Advertisment

Aishwarya Rai Love Affair: ଅଭିଷେକଙ୍କ ପୂର୍ବରୁ ଏହି ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଥିଲେ ଐଶ୍ୱର୍ଯ୍ୟା, ଜାଣନ୍ତୁ ସେ କିଏ…

ଦୀର୍ଘ ଦିନ ଧରି ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ମତଭେଦକୁ ନେଇ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ଏହି ଯୋଡିଙ୍କ ପ୍ରତ୍ୟେକ ଅପ୍‌ଡେଟ୍ ପାଇବା ପାଇଁ ସେମାନଙ୍କ ପ୍ରଶଂସକମାନେ ଚାହିଁ ବସିଛନ୍ତି। ଆସନ୍ତୁ ଜାଣିବା ଅଭିଷେକଙ୍କ ପୂର୍ବରୁ କାହାକୁ ବିବାହ କରିବାକୁ ଚାହୁଥିଲେ ଐଶ୍ୱର୍ଯ୍ୟା।

ଅଦ୍ୟତନ ହୋଇଛି
Aishwarya Rai Love Affair

Aishwarya Rai Love Affair

Advertisment

ଲୋକମାନେ ବଲିଉଡ୍‌ ଦୁନିଆର ସମସ୍ତ ଖବର ପାଇଁ ବହୁତ ଆଗ୍ରହ ଦେଖାନ୍ତି। ବିଶେଷକରି ସେମାନେ ସେହି ଖବର ପ୍ରତି ଅଧିକ ଧ୍ୟାନ ଦିଅନ୍ତି ଯେଉଁଥିରେ କାହାର ସମ୍ପର୍କ କିମ୍ବା ବ୍ରେକଅପ୍‌କୁ ନେଇ ଆଲୋଚନା ହେଉଥାଏ। ଦୀର୍ଘ ଦିନ ଧରି ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ମତଭେଦକୁ ନେଇ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ଏହି ଯୋଡିଙ୍କ ପ୍ରତ୍ୟେକ ଅପ୍‌ଡେଟ୍ ପାଇବା ପାଇଁ ସେମାନଙ୍କ ପ୍ରଶଂସକମାନେ ଚାହିଁ ବସିଛନ୍ତି।

Advertisment

ଆଜିକାଲି ଗଣମାଧ୍ୟମରେ ଉଭୟଙ୍କ ମଧ୍ୟରେ ଦୂରତା ବୃଦ୍ଧି ହେବାର ଖବର ପ୍ରଚାର ହେବାରେ ଲାଗିଛି। ସେମାନଙ୍କ ଛାଡପତ୍ରଙ୍କୁ ନେଇ ଆଲୋଚନା ଜୋର୍ ଧରିଛି। ଏହିପରି ଖବର ଯେତେଯେତେ ପ୍ରସାର ହେଉଛି ଉଭୟଙ୍କ ପ୍ରଶଂସକମାନେ ସେତେ ନିରାଶ ହେଉଛନ୍ତି ଏବଂ ସେମାନଙ୍କୁ ନେଇ ଚିନ୍ତା କରୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କମାଲ କରୁନି 'କଙ୍ଗୁଭା'; ୩୫୦ କୋଟିର ଫିଲ୍ମ ରୋଜଗାରରେ ଧିମଉଛି

ଐଶ୍ୱର୍ଯ୍ୟାଙ୍କ ପ୍ରଥମ ପସନ୍ଦ:

ବର୍ତ୍ତମାନ ଏଭଳି ପରିସ୍ଥିତିରେ ଲୋକମାନେ ଅଭିଷେକ ଏବଂ ଐଶଙ୍କ ବିଷୟରେ ସମସ୍ତ ପ୍ରକାର ଖବର ଖୋଜୁଛନ୍ତି। ଯେଉଁଥିରେ ସେମାନଙ୍କ ପୂର୍ବ ସମ୍ପର୍କ କଥା ମଧ୍ୟ ରହିଛି। ଆଜି ଆମେ ଆପଣଙ୍କୁ ଏପରି ଏକ ସୂଚନା ଦେବାକୁ ଯାଉଛୁ, ଯେଉଁଥିରେ ଆପଣ ଜାଣିବେ ଯେ ଐଶ୍ୱର୍ଯ୍ୟା ରାୟଙ୍କ ନାଁ ପ୍ରଥମେ ଜଣେ ବ୍ୟକ୍ତିଙ୍କ ସହ ଯୋଡି ହୋଇଥିଲା ଯାହାକୁ ଆପଣ କ୍ୱଚିତ୍ ଜାଣିଥିବେ।

Advertisment

ଅଭିଷେକ ବଚ୍ଚନଙ୍କ ସହ ବିବାହ ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନାଁ ଜଣେ ବ୍ୟବସାୟୀଙ୍କ ସହ ଜଡିତ ଥିଲା। ସେ ଥିଲେ ସବୀର ଭାଟିଆ, ଯିଏ ସଲମାନ ଖାନଙ୍କ ପରେ ଐଶ୍ୱର୍ଯ୍ୟାଙ୍କ ଜୀବନରେ ପ୍ରବେଶ କରିଥିଲେ। ସେ ତାଙ୍କ ହୃଦୟରେ ଘର କରି ଯାଇଥିଲେ। ଉଭୟଙ୍କ ମଧ୍ୟରେ ବହୁତ ପ୍ରେମ ଚାଲିଥିଲା।

ଐଶ୍ୱର୍ଯ୍ୟା ଏବଂ ସବୀରଙ୍କ ଘନିଷ୍ଠତା ଖବର ଗଣମାଧ୍ୟମରେ ବହୁ ଚର୍ଚ୍ଚା ହୋଇଥିଲା। ସବୀର ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟାଙ୍କ ପ୍ରତି ତାଙ୍କର ପ୍ରେମକୁ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ।

ତେବେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ବିବାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ୨୦୦୭ରେ ଦୁହେଁ ବିବାହ କରିଥିଲେ ଏବଂ ସେମାନଙ୍କ ବିବାହ ଖବର ଗଣମାଧ୍ୟମରେ ଅନେକ ହଇଚଇ ସୃଷ୍ଟି କରିଥିଲା।

ବର୍ତ୍ତମାନ ଯେତେବେଳେ ସେମାନଙ୍କର ଅଲଗା ହେବାର ଖବର ଆସୁଛି, ସେତେବେଳେ ପ୍ରଶ୍ନ ଉଠୁଛି ଯେ ଏହି କାରଣରୁ କ’ଣ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ବୈବାହିକ ଜୀବନରେ ଫାଟ ଦେଖାଯାଇଛି ନା ଅଭିଷେକଙ୍କ ନିମ୍ରତ କୌରଙ୍କ ସହ ପ୍ରେମ ସମ୍ପର୍କ ଥିବାରୁ ଉଭୟଙ୍କ ମଧ୍ୟରେ ମତଭେଦ ହୋଇଛି?

ତେବେ ଏହି ପ୍ରଶ୍ନଗୁଡିକର ଉତ୍ତର ବର୍ତ୍ତମାନ ସମୟରେ ପାଇବା କଷ୍ଟକର। କିନ୍ତୁ ଏହା ନିଶ୍ଚିତ ଯେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ସମସ୍ତ ପ୍ରଶଂସକ ସେମାନଙ୍କ ଅଲଗା ହେବାର ଖବରରେ ଦୁଃଖିତ।

ତେବେ ଏହି ଜଣେ ବ୍ୟକ୍ତି ନୁହନ୍ତି, ବଚ୍ଚନ ପରିବାରର ବୋହୂ ହେବା ପୂର୍ବରୁ ଐଶ୍ୱର୍ଯ୍ୟା ରାୟଙ୍କ ନାଁ ଅନେକ କଳାକାରଙ୍କ ସହ ଜଡିତ ଥିଲା, ଯେଉଁଥିପାଇଁ ତାଙ୍କୁ ନେଇ ବହୁତ ଚର୍ଚ୍ଚା କରାଯାଉଥିଲା। ସେମାନେ କିଏ ଆସନ୍ତୁ ଜାଣିବା।

ରାଜୀବ ମୁଲଚନ୍ଦାନୀ:

ଅଭିନୟ ଜଗତରେ ପ୍ରବେଶ କରିବା ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ମଡେଲିଂରେ ହଇଚଇ ସୃଷ୍ଟି କରୁଥିଲେ। ମଡେଲିଂରେ କ୍ୟାରିଅର୍ ବେଳେ ଐଶ୍ୱର୍ଯ୍ୟା ରାୟ ରାଜୀବ ମୁଲଚନ୍ଦାନୀଙ୍କ ପ୍ରେମରେ ପଡିଥିଲେ। କିନ୍ତୁ ସେ ବଲିଉଡ୍‌ରେ ପ୍ରବେଶ କରିବା ମାତ୍ରେ ରାଜୀବଙ୍କଠାରୁ ଦୂରତା ବଜାୟ ରଖିବା ଆରମ୍ଭ କରିଥିଲେ। ଏହା ପରେ ସେମାନଙ୍କ ବ୍ରେକ୍‌ଅପ୍ ହୋଇଥିଲା।

ହେମନ୍ତ ତ୍ରିବେଦୀ:

ମଡେଲିଂରେ ନିଜର ପରିଚୟ ସୃଷ୍ଟି କରିବା ପରେ ଯେତେବେଳେ ଐଶ୍ୱର୍ଯ୍ୟା ରାୟ ବଲିଉଡରେ ପ୍ରବେଶ କଲେ, ଫ୍ୟାଶନ୍ ଡିଜାଇନର୍ ହେମନ୍ତ ତ୍ରିବେଦୀ ତାଙ୍କ ଜୀବନରେ ଆସିଥିଲେ। ପରେ ସେମାନେ ଅଲଗା ହୋଇଥିଲେ।


ଅକ୍ଷୟ ଖାନ୍ନା:

ଐଶ୍ୱର୍ଯ୍ୟା ରାୟଙ୍କ ନାଁ ବଲିଉଡ ଅଭିନେତା ଅକ୍ଷୟ ଖାନ୍ନାଙ୍କ ସହ ମଧ୍ୟ ଜଡିତ ଅଥିଲା। ଦୁହେଁ ‘ଆ ଅବ୍‌ ଲୌଟ୍ ଚଲେ’ ଏବଂ ‘ତାଲ୍’ ଭଳି ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ସେତେବେଳେ ଅକ୍ଷୟ ଖାନ୍ନା ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କକୁ ନେଇ ଅନେକ ଆଲୋଚନା ହୋଇଥିଲା। ତଥାପି, ସେମାନଙ୍କର ସମ୍ପର୍କ ଅଧିକ ଦିନ ରହିଲା ନାହିଁ।

ସଲମାନ ଖାନ:

ଐଶ୍ୱର୍ଯ୍ୟା ରାୟ ଏବଂ ସଲମାନ ଖାନଙ୍କ ପ୍ରେମ କାହାଣୀ ବିଷୟରେ ସମସ୍ତେ ଜାଣନ୍ତି। ଏହି ପ୍ରେମ କାହାଣୀର ସମାପ୍ତି ବହୁତ ଯନ୍ତ୍ରଣାଦାୟକ ଥିଲା। ‘ହମ୍ ଦିଲ୍‌ ଦେ ଚୁକେ ସନମ’ ଫିଲ୍ମର ସୁଟିଂ ସମୟରେ ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ନିକଟତର ହୋଇଥିଲେ। କୁହାଯାଏ ଯେ ସଲମାନ ଖାନଙ୍କ ବ୍ୟବହାର କାରଣରୁ ଏହି ସମ୍ପର୍କ ଭାଙ୍ଗିଯାଇଥିଲା।

ବିବେକ ଓବରାଏ:

ସଲମାନ ଖାନଙ୍କ ସହ ବ୍ରେକଅପ୍ ପରେ ଅଭିନେତା ବିବେକ ଓବରାଏ ଐଶ୍ୱର୍ଯ୍ୟା ରାୟଙ୍କ ଜୀବନରେ ପ୍ରବେଶ କରିଥିଲେ। ଫିଲ୍ମ ‘କ୍ୟୁଁ ହୋ ଗୟା ନା୍‌ ସମୟରେ ଉଭୟ ନିକଟତର ହୋଇଥିଲେ। ସେତେବେଳେ ବିବେକଙ୍କ କ୍ୟାରିୟର ଦ୍ରୁତ ଗତିରେ ଆଗକୁ ଯାଉଥିଲା, କିନ୍ତୁ ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କର ସମ୍ପର୍କ ତାଙ୍କ କ୍ୟାରିଅରକୁ ଫିକା କରି ଦେଇଥିଲା।

ଅଧିକ ପଢ଼ନ୍ତୁ: ‘ମହାବତାର’ରୁ ଭିକି କୌଶଲଙ୍କ ଫାଷ୍ଟ୍ ଲୁକ୍; କେବେ ବି ଦେଖି ନଥିବେ ଏମିତି ଅବତାର

Bollywood Abhishek Bachchan Aishwarya Rai Bachchan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ