ଷାକର୍ମୀ ଭିଡକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟ କରି ବିଫଳ ହୋଇଥିଲେ । ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଗତ ୧୩ ତାରିଖରେ ଗିରଫ ହୋଇଥିଲେ ଅଲ୍ଲୁ । ସେଦିନ ମାସେ ଅନ୍ତରୀଣ ଜାମିନ ଦେଇଥିଲେ ତେଲେଙ୍ଗାନା ହାଇକୋର୍ଟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735906560.jpg)