Advertisment

ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ସିନେମା ‘ଆଦିପୁରୁଷ’, ଏକାଧିକ ହଲ୍‌ରେ ବ୍ୟାକ୍ ଟୁ ବ୍ୟାକ୍ ହାଉସଫୁଲ୍ ଶୋ’...

ରିଲିଜ୍ ହୋଇଛି ଏବର୍ଷର ସବୁଠୁ ବଡ଼ ଓ ପ୍ରତୀକ୍ଷିତ ସିନେମା ‘ଆଦିପୁରୁଷ’। ହାଉସ୍ ଫୁଲ୍ ଶୋ’...ବମ୍ପର ଓପନିଂ... ବଡ଼ ପରଦାରେ ରାମାୟଣକୁ ମିଳିଛି କିଛି ଏମିତି ରେସ୍‌ପନ୍ସ।

author-image
Prasanjit Ray
ଅଦ୍ୟତନ ହୋଇଛି
Adipurush Movie Release LIVE Updates

Adipurush movie release

ରିଲିଜ୍ ହୋଇଛି ଏବର୍ଷର ସବୁଠୁ ବଡ଼ ଓ ପ୍ରତୀକ୍ଷିତ ସିନେମା ‘ଆଦିପୁରୁଷ’। ବଡ଼ ପରଦାରେ ବାହୁବଳୀ ଏଥର ହୋଇଛନ୍ତି ଶ୍ରୀରାମ। ଟେଲର ରିଲିଜ୍ ପରେ ବିବାଦରେ ଥିବା ସିନେମାକୁ ମିଳିଛି ଫ୍ୟାନ୍‌ଙ୍କ ଜବରଦସ୍ତ ରେସପନ୍ସ।

Advertisment

ହାଉସ୍ ଫୁଲ୍ ଶୋ’...ବମ୍ପର ଓପନିଂ... ବଡ଼ ପରଦାରେ ରାମାୟଣକୁ ମିଳିଛି କିଛି ଏମିତି ରେସ୍‌ପନ୍ସ। ରିଲିଜ୍ ହୋଇଛି ଦେଶର ସବୁଠୁ ହାଇବଜେଟ୍ ଓ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’।ପ୍ରଥମ ଦିନରେ ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ରିଲିଜ୍ ହୋଇଛି ବାହୁବଳୀ ଫେମ୍ ପ୍ରଭାସଙ୍କ ‘ଆଦିପୁରୁ’। ରିଲିଜ୍ ପୂର୍ବରୁ ହିଁ ରେକର୍ଡ ପରେ ରେକର୍ଡ କରି ଚାଲିଛି ସିନେମା।

ପ୍ରଥମ ଦିନ ପାଇଁ ପାଖାପାଖି ୭ ଲକ୍ଷରୁ ଅଧିକ ମଲ୍ଟି ଫ୍ଲେକ୍ସ ଓ ଅଢ଼େଇ ଲକ୍ଷରୁ ଅଧିକ ସିଙ୍ଗେଲ ସ୍କ୍ରିନ୍‌ର ଟିକେଟ୍ ଆଡଭାନ୍ସ ବୁକିଂ ହୋଇଛି। ଦିଲ୍ଲୀ, ମୁମ୍ବାଇ ସମେତ ଆନ୍ଧ୍ର ଏବଂ ଦକ୍ଷିଣ ଭାରତର ଏକାଧିକ ହଲ୍‌ରେ ବ୍ୟାକ୍ ଟୁ ବ୍ୟାକ୍ ହାଉସଫୁଲ୍ ଶୋ’ ଚାଲିଛି। 

Advertisment

ପ୍ରଥମ ଥର ପାଇଁ ରାମାୟଣକୁ ଏତେ ବଡ଼ ଆକାରରେ ସିଲଭର୍ ସ୍କ୍ରିନରେ ରିଲିଜ୍ କରାଯାଇଛିା ଆକ୍ସନ ଷ୍ଟାର ପ୍ରଭାସଙ୍କୁ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ଦେଖି ବେଶ୍ ଉତ୍ସାହିତ ହୋଇଛନ୍ତି ଫ୍ୟାନ୍ସ। ସେହିପରି କୀର୍ତ୍ତି ସେନନ୍‌ଙ୍କୁ ମାଆ ସୀତା, ସନ୍ନି ସିଂଙ୍କୁ ଲକ୍ଷ୍ମଣ ଓ ରାବଣ ଭୂମିକାରେ ସୈଫ୍ ଅଲ୍ଲୀ ଖାନଙ୍କ ଅଭିନୟ ସମସ୍ତଙ୍କୁ ପ୍ରଭାବିତ କରିଛି।

ସିନେମା ରିଲିଜ୍ ପୂର୍ବରୁ ଏହା ବିବାଦରେ ଥିଲା। ପ୍ରଭୁ ଶ୍ରୀରାମ ଓ ଅନ୍ୟ ଚରିତ୍ରର ଚିତ୍ରଣକୁ ନେଇ ଖପ୍ପା ଥିଲେ ଫ୍ୟାନ୍ସ। ଏପରିକି ନିର୍ଦ୍ଦେଶକ ଓମ୍ ରାଉତ ସିନେମାର ରିଲିଜ୍ ଡେଟ୍ ଦୁଇ ଥର ଘୁଞ୍ଚାଇଥିଲେ। ୬୦୦ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ଭାରତର ସବୁଠୁ ହାଇବଜେଟ୍ ସିନେମାା।

Prabhas Adipurush
Advertisment
Advertisment