• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲିଉଡ୍‌ର ଦବଙ୍ଗ ହିରୋ ସଲମାନ ଖାନ୍‌ଙ୍କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ଏମିତିରେ ବି ସଲୁ ଭାଇଙ୍କୁ ନେଇ ବଲିଉଡ୍‌ରେ ସବୁବେଳେ ଚର୍ଚ୍ଚା ଚାଲିଥାଏ । କିନ୍ତୁ ଏବେ କିଛି ଭିନ୍ନ କାରଣକୁ ନେଇ ସଲୁ ଭାଇଙ୍କ କଥା ସମସ୍ତଙ୍କ ମୁହଁରେ । ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ହତ୍ୟା ଧମକ ମିଳିବା ପରେ ଫ୍ୟାନ୍ସମାନେ ଓ ଖୋଦ୍‌ ସଲୁ ଭାଇ ମଧ୍ୟ ଚିନ୍ତାରେ ।

ଗତ କିଛି ଦିନ ତଳେ ମୁମ୍ବାଇ ପୋଲିସ ପକ୍ଷରୁ ସଲମନ ଖାନ୍‌ଙ୍କୁ ବନ୍ଧୁକ ଲାଇସେନ୍ସ ମିଳିଛି । ସେ ଜୁଲାଇ ୨୨ ତାରିଖରେ ମୁମ୍ବାଇ ପୋଲିସ କମିଶନର ବିବେକ ଫାନ୍‌ସଲକରଙ୍କ ସହ ଏନେଇ ସେ ଆଲୋଚନା କରିଥିଲେ । ଜେଲ୍‌ରେ ଥିବା ଲରେନ୍ସ ବିଷ୍ଣୋଇ ସଲମାନ ଖାନ୍‌ଙ୍କୁ ହତ୍ୟା କରିବାର ଧମକ ଦେବା ପରେ, ଏବେ ପୁରା ବଲିଉଡ୍‌ରେ ଭୟର ବାତାବରଣ ରହିଛି ।

ତେବେ କିଛି ଦିନ ପୂର୍ବରୁ ସଲମାନ ବନ୍ଧୁକ ରଖିବାର ଅନୁମତି ପାଇବା ପରେ ଏବେ ଆଉ ପାଦେ ଆଗେଇଛନ୍ତି । ନିଜ କାର୍‌କୁ ସେ ବୁଲେଟ୍‌ ପ୍ରୁଫ୍‌ କରିଛନ୍ତି । ଟୋୟୋଟା ଲାଣ୍ଡ କ୍ରୁଜର ଏସ୍‌ୟୁଭିକୁ ସେ ମୋଡିଫାଏ କରି ବୁଲେଟ୍‌ ପ୍ରୁଫ୍‌ କାରରେ ପରିଣତ କରିଛନ୍ତି । ଏହି ଗାଡ଼ିର ଦାମ୍‌ ଏବେ ପ୍ରାୟ ଦେଢ଼ କୋଟି ଟଙ୍କା ହେବ । କାର ମୋଡିଫିକେସନ୍‌ ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିଛନ୍ତି ସଲମାନ ।

ଅଗଷ୍ଟ ୧ ତାରିଖରେ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖାଯାଇଥିଲା । ସେଠାକୁ ସେ ଏହି ଦେଢ଼ କୋଟି ଟଙ୍କିଆ ବୁଲେଟ୍‌ପ୍ରୁଫ୍‌ କାରରେ ଆସିଥିଲେ । ସଲମାନ ଖାନ୍‌ ଅନ୍ଦାଜ୍‌ରେ ସେ ଏୟାରପୋର୍ଟରେ ପହଞ୍ଚିଥିଲେ । ଗୋଲାପି ସାର୍ଟ ଆଉ କଳା ଟ୍ରାଉଜର ପିନ୍ଧି ଷ୍ଟାଇଲ୍‌ରେ ଏୟାରପୋର୍ଟ ପହଞ୍ଚିଥିଲେ । ସଲମାନଙ୍କ ଏହି କାର୍‌ର ଇଞ୍ଜିନ୍‌ ୪୪୬୧ ସିସି ହେବା ସହ ଏହାର ବିଏଚ୍‌ପି ୨୬୨ ।

 

ସୂଚନାଯୋଗ୍ୟ, ସଲମାନଙ୍କୁ ଏକ ଚିଠି ଆସିଥିଲା । ସେଥିରେ କୁହାଯାଇଥିଲା ଯେ, ତୁମର ମୁସେୱାଲା ଭଳି ସ୍ଥିତି ହେବ । ଏହି ଖବର ନିଆଁ ବେଗରେ ଚାରିଆଡ଼େ ବ୍ୟାପିଯାଇଥିଲା । ଆଉ ସମସ୍ତଙ୍କ ମନରେ ଭୟର ବାତାବରଣ ଦେଖାଦେଇଥିଲା । କାରଣ ଗତ ମେ’ ୨୯ ତାରିଖରେ ପଞ୍ଜାବୀ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା । ସେ ତାଙ୍କ କାରରେ ଯାଉଥିବା ବେଳେ ତାଙ୍କ ଉପରେ ଅଚାନକ ଗୁଳି ବର୍ଷା ହୋଇଥିଲା । ପାଖାପାଖି ୩୦ ରାଉଣ୍ଡ ଗୁଳି ତାଙ୍କ ଉପରକୁ ଚାଲିଥିଲା । ସେଥିରୂ ୨୪ ରାଉଣ୍ଡ ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା ।