Advertisment

'ୱେଲକମ୍ ୩'କୁ ନେଇ ଆସିଲା ନୂଆ ଅପଡେଟ୍; ଅକ୍ଷୟଙ୍କ ସହ ସାମିଲ୍ ହେଲେ ଏହି ଦିୱାନା

'ୱେଲକମ୍ ୩' କୁ ନେଇ ଏକ ନୂଆ ଅପଡେଟ୍ ଆସିଛି। ଏହି ସିନେମାରେ ଆଉ ଜଣେ ଅଭିନେତା ପ୍ରବେଶ କରିଛନ୍ତି। ସେ ହେଉଛନ୍ତି ଅଫତାବ ଶିବଦାସନୀ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର୍‌ କରି ସେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Aftab shivdasani joins welcome 3

Aftab shivdasani joins welcome to the jungle

ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ 'ୱେଲ୍‌କମ୍ ଟୁ ଦ ଜଙ୍ଗଲ' ବା 'ୱେଲକମ୍ ୩' କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି। ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ, ଯାହାକୁ ଅହମ୍ମଦ ଖାନ ନିର୍ଦ୍ଦେଶନା ଦେଉଛନ୍ତି। ବର୍ତ୍ତମାନ 'ୱେଲକମ୍ ୩' କୁ ନେଇ ଏକ ନୂଆ ଅପଡେଟ୍ ଆସିଛି। ଏହି ସିନେମାରେ ଆଉ ଜଣେ ଅଭିନେତା ପ୍ରବେଶ କରିଛନ୍ତି। ସେ ହେଉଛନ୍ତି ଅଫତାବ ଶିବଦାସନୀ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର୍‌ କରି ସେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି।

Advertisment

ଅଫତାବ ଶିବଦାସନୀ ଅକ୍ଷୟ କୁମାରଙ୍କ ସହ ତାଙ୍କର ଫଟୋଗୁଡ଼ିକର ଏକ କୋଲାଜ କରିଛନ୍ତି ଏବଂ ଏହାକୁ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍‌ରେ ଶେୟାର କରିଛନ୍ତି। ଗୋଟିଏ ଫଟୋ ବର୍ତ୍ତମାନର ହୋଇଥିବା ବେଳେ ଅନ୍ୟଟି ୧୬ ବର୍ଷର ପୁରୁଣା। ପୋଷ୍ଟ ଶେୟାର କରି ଅଫତାବ ଶିବଦାସନୀ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ପ୍ରଥମ ଛବି ୧୬ ବର୍ଷ ପୂର୍ବରୁ ନିଆଯାଇଥିଲା। (୨୦୦୮ ଏବଂ ୨୦୨୪)। ଯେପରି ଆପଣ ଦେଖୁଥିବେ, କିଛି ବି ବଦଳି ନାହିଁ।” ସେ ଆହୁରି ଲେଖିଛନ୍ତି “ଏହି ‘ଦିବାନା’କୁ ‘ପାଗଲ୍’ ଜଙ୍ଗଲରେ ୱେଲକମ୍ କରିବା ପାଇଁ ଆୱାରାଙ୍କୁ ଧନ୍ୟବାଦ।”

ଅଧିକ ପଢ଼ନ୍ତୁ: ମାଧୁରୀଙ୍କ ସହ ଏକାଠି କାମ କରିବାକୁ ଏମିତି କରୁଥିଲେ କରିସ୍ମା କପୁର; କହିଲେ ନିଜ ଅଭିଜ୍ଞତା

Advertisment

ଅକ୍ଷୟ କୁମାର ଏବଂ ଅଫତାବ ଶିବଦାସନୀଙ୍କୁ ଏକାଠି ଦେଖିବା ପରେ ପ୍ରଶଂସକମାନେ ପାଗଳ ହୋଇଯାଇଛନ୍ତି ଏବଂ କମେଣ୍ଟରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲେଖିଛନ୍ତି, 'ଆରେ ଆୱାରା ପାଗଲ୍‌ ଦିୱାନା ୨ କର’। ଅନ୍ୟ ଜଣେ ଲେଖିଛନ୍ତି, 'ଚାଲ କଫି ପିଇବା'। ତୃତୀୟ ଜଣଙ୍କ ଦେଇଛନ୍ତି, 'ଏତେ ବର୍ଷ ପରେ ଆପଣ ଦୁହିଁଙ୍କୁ ଏକାଠି ଦେଖି ଭଲ ଲାଗୁଛି।'

ଅକ୍ଷୟ କୁମାର ଏବଂ ଅଫତାବ ଶିବଦାସନୀଙ୍କ 'ଆୱାରା ପାଗଲ ଦିୱାନା'ରେ ସୁନୀଲ ଶେଟ୍ଟୀ, ପରେଶ ରାୱଲ ମଧ୍ୟ କାମ କରିଥିଲେ। ଏଥି ସହିତ ଅଫତାବ ମଧ୍ୟ ଅକ୍ଷୟ କୁମାରଙ୍କ 'ଦିୱାନ ହୁଏ ପାଗଲ'ରେ ଏକ କେମିଓ କରିଥିଲେ। ଏହି ଦୁଇଟି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିଲେ ବିକ୍ରମ ଭଟ୍ଟ। ଏହା ବ୍ୟତୀତ ୨୦୦୯ରେ ମୁକ୍ତିଲାଭ କରିଥିବା ଫିଲ୍ମ 'କମବଖ୍‌ତ ଇଶ୍କ'ରେ ଉଭୟ ତାରକାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ଅକ୍ଷୟ କୁମାରଙ୍କୁ ଶେଷ ଥର ପାଇଁ 'ବଡେ ମିୟାଁ ଛୋଟେ ମିୟାଁ'ରେ ଦେଖିବାକୁ ମିଳିଥିଲା ​​ଯେଉଁଥିରେ ସେ ଟାଇଗର ଶ୍ରଫ୍‌ଙ୍କ ସହ କାମ କରିଥିଲେ। ତେବେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବିଶେଷ କିଛି କରିପାରି ନାହିଁ।

ଏବେ ଅକ୍ଷୟ କୁମାର ତେଲୁଗୁ ଫିଲ୍ମ ‘କନ୍ନପ୍ପା’ରେ ନଜର ଆସିବେ। କୁହାଯାଉଛି ଯେ ଏଥିରେ ଅଭିନେତା ଏକ କେମିଓ କରିବେ। ଏହା ବ୍ୟତୀତ ଅକ୍ଷୟ କୁମାରଙ୍କ ପାଖରେ 'ସ୍କାଇ ଫୋର୍ସ', 'ସର୍‌ଫିରା', 'ହେରା ଫେରୀ' 'ଏବଂ' ଖେଲ୍‌ ଖେଲ୍‌ ମେ' ଭଳି ଚଳଚ୍ଚିତ୍ର ରହିଛି, ଯାହା ପ୍ରେକ୍ଷାଳୟକୁ ଗୋଟିଏ ପରେ ଗୋଟିଏ ଆସିବ।

Bollywood Akshay Kumar
Advertisment
Advertisment