Advertisment

Allu Arjun Family Tree: ଅଲ୍ଲୁ ଅର୍ଜୁନଙ୍କ ପରିବାର ପୂରା ସେଲିବ୍ରିଟିରେ ପରିପୂର୍ଣ୍ଣ; ଜାଣନ୍ତୁ ଏମାନେ ସବୁ କିଏ…

ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁପର୍‌ଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଶୁକ୍ରବାର ଅପରାହ୍ନରେ ସନ୍ଧ୍ୟା ପ୍ରେକ୍ଷାଳୟରେ ଦଳାଚକଟାରେ ଜଣେ ମହିଳା ପ୍ରଶଂସକଙ୍କ ମୃତ୍ୟୁ ଘଟଣାରେ ଗିରଫ ପରେ ତାଙ୍କୁ ଜାମିନରେ ଛଡାଯାଇଛି। ଆପଣ ଏହି ମାମଲା ବିଷୟରେ ନିଶ୍ଚୟ ଜାଣିଥିବେ, କିନ୍ତୁ ଆପଣ ଜାଣନ୍ତି କି ଅଲ୍ଲୁ ଅର୍ଜୁନଙ୍କ ପରିବାର ପୂରା ସେଲିବ୍ରିଟିରେ ପରିପୂର୍ଣ୍ଣ।

author-image
Pramod Behera
ଅଦ୍ୟତନ ହୋଇଛି
Allu arjun family tree from chiranjeevi as fufa to ram charan as brother

Allu arjun family tree from chiranjeevi as fufa to ram charan as brother

ଅଲ୍ଲୁ ଅର୍ଜୁନ ବର୍ତ୍ତମାନ କେବଳ ସାଉଥ୍ ନୁହେଁ ସେ ପାନ ଇଣ୍ଡିଆ ଷ୍ଟାର୍ ହୋଇଗଲେଣି। 'ପୁଷ୍ପା ୨'ର ଅଦ୍ଭୁତପୂର୍ବ ସଫଳତା ପରେ ଆଜି ତାଙ୍କ ନାଁ ପ୍ରତ୍ୟେକ ଯୁବକଙ୍କ ପାଟିରେ। ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏହି ସୁପର୍‌ଷ୍ଟାରଙ୍କୁ ଶୁକ୍ରବାର ଅପରାହ୍ନରେ ସନ୍ଧ୍ୟା ପ୍ରେକ୍ଷାଳୟରେ ଦଳାଚକଟାରେ ଜଣେ ମହିଳା ପ୍ରଶଂସକଙ୍କ ମୃତ୍ୟୁ ଘଟଣାରେ ଗିରଫ କରାଯାଇଥିଲା, କିନ୍ତୁ ଆଜି ସକାଳେ ତାଙ୍କୁ ଜାମିନରେ ଛଡାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ବିଳମ୍ବରେ ପହଞ୍ଚିଲା ଜାମିନ୍‌ ଅର୍ଡର, ରାତି ସାରା ଜେଲ୍‌ରେ ରହିଲେ ଅଲ୍ଲୁ !

ଏହି ଖବରକୁ ନେଇ ଅଲ୍ଲୁ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ଆପଣ ଅଲ୍ଲୁଙ୍କ ଏହି ମାମଲା ବିଷୟରେ ନିଶ୍ଚୟ ଜାଣିଥିବେ, କିନ୍ତୁ ଆପଣ ଜାଣନ୍ତି କି ଅଲ୍ଲୁ ଅର୍ଜୁନଙ୍କ ପରିବାର ପୂରା ସେଲିବ୍ରିଟିରେ ପରିପୂର୍ଣ୍ଣ। ଆସନ୍ତୁ ସେ ବିଷୟରେ ପୂରା ଜାଣିବା।

Advertisment
Allu Arjun Family Treeଅଲ୍ଲୁ ଅର୍ଜୁନଙ୍କ ପରିବାର ପୂରା ସେଲିବ୍ରିଟିରେ ପରିପୂର୍ଣ୍ଣ

ଅଲ୍ଲୁ ଅର୍ଜୁନଙ୍କ ଜେଜେବାପା:

ଅଲ୍ଲୁ ଅର୍ଜୁନଙ୍କ ଜେଜେବାପାଙ୍କ ନାଁ ହେଉଛି ଅଲ୍ଲୁ ରାମଲିଙ୍ଗୟା। ସିଏ ୭୦-୮୦ ଦଶକରେ ତେଲୁଗୁ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତା ଥିଲେ। ସେ କନକା ରତ୍ନମଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଥିଲେ। ପୁଅ ଅଲ୍ଲୁ ଅରବିନ୍ଦ ଏବଂ ଝିଅ ସୁରେଖା। ପଦ୍ମଶ୍ରୀ ଏବଂ ରଘୁପତି ଭେଙ୍କୟା ଭଳି ପୁରସ୍କାରରେ ଅଲ୍ଲୁ ରାମଲିଙ୍ଗୟାଙ୍କୁ ସମ୍ମାନିତ କରାଯାଇଛି।

Allu Arjun Family Treeଅଲ୍ଲୁ ଅର୍ଜୁନଙ୍କ ପୂରା ପରିବାର

ଅଲ୍ଲୁ ଅର୍ଜୁନଙ୍କ ବାପା:

ଅଲ୍ଲୁ ରାମଲିଙ୍ଗାୟାଙ୍କ ପୁଅ ଅଲ୍ଲୁ ଅରବିନ୍ଦ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ପ୍ରଡ୍ୟୁସର୍ ଏବଂ ଡିଷ୍ଟ୍ରିବ୍ୟୁଟର୍। ଅରବିନ୍ଦଙ୍କ ବିବାହ ନିର୍ମଳାଙ୍କ ସହିତ ହୋଇଥିଲା। ଏହି ବିବାହ ପରେ ସେମାନଙ୍କର ତିନି ପୁଅ ହୋଇଥିଲେ, ଅଲ୍ଲୁ ଭେଙ୍କଟେଶ, ଅଲ୍ଲୁ ଅର୍ଜୁନ ଏବଂ ଅଲ୍ଲୁ ଶିରୀଷ।

ଅଧିକ ପଢ଼ନ୍ତୁ: ବେଲ୍‌ ମିଳିବା ପରେ ବି କାହିଁକି ଜେଲ୍‌ରେ ରାତି କାଟିଲେ ଅଲ୍ଲୁ ?

ଅଲ୍ଲୁ ଅର୍ଜୁନଙ୍କ ବଡ ଭାଇ ଅଲ୍ଲୁ ଭେଙ୍କଟେଶ ମଧ୍ୟ ସାଉଥ୍ ଇଣ୍ଡଷ୍ଟ୍ରିରେ ଜଣେ ଅଭିନେତା ଥିଲେ, କିନ୍ତୁ ବର୍ତ୍ତମାନ ସେ ଜଣେ ବ୍ୟବସାୟୀ ହୋଇଥିବାବେଳେ ସାନଭାଇ ଅଲ୍ଲୁ ଶିରୀଷ ତେଲୁଗୁ ଇଣ୍ଡଷ୍ଟ୍ରିରେ ଜଣେ ଅଭିନେତା ଭାବେ କାମ କରୁଛନ୍ତି।

Allu Arjun Family Treeଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ପ୍ରଡ୍ୟୁସର୍ ଏବଂ ଡିଷ୍ଟ୍ରିବ୍ୟୁଟର୍

ଚିରଞ୍ଜୀବୀ ପିଉସା ଏବଂ ରାମ ଚରଣ ଭାଇ:

ଅଲ୍ଲୁ ରାମଲିଙ୍ଗୟା ତାଙ୍କ ଝିଅ ସୁରେଖାଙ୍କୁ ସାଉଥ୍‌ ମେଗାଷ୍ଟାର ଚିରଞ୍ଜୀବୀଙ୍କୁ ବିବାହ ଦେଇଥିଲେ। ସୁରେଖା ଅଲ୍ଲୁ ଅର୍ଜୁନଙ୍କ ପିଉସୀ ହୋଇଥିବା ବେଳେ ଚିରଞ୍ଜୀବୀ ସାନ ପିଉସା। ସେହି ହିସାବରେ ରାମ ଚରଣ ତାଙ୍କ ଭାଇ। ଚିରଞ୍ଜୀବୀ କେବଳ ଜଣେ ମହାନ ଅଭିନେତା ନୁହଁନ୍ତି, ସେ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ସମ୍ପର୍କୀୟ ଭାଇ ରାମ ଚରଣ ସାଉଥ୍‌ର ଅନ୍ୟତମ ସୁପରଷ୍ଟାର୍‌।

Allu Arjun Family Treeଚିରଞ୍ଜୀବୀ ପିଉସା ଏବଂ ରାମ ଚରଣ ଭାଇ

ଚିରଞ୍ଜୀବୀଙ୍କ ଝିଅ ସୁସ୍ମିତା ଏବଂ ଶ୍ରୀଜା ମଧ୍ୟ ଇଣ୍ଡଷ୍ଟ୍ରୀ ସହିତ ଜଡିତ ଅଛନ୍ତି। ରାମ ଚରଣଅଲ୍ଲୁ ଅର୍ଜୁନଙ୍କ ମଧ୍ୟରେ ବଣ୍ଡିଂ କେବଳ ପାରିବାରିକ ନୁହେଁ, ସେମାନେ ପରସ୍ପରଙ୍କ ଭଲ ବନ୍ଧୁ ମଧ୍ୟ। ଉଭୟ ପ୍ରାୟତଃ ପାରିବାରିକ ଛୁଟିରେ ଏକାଠି ଯାଆନ୍ତି।

Allu Arjun Family Tree
ଚିରଞ୍ଜୀବୀ ଏବଂ ରାମ ଚରଣ

ଅଲ୍ଲୁ ଅର୍ଜୁନଙ୍କ ପତ୍ନୀ:

ଅଲ୍ଲୁ ଅର୍ଜୁନ ୨୦୧୧ରେ ସ୍ନେହା ରେଡ୍ଡୀଙ୍କୁ ବିବାହ କରିଥିଲେ, ଯିଏ ହାଇଦ୍ରାବାଦର ଏକ ବ୍ୟାବସାୟିକ ପରିବାରରୁ ଆସିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି - ପୁଅ ଅୟାନ ଏବଂ ଝିଅ ଅରହା। ସ୍ନେହା ଜଣେ ଶିକ୍ଷାବିତ୍ ଏବଂ ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ।

Allu Arjun Family Treeଦୁଇ ସନ୍ତାନ ଓ ପତ୍ନୀଙ୍କ ସହିତ ଅଲ୍ଲୁ ଅର୍ଜୁନ

ଅଲ୍ଲୁ ଅର୍ଜୁନଙ୍କ ଚାଚା ପୱନ କଲ୍ୟାଣ:

ଚିରଞ୍ଜୀବୀଙ୍କ ଭାଇ ପୱନ କଲ୍ୟାଣ, ଯିଏ ନିଜେ ଜଣେ ଅଭିନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ଡେପୁଟି ସିଏମ୍, ଅଲ୍ଲୁ ଅର୍ଜୁନଙ୍କ ଚାଚା। ପୱନ କଲ୍ୟାଣଙ୍କ ତିନୋଟି ବିବାହ ପରେ, ତାଙ୍କର ବର୍ତ୍ତମାନର ପତ୍ନୀ ଆନ୍ନା ଲେଜ୍‌ନେଭା ହେଉଛନ୍ତି ଅଲ୍ଲୁ ଅର୍ଜୁନଙ୍କ ଚାଚୀ।

ଏହା ବ୍ୟତୀତ ନାଗେନ୍ଦ୍ର ବାବୁଙ୍କ ପୁଅ ବରୁଣ ତେଜ ଏବଂ ନିହାରିକା କୋନିଡେଲା ଏବଂ ଚିରଞ୍ଜୀବୀଙ୍କ ଭଉଣୀ ବିଜୟା ଦୁର୍ଗାଙ୍କ ପୁଅ ଧର୍ଜ ତେଜ ଏବଂ ବୈଷ୍ଣବ ତେଜ ମଧ୍ୟ ଅଲୁ ଅର୍ଜୁନଙ୍କ ସଂପର୍କୀୟ ଭାଇ।

Allu Arjun Family Treeଅଲ୍ଲୁ ଅର୍ଜୁନଙ୍କ ଚାଚା ପୱନ କଲ୍ୟାଣ

ଅଲ୍ଲୁ ଏବଂ କୋନିଡେଲା ପରିବାରର ଦବଦବା:

ଅଲ୍ଲୁ ଅର୍ଜୁନ୍ ଏବଂ କୋନିଡେଲା ପରିବାର ମଧ୍ୟରେ ସମ୍ପର୍କ ଏହି ପରିବାରକୁ ଆହୁରି ସ୍ୱତନ୍ତ୍ର କରିପାରିଛି। ଉଭୟ ପରିବାରର ସଦସ୍ୟମାନେ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ଦବଦବା ବଜାୟ ରଖିଛନ୍ତି।

ଅଧିକ ପଢ଼ନ୍ତୁ: ରିଲ୍ ନୁହେଁ ରିଅଲ୍‌ରେ ବନ୍ଧା ହେଲେ ‘ପୁଷ୍ପାରାଜ୍’; ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

Allu Arjun Pawan Kalyan Ram Charan Chiranjeevi South Indian Stars
Advertisment
Advertisment