Advertisment

କଙ୍ଗନା ରାଣାୱତଙ୍କ ପୂର୍ବତନ ପ୍ରେମିକଙ୍କ କ୍ଷୋଭ; କହିଲେ ଯାହା ହୋଇଛି ଭଲ ହୋଇଛି

ନିକଟରେ ଅଧ୍ୟୟନ ସୁମନ କଙ୍ଗନାଙ୍କ ସହ ତାଙ୍କର ଅତୀତ ସମ୍ପର୍କ ବିଷୟରେ ପ୍ରକାଶ କରିଛନ୍ତି। କଙ୍ଗନାଙ୍କ ନାଁ ନ ନେଇ ଏକ ସାକ୍ଷାତକାରରେ ସେ ଏ ବିଷୟରେ କହିଥିଲେ, କିନ୍ତୁ କହିଥିଲେ ଯେ ସେ ବର୍ତ୍ତମାନ ନିଜର ଅତୀତକୁ ଭୁଲି ଯାଇଛନ୍ତି, ତେଣୁ ସେ ଏ ବିଷୟରେ ଅଧିକ ଆଲୋଚନା କରିବାକୁ ଚାହୁଁନାହାଁନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Adhyayan Suman On ex-girlfriend kangana ranaut

Adhyayan Suman react about his ex-girlfriend kangana ranaut

କଙ୍ଗନା ରାଣାୱତ ଆଜିକାଲି ନିର୍ବାଚନରେ ​​ବ୍ୟସ୍ତ ଅଛନ୍ତି ଏବଂ ଗତ କିଛି ଦିନ ହେବ ସେ ନିଜ ରାଜ୍ୟ ହିମାଚଳ ପ୍ରଦେଶରେ ବିଜେପି ପାଇଁ ପ୍ରଚାର କରୁଛନ୍ତି। ଏହାରି ଭିତରେ ପୁଣିଥରେ ଅଭିନେତ୍ରୀଙ୍କ ଡେଟିଂ ଖବରକୁ ନେଇ ଚର୍ଚ୍ଚା ଉଠିଛି। କାରଣ ନିକଟରେ ଅଭିନେତା ଅଧ୍ୟୟନ ସୁମନ ତାଙ୍କୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Advertisment

ଅଧ୍ୟୟନ ସୁମନ ଏବଂ କଙ୍ଗନା ରାଣାୱତଙ୍କ ଭେଟ ୨୦୦୮ରେ ମୋହିତ ସୁରୀଙ୍କ ଚଳଚ୍ଚିତ୍ର ‘ରାଜ୍ – ଦ ମିଷ୍ଟ୍ରୀ କଣ୍ଟିନ୍ୟୁଜ୍’ ସେଟ୍‌ରେ ହୋଇଥିଲା ଏବଂ ସେଠୁ ଉଭୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା। ଦୁହେଁ କିଛି ଦିନ ପାଇଁ ପରସ୍ପରକୁ ଡେଟ୍‌ କରିଥିଲେ ଏବଂ ଗୋଟିଏ ବର୍ଷ ମଧ୍ୟରେ ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଗଲା ଏବଂ ଦୁହେଁ ଅଲଗା ହୋଇଯାଇଥିଲେ।

ନିକଟରେ ଅଧ୍ୟୟନ ସୁମନ କଙ୍ଗନାଙ୍କ ସହ ତାଙ୍କର ଅତୀତ ସମ୍ପର୍କ ବିଷୟରେ ପ୍ରକାଶ କରିଛନ୍ତି। କଙ୍ଗନାଙ୍କ ନାଁ ନ ନେଇ ଏକ ସାକ୍ଷାତକାରରେ ସେ ଏ ବିଷୟରେ କହିଥିଲେ, କିନ୍ତୁ କହିଥିଲେ ଯେ ସେ ବର୍ତ୍ତମାନ ନିଜର ଅତୀତକୁ ଭୁଲି ଯାଇଛନ୍ତି, ତେଣୁ ସେ ଏ ବିଷୟରେ ଅଧିକ ଆଲୋଚନା କରିବାକୁ ଚାହୁଁନାହାଁନ୍ତି।

Advertisment

ଅଧିକ ପଢ଼ନ୍ତୁ: ବ୍ୟକ୍ତିଗତ ଅଙ୍ଗ ଉପରେ କ୍ୟାମେରା ଫୋକସ୍‌ କରିବାରୁ ରାଗିଲେ ନୋରା ଫତେହୀ; ପାପାରାଜିଙ୍କୁ କହିଲେ ଏମିତି

ସେ ସାକ୍ଷାତକାରରେ ସିଦ୍ଧାର୍ଥ କନ୍ନନଙ୍କୁ କହିଛନ୍ତି, “ମୁଁ ସେହି ବ୍ୟକ୍ତିଙ୍କ ବିଷୟରେ ଚର୍ଚ୍ଚା ବା କଥା ହେବାକୁ ଚାହୁଁନି ଯାହା ବିଷୟରେ ଆପଣ କହୁଛନ୍ତି, କାରଣ ମୁଁ ଅତୀତକୁ ଭୁଲି ଯାଇଛି। ଯଦି ଆପଣ ପଚାରୁଛନ୍ତି, ତେବେ ମୁଁ ଆପଣଙ୍କୁ ଏହାର ଉତ୍ତର ଦେଉଛି, କିନ୍ତୁ ମୁଁ ଏହାକୁ ମୋ ମନରୁ କାଢି ଦେଇଛି। ଜୀବନ ବହୁତ ଆଗକୁ ଚାଲିଆସିଛି ଆଉ ଏହା ହେଉଛି ସେତେବେଳର କଥା ଯେତେବେଳେ ମୋର ବୟସ ୨୦ ବର୍ଷ ହୋଇଥିଲା ଏବଂ ମତେ ଏବେ ୩୬ ବର୍ଷ ହୋଇଛି।”

ଅଧ୍ୟୟନ ସୁମନଙ୍କ ଏହି ପ୍ରତିକ୍ରିୟା ସେତେବେଳେ ଆସିଥିଲା ଯେତେବେଳେ ତାଙ୍କ ବାପା ଶେଖର ସୁମନଙ୍କୁ ସେଇ ସାକ୍ଷାତକାରରେ ତାଙ୍କ ପୁଅଙ୍କର ପୂର୍ବ ସମ୍ପର୍କ ବିଷୟରେ ପଚରାଯାଇଥିଲା। ଶେଖର ଏହା ମଧ୍ୟ କହିଥିଲେ ଯେ “ସମୟ ବଦଯାଇଛି ଏବଂ ଉଭୟ ବ୍ୟକ୍ତି ନିଜ ନିଜ ଜୀବନରେ ଆଗକୁ ବଢିଯାଇଛନ୍ତି। ଜଳିଯାଇଥିବା ପୃଷ୍ଠାଗୁଡ଼ିକୁ ଧରି ରଖିବା ମୂର୍ଖାମୀ ହେବ ଏବଂ ସେମାନେ ସେହି ସମ୍ପର୍କକୁ ସମାପ୍ତ କରିଛନ୍ତି ଏବଂ ସମଗ୍ର ଇତିହାସ ଶେଷ ହୋଇଯାଇଛି। ଏପରିକି ସେମାନଙ୍କ ବିଷୟରେ କଥାବାର୍ତ୍ତା ହେବା କିମ୍ବା ପୁନରାବୃତ୍ତି କରିବା ବେକାର। ଯେତେବେଳେ ଆପଣ ଛୋଟ ଥିଲେ, ଏହା ଏକ ଭିନ୍ନ ସମୟ ଥିଲା, ଏମିତି ହୋଇଗଲା ଏବଂ ଆପଣ ଆଗକୁ ବଢିଗଲେ। ଜୀବନ ଆଗକୁ ବଢୁଛି, ଲୋକମାନେ ଆଗକୁ ବଢୁଛନ୍ତି, ଦୁନିଆ ଆଗକୁ ବଢୁଛି।”

ତାଙ୍କୁ ଯେତେବେଳେ କୁହାଯାଇଥିଲା ଯେ ସେ ପ୍ରେମରେ ଦୁର୍ଭାଗ୍ୟଶାଳୀ କି ଅଧ୍ୟୟନ ସ୍ପଷ୍ଟ କରିଥିଲେ ଯେ ଏହା ସେପରି କିଛି ନୁହେଁ। ସେ କହିଥିଲେ ଯେ ଯଦିଓ ତାଙ୍କୁ ଅନେକ ଥର ହୃଦୟର ଯନ୍ତ୍ରଣା ସହିବାକୁ ପଡୁଥିଲା ତେବେ ଏହା ତାଙ୍କ ପାଇଁ ବହୁତ ଭଲ ଥିଲା। ସେ କହିଥିଲେ, “ଜଣେ କଳାକାର ଭାବରେ ମୁଁ ପ୍ରକୃତରେ ଅନୁଭବ କରୁଛି ଯେ ମୁଁ ମୋ ଜୀବନରେ ଭାବନାତ୍ମକ ରୂପରେ ବହୁତ କିଛି ଶିଖିଛି।”

ପ୍ରକାଶଥାଉ ଯେ କଙ୍ଗନା ଏବଂ ଅଧ୍ୟୟନ ୨୦୦୯ରେ ପରସ୍ପରକୁ ଡେଟ କରୁଥିଲେ। ସେମାନଙ୍କ ବ୍ରେକଅପ୍ ପରେ ଅଧ୍ୟୟନ କଙ୍ଗନାଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ ସେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ରିଲିଜ୍ ହେଲା ରଜନୀକାନ୍ତଙ୍କ ନୂଆ ଫିଲ୍ମର ଟିଜର; ୭୩ ବର୍ଷରେ ଦମଦାର ଆକ୍ସନ୍; ସୁନା ଚେନ୍‌ରେ ମାଡ଼

୨୦୧୬ରେ ଏକ ସାକ୍ଷାତକାରରେ, ଯେତେବେଳେ କଙ୍ଗନା ଏବଂ ହ୍ରିତିକ ରୋଶନଙ୍କ ମଧ୍ୟରେ ମତଭେଦ ହୋଇଥିଲା, ଅଧ୍ୟୟନ ପୁଣି ଥରେ ତାଙ୍କୁ କଳା ଯାଦୁ ଚଲେଇବାର ଅଭିଯୋଗ କରିଥିଲେ। ଅଭିଯୋଗ ଆଣିବାର ସାତ ବର୍ଷ ପରେ ସେ ପୁଣି ଥରେ କଙ୍ଗନାଙ୍କ ସହ ସମ୍ପର୍କକୁ ନେଇ କଥା ଉଠେଇଛନ୍ତି।

ଏହାରି ଭିତରେ ଅଧ୍ୟୟନ ତାଙ୍କ ବିବାହକୁ ନେଇ କଥା ହୋଇଛନ୍ତି ଏବଂ ପ୍ରକାଶ କରିଛନ୍ତି ଯେ ସେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଘର ବସେଇବାକୁ ଚାହୁଁଛନ୍ତି। ସେ କହିଛନ୍ତି “ମୋର ବୟସ ୩୬ ବର୍ଷ। ମତେ ଅନୁଭବ ହେଉଛି ଯେ ଜୀବନ ଏକ ଟ୍ରାକ୍‌କୁ ଆସିବା ଆରମ୍ଭ କରିଛି। ମୁଁ ଅନୁଭବ କରୁଛି ଯେ ଜୀବନ ଠିକ୍ ରାସ୍ତାରେ ଗତି କରିବା ଆରମ୍ଭ କରିଛି ଏବଂ ମୁଁ ଆସନ୍ତା ଦୁଇ ବର୍ଷରେ ବିବାହ କରିବାକୁ ଚାହୁଁଛି।”

Kangana Ranaut Bollywood Love Affair Adhyayan Summan
Advertisment
Advertisment