Advertisment

ଅନନ୍ୟା ପାଣ୍ଡେଙ୍କ ସହ ଜଡିତ ୮ ରୋଚକ କଥା

ଆଜି ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଜନ୍ମଦିନ ଏବଂ ସେ ୨୪ ବର୍ଷରେ ପାଦ ଦେଇଛନ୍ତି। ୨୦୧୯ରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଆଜି, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ତାଙ୍କ ତାଙ୍କ ସହ ଜଡିତ କିଛି ରୋଚକ କଥା ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Unknown facts about Ananya Panday life

Unknown facts about Ananya Panday life

ସେ ସାଧାରଣ ଲୋକ ହୁଅନ୍ତୁ ବା ବଲିଉଡ ତାରକା, ଜନ୍ମଦିନ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଏହିଦିନ ପରିବାର ଏବଂ ସାଙ୍ଗମାନଙ୍କ ଠାରୁ ବହୁତ ଶୁଭେଛା ଆସିଥାଏ। ସମସ୍ତଙ୍କ ଭଲ ପାଇବା, ସ୍ନେହ, ଶ୍ରଦ୍ଧା ମିଳିଥାଏ। ଏଠାରେ ଆମେ ବାର୍ଥଡେ ଗାର୍ଲ ଅନନ୍ୟା ପାଣ୍ଡେଙ୍କ ବିଷୟରେ କହୁଛୁ।

Advertisment

ଆଜି ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଜନ୍ମଦିନ ଏବଂ ସେ ୨୪ ବର୍ଷରେ ପାଦ ଦେଇଛନ୍ତି। ଅନନ୍ୟା ୩୦ ଅକ୍ଟୋବର ୧୯୯୮ରେ ଅଭିନେତା ଚୁଙ୍କି ପାଣ୍ଡେଙ୍କ ଝିଅଭାବେ ଜନ୍ମ ହୋଇଥିଲେ। ୨୦୧୯ରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଆଜି, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ତାଙ୍କ ତାଙ୍କ ସହ ଜଡିତ କିଛି ରୋଚକ କଥା ବିଷୟରେ ଜାଣିନେବା।

  • ଅନନ୍ୟା ପାଣ୍ଡେ ୨୦୧୭ ମସିହାରେ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ପାଠପଢା ଶେଷ କରିଥିଲେ।
  • ଅନନ୍ୟା ପାଣ୍ଡେ ଚୁଙ୍କି ଏବଂ ଭାବନା ପାଣ୍ଡେଙ୍କ ବଡ ଝିଅ। ଅନନ୍ୟାଙ୍କ ସାନ ଭଉଣୀଙ୍କ ନାମ ରାୟାସା ପାଣ୍ଡେ।
  • ୨୦୧୯ରେ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨’ ସହିତ ଅନନ୍ୟା ବଲିଉଡରେ ଡେବ୍ୟୁ କରିଥିଲେ, ଯେଉଁଥିରେ ଟାଇଗର ଶ୍ରଫ ଏବଂ ତାରା ସୂତରିଆ ମୁଖ୍ୟ ଭୂମିକାରେ ଥିଲେ।
Advertisment
Unknown facts about Ananya Panday lifeଅନନ୍ୟା ପାଣ୍ଡେଙ୍କ ଆକର୍ଷଣୀୟ ଅବତାର
  • ସୂଚନା ଅନୁଯାୟୀ, କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ ପାଇଁ ଅନନ୍ୟା ପାଣ୍ଡେ ପ୍ରଥମ ପସନ୍ଦ ନ ଥିଲେ। ଏନେଇ ଦିଶା ପାଟନୀ ଏବଂ ସାରା ଅଲି ଖାନଙ୍କ ନାମ ପ୍ରଥମେ ଫିଲ୍ମ ପାଇଁ ସାମ୍ନାକୁ ଆସୁଥିଲା।
  • ଅନନ୍ୟା ପାଣ୍ଡେଙ୍କର ଏକ ବିଶେଷ ପ୍ରତିଭା ହେଲା ସେ ଖୁବ ମଜାଳିଆ। ଦି କପିଲ ଶର୍ମା ଶୋ’ରେ ଅନନ୍ୟା ନିଜେ ଏହି ପ୍ରତିଭା ବିଷୟରେ ପ୍ରକାଶ କରିଥିଲେ।
Unknown facts about Ananya Panday lifeଭିନ୍ନ ଲୁକ୍‌ରେ ଅନନ୍ୟା ପାଣ୍ଡେ
  • ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨’ ହେଉଛି ୨୦୧୨ରେ ରିଲିଜ୍ ହୋଇଥିବା ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ର ସିକ୍ୱେଲ୍‌। ପ୍ରଥମ ଚଳଚ୍ଚିତ୍ରରେ ଅଭିନେତ୍ରୀ ଆଲିଆ ଭଟ୍ଟ, ବରୁଣ ଧାୱନ ଏବଂ ସିଦ୍ଧାର୍ଥ ମଲହୋତ୍ରା ମୁଖ୍ୟ ଭୂମିକାରେ ଥିଲେ। ଆଲିଆଙ୍କ ଫିଲ୍ମର ସିକ୍ୱେଲ୍‌ରେ ଡେବ୍ୟୁ କରିଥିବା ଅନନ୍ୟା କହିଥିଲେ ଯେ ସେ ଆଲିଆଙ୍କର ଜଣେ ବଡ଼ ପ୍ରଶଂସକ। ଏହି ସମୟରେ ସେ ଦୀପିକା ପାଦୁକୋନଙ୍କୁ ମଧ୍ୟ ବହୁତ ପସନ୍ଦ ମଧ୍ୟ କରୁଥିଲେ।
Unknown facts about Ananya Panday life‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨’ ରେ ଅନନ୍ୟା ପାଣ୍ଡେ
  • ୨୦୧୭ ମସିହାରେ, ଅନନ୍ୟା ' Le Bal' ରେ ଅଂଶଗ୍ରହଣ କରିଥିଲେ। ପ୍ୟାରିସ୍‌ରେ ଆୟୋଜିତ ହେବାକୁ ଥିବା ଏହି ପ୍ରସିଦ୍ଧ ଫ୍ୟାଶନ୍ ସୋ ୧୯୨୨ ମସିହାରେ ଆରମ୍ଭ ହୋଇଥିଲା। ଏଥିରେ ୧୬-୨୨ ବର୍ଷ ବୟସର ୨୦ରୁ ୨୫ ଝିଅ ସମଗ୍ର ବିଶ୍ୱରୁ ଅଂଶଗ୍ରହଣ କରନ୍ତି। ଅନନ୍ୟା ଏଠାରେ ସମ୍ପର୍କୀୟ ଆହାନ୍ ପାଣ୍ଡେଙ୍କ ସହ ୨୦୧୭ରେ ଡେବ୍ୟୁ କରିଥିଲେ।
  • ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଏବଂ ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ଅନନ୍ୟା ପାଣ୍ଡେଙ୍କ ଭଲ ସାଙ୍ଗା।
Bollywood Ananya Panday
Advertisment
Advertisment