Advertisment

ଆଦିତ୍ୟ ରୟ କପୁର-ଅନନ୍ୟା ପାଣ୍ଡେଙ୍କ ଡେଟିଂକୁ ନେଇ ଚର୍ଚ୍ଚା; ପରିବାର ରାଜି !

ଆଦିତ୍ୟ ରୟ କପୁର-ଅନନ୍ୟା ପାଣ୍ଡେ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି କୁହାଯାଉଛି। ପ୍ରଶଂସକମାନେ ଉଭୟଙ୍କ ବିବାହ ବିଷୟରେ ମଧ୍ୟ କହୁଛନ୍ତି। ଏ ନେଇ ଦୁହେଁ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ପରିବାର ମଧ୍ୟ ସେମାନଙ୍କ ସମ୍ପର୍କକୁ ସବୁଜ ସଙ୍କେତ ଦେଇଛନ୍ତି ବୋଲି କୁହାଯାଉଛି।

author-image
Pramod Behera
ଅଦ୍ୟତନ ହୋଇଛି
Aditya Roy Kapur And Ananya Panday Relationship Gets Their Family's Approval For Marriage

Aditya roy kapur and ananya panday wedding familys approval

ଆଜିକାଲି ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ ସେମାନଙ୍କର ବୃତ୍ତିଗତ ଜୀବନ ଅପେକ୍ଷା ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି। ଉଭୟ ମଧ୍ୟ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି କୁହାଯାଉଛି। ଏହାକୁ ନେଇ ଏବେ ଏକ ଗୁଜବ ଆସିଛି। ପ୍ରଶଂସକମାନେ ଉଭୟଙ୍କ ବିବାହ ବିଷୟରେ ମଧ୍ୟ କହୁଛନ୍ତି। ଏନେଇ ଦୁହେଁ ଚର୍ଚ୍ଚାରେ ଅଛନ୍ତି।

Advertisment

ବଲିଉଡର ସୁନ୍ଦର ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ରୟ କପୁରଙ୍କ ପ୍ରେମ ସମ୍ପର୍କ ଦୀର୍ଘ ଦିନରୁ ବଲିଉଡ କରିଡରରେ ଚର୍ଚ୍ଚା ହେଉଛି। ଅତୀତରେ ଦୁହେଁ ଏକାଠି ରାମ୍ପ୍‌ ଚାଲୁଥିବାର ମଧ୍ୟ ଦେଖାଯାଇଥିଲା। ଏହା ପରେ ଆଦିତ୍ୟ ଏବଂ ଅନନ୍ୟା ନିଜ ସମ୍ପର୍କକୁ ସାର୍ବଜନୀନ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ଅନନ୍ୟା ପାଣ୍ଡେଙ୍କ ସହ ଜଡିତ ୮ ରୋଚକ କଥା

ତେବେ ବର୍ତ୍ତମାନ ଏହି ସମ୍ପର୍କକୁ ନେଇ ଦୁହେଁ ଖୋଲାଖୋଲି ପ୍ରତିକ୍ରିୟା ରଖିନାହାଁନ୍ତି। କିନ୍ତୁ ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ। ଯଦି ଏହି ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ଉଭୟଙ୍କ ପରିବାର ମଧ୍ୟ ଏହି ସମ୍ପର୍କ ପାଇଁ ସବୁଜ ସଙ୍କେତ ଦେଇଛନ୍ତି।

Advertisment

ଆଜିକାଲି ସିନା ଆଦିତ୍ୟ ରୟ କପୁରଙ୍କୁ ଅନନ୍ୟା ପାଣ୍ଡେଙ୍କ ସହ ଯୋଡାଯାଇ ଚର୍ଚ୍ଚା ହେଉଛି, କିନ୍ତୁ ଏହାପୂର୍ବରୁ ମଧ୍ୟ ତାଙ୍କ ନା’ ଅନେକ ଅଭିନେତ୍ରୀଙ୍କ ସହ ଜଡିତ ଥିଲା। ଏହାପୂର୍ବରୁ ତାଙ୍କ ନା’ ତାଙ୍କ ହିଟ୍ ଫିଲ୍ମ ‘ଆଶିକୀ ୨’ ର ଆରୋହୀ ବା ଶ୍ରଦ୍ଧା କପୁରଙ୍କ ସହ ଜଡିତ ଥିଲା।

ଏହି ଚଳଚ୍ଚିତ୍ର ପରେ ସେମାନଙ୍କ ସମ୍ପର୍କର ଖବର ମଧ୍ୟ ସାମ୍ନାକୁ ଆସିଥିଲା। ତେବେ ବର୍ତ୍ତମାନ କୁହାଯାଉଛି ଯେ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ ଡେଟିଂ କରୁଛନ୍ତି। ଅତୀତରେ, ପ୍ରଶଂସକମାନେ ଉଭୟଙ୍କୁ ଏକାଠି ଅନେକ ଥର ଦେଖିଥିବେ। କୁହାଯାଉଛି ଯେ ଉଭୟଙ୍କ ପ୍ରେମ ଏକ ପାର୍ଟୀରୁ ଆରମ୍ଭ ହୋଇଥିଲା। ଆଦିତ୍ୟ ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ଲୋକଙ୍କୁ ଇଶାରା ଦେଇଛନ୍ତି ଯେ ସେ ଅନନ୍ୟା ପାଣ୍ଡେଙ୍କ ସହ ରିଲେସନ୍‌ରେ ଅଛନ୍ତି।

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏକ ସୂତ୍ରରୁ ଜଣାପଡିଛି ଯେ “ଅନନ୍ୟା ଏବଂ ଆଦିତ୍ୟ ପରସ୍ପର ପ୍ରତି ବହୁତ ସିରିୟସ୍। ଉଭୟଙ୍କ ପରିବାର ମଧ୍ୟ ସେମାନଙ୍କ ସମ୍ପର୍କକୁ ସବୁଜ ସଙ୍କେତ ଦେଇଛନ୍ତି। ଆଦିତ୍ୟ-ଅନନ୍ୟା ଖୁବ୍ ଶୀଘ୍ର ସେମାନଙ୍କ ସମ୍ପର୍କକୁ ନେଇ  ଆଗକୁ ଯିବାକୁ ଚାହାଁନ୍ତି।” ତେବେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଉଭୟ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

ପୁଣି ସୂଚନାରୁ ଜଣାପଡିଛି ଯେ ସେମାନେ ଏନେଇ ତତ୍ପର ନୁହଁନ୍ତି। ବର୍ତ୍ତମାନ ଉଭୟ ପରସ୍ପରକୁ ସମୟ ଦେବାକୁ ଚାହାଁନ୍ତି। ଏହି ଦୁଇଜଣ ଖୁବ୍ ଶୀଘ୍ର ଏକତ୍ର ଛୁଟି ମନେଇବାକୁ ଯାଇପାରନ୍ତି। ଅନନ୍ୟା ଏବଂ ଆଦିତ୍ୟ ସେମାନଙ୍କ ସମ୍ପର୍କକୁ ନେଇ ଅଧିକ ସମୟ ଦେବାକୁ ଚାହାଁନ୍ତି। ଆଗାମୀ ଦିନରେ ଖୁବ୍ ଶୀଘ୍ର ଉଭୟ ସେମାନଙ୍କ ପ୍ରେମକୁ ବ୍ୟକ୍ତ କରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିପାରନ୍ତି।

Bollywood Ananya Panday Aditya Roy Kapur
Advertisment
Advertisment