Advertisment

ହେଇଗଲା ଫାଇନାଲ୍; ସାଉଥ୍‌ର ଏହି ଫିଲ୍ମରେ ଦମଦାର ଭୂମିକାରେ ନଜର ଆସିବେ ଅକ୍ଷୟ

ଏବେ ଏହା ନିଶ୍ଚିତ ହୋଇଯାଇଛି ଯେ ସେ ବିଷ୍ଣୁ ମଞ୍ଚୁଙ୍କ ଫିଲ୍ମ ‘କନ୍ନପ୍ପା’ରେ ନଜର ଆସିବେ। ଏହା ଏକ ପୌରାଣିକ ଆଧାରିତ ଚଳଚ୍ଚିତ୍ର ହେବ, ଯେଉଁଥିରେ ପ୍ରଭାସ, ମୋହନଲାଲଙ୍କ ଭଳି ଦକ୍ଷିଣ ସିନେମାର ତାରକାମାନେ ମଧ୍ୟ ନଜର ଆସିବେ।

author-image
Pramod Behera
ଅଦ୍ୟତନ ହୋଇଛି
Akshay Kumar To Make Telugu Debut With Kannappa

akshay kumar is all set to make his telugu debut with kannappa

ବଲିଉଡ ଖିଲାଡି ଅକ୍ଷୟ କୁମାର ତାଙ୍କ ଆକ୍ସନ୍ ଥ୍ରୀଲର ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ପରେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏବେ ଏହା ନିଶ୍ଚିତ ହୋଇଯାଇଛି ଯେ ସେ ବିଷ୍ଣୁ ମଞ୍ଚୁଙ୍କ ଫିଲ୍ମ ‘କନ୍ନପ୍ପା’ରେ ନଜର ଆସିବେ। ଏହା ଏକ ପୌରାଣିକ ଆଧାରିତ ଚଳଚ୍ଚିତ୍ର ହେବ, ଯେଉଁଥିରେ ପ୍ରଭାସ, ମୋହନଲାଲଙ୍କ ଭଳି ଦକ୍ଷିଣ ସିନେମାର ତାରକାମାନେ ମଧ୍ୟ ନଜର ଆସିବେ। ବିଷ୍ଣୁ ମଞ୍ଚ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ “ଅକ୍ଷୟ କୁମାର ମଧ୍ୟ 'କନ୍ନପ୍ପା'ର ଏକ ଅଂଶ ହେବେ।”

Advertisment

ବିଷ୍ଣୁ ମଞ୍ଚୁ ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳେ ଯେ ବିଷ୍ଣୁ ଓ ମୋହନବାବୁ ସାଲ୍ ଘୋଡେଇ ଓ ଫୁଲ ମାଳ ଦେଇ ଅକ୍ଷୟ କୁମାରଙ୍କୁ ସ୍ୱାଗତ କରୁଛନ୍ତି। ଏହା ପରେ ତିନିଜଣ ବସି ବସି ପ୍ରୋଜେକ୍ଟ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳେ।

ଅଧିକ ପଢ଼ନ୍ତୁ: ନୂଆ ରୂପରେ ଆସୁଛନ୍ତି କମଲ ହାସନ; ଦେଖନ୍ତୁ 'ଇଣ୍ଡିଆନ୍ ୨'ର ପ୍ରଥମ ଝଲକ

Advertisment

ଏହି ଭିଡିଓ ପୋଷ୍ଟ କରି ବିଷ୍ଣୁ ମଞ୍ଚୁ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “'କନ୍ନପ୍ପା’ର ଯାତ୍ରା ଅଧିକ ରୋମାଞ୍ଚକର ହୋଇଛି। ଆମେ ଅକ୍ଷୟ କୁମାରଙ୍କୁ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପକୁ ସ୍ୱାଗତ କରୁଛୁ। ‘କନ୍ନପ୍ପା’ ସହ ତେଲୁଗୁ ସିନେମାରେ ତାଙ୍କର ଡେବ୍ୟୁ ବହୁତ ରୋମାଞ୍ଚକର ହେବ। କେବେ ନ ଭୁଲିହେବା ଭଳି ଏଜ ଆଡ୍‌ଭେଞ୍ଜର୍ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ।”

ଏହି ଚଳଚ୍ଚିତ୍ରର କାହାଣୀ ଭଗବାନ ଶିବ ଭକ୍ତ କନ୍ନପ୍ପାଙ୍କୁ ନେଇ ଆଧାରିତ। ଏହା ଏମିତି ଏକ ଭୟଙ୍କର ଯୋଦ୍ଧା ବିଷୟରେ, ଯିଏ ଭଗବାନ ଶିବଙ୍କର ଜଣେ ପରମ ଭକ୍ତ ହୋଇଯାଆନ୍ତି। 'କନ୍ନପ୍ପା'ର କାହାଣୀ ବିଷ୍ଣୁ ମଞ୍ଚୁ ଲେଖିଛନ୍ତି ଏବଂ ପୂର୍ବରୁ ଟିଭି ପାଇଁ 'ରାମାୟଣ' ଏବଂ 'ମହାଭାରତ' ନିର୍ମାଣ କରିଥିବା ମୁକେଶ କୁମାର ସିଂହ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ଗ୍ରହଣ କରିଛନ୍ତି।

ମୋହନଲାଲ ଏବଂ ପ୍ରଭାସଙ୍କ ବ୍ୟତୀତ ମୋହନ ବାବୁ, ସରତ କୁମାର, ବ୍ରହ୍ମାନନ୍ଦମ ଭଳି ତାରକାମାନେ ଫିଲ୍ମ 'କନ୍ନପ୍ପା'ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରକୁ ବଡ ଆକାରରେ ନିର୍ମାଣ କରିବା ପାଇଁ ହଲିଉଡ୍‌ ସିନେମାଟୋଗ୍ରାଫର ଶେଲଡନ୍ ଚାଉ ଏବଂ ଆକ୍ସନ୍ ନିର୍ଦ୍ଦେଶକ କେଚା ଖମ୍ପକଡିଙ୍କୁ ନିଯୁକ୍ତି ଦିଆଯାଇଛି। ଏଥି ସହିତ ପ୍ରଭୁ ଦେବା ମଧ୍ୟ ଫିଲ୍ମ ଟିମ୍ ସହ ଜଡିତ ଅଛନ୍ତି।

Bollywood Akshay Kumar
Advertisment
Advertisment