Advertisment

The Kerala Story: ‘ଦ କେରଳ ଷ୍ଟୋରୀ’କୁ ବିରୋଧ କରୁଥିବା ଲୋକଙ୍କୁ ଅଦା ଶର୍ମାଙ୍କ ଶକ୍ତ ଚାପୁଡ଼ା

ଆରମ୍ଭରୁ ଫିଲ୍ମ ‘ଦ କେରଳ ଷ୍ଟୋରୀ’ ଚର୍ଚ୍ଚାରେ ରହିଆସିଛି। ଚଳିତ ବର୍ଷର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ବଲିଉଡ୍ ଫିଲ୍ମ୍ ହୋଇପାରିଛି। ଏହାକୁ କିନ୍ତୁ ଅନେକ ବିରୋଧ କରୁଛନ୍ତି। ସେମାନଙ୍କୁ ବର୍ତ୍ତମାନ ଅଦା ଶର୍ମା କଡା ଜବାବ ଦେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
The Kerala Story Actress Adah Sharma

Adah Sharma slammed haters of the keral story

ରିଲିଜ ହେବା ପରଠାରୁ ‘ଦ କେରଳ ଷ୍ଟୋରୀ’ ଚର୍ଚ୍ଚାରେ ରହିଆସିଛି। ଅନେକ ଦିନ ଧରି ଟ୍ୱିଟର ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଫିଲ୍ମର ନା ଟ୍ରେଣ୍ଡ୍‌ ହୋଇଆସୁଛି। ଏହି ଫିଲ୍ମଟି ୧୩ଦିନରେ ୧୬୫ କୋଟିରୁ ଅଧିକ ଆୟ କରିସାରିଛି।

Advertisment

ଅଧିକ ପଢ଼ନ୍ତୁ: ସଫଳତା ପାଇଁ ଅଦାଙ୍କୁ ଲାଗିଗଲା ୧୫ ବର୍ଷ; କାଟିଦେଲେ ଆଲିଆ ଭଟ୍ଟଙ୍କ ରେକର୍ଡ

ଏହି ଫିଲ୍ମଟି ମୁଖ୍ୟ ଅଭିନେତ୍ରୀ ଅଦା ଶର୍ମାଙ୍କ କ୍ୟାରିଅରରେ ସବୁଠାରୁ ବଡ ହିଟ୍ ଫିଲ୍ମ ହୋଇଛି। କେରଳ କାହାଣୀ ରିଲିଜ୍ ହେବା ପରେ ଅଦା ଶର୍ମାଙ୍କ ଷ୍ଟାରଡମ୍ ମଧ୍ୟ ଆକାଶଛୁଆଁ ହୋଇଛି। ଏହା ସହିତ ତାଙ୍କ କ୍ୟାରିୟରର୍‌ ଗାଡି ମଧ୍ୟ ଦ୍ରୁତ ଗତିରେ ଆଗକୁ ଯିବା ଆରମ୍ଭ ହୋଇଛି। ତେବେ ଏହି ଫିଲ୍ମକୁ ଅନେକ ବିରୋଧର ମଧ୍ୟ ଶିକାର ହେବାକୁ ପଡୁଛି।

Advertisment

କେତେକ ଲୋକ ଏହି ଚଳଚ୍ଚିତ୍ରକୁ ପ୍ରୋପାଗଣ୍ଡା ବୋଲି ମଧ୍ୟ କହୁଛନ୍ତି। ଏହିଭଳି ବ୍ୟକ୍ତିଙ୍କୁ ଅଦା ଶର୍ମା ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅଦା ଶର୍ମା ଫିଲ୍ମ ବିଷୟରେ ଆଲୋଚନା କରିଥିଲେ। ଯେଉଁମାନେ ଫିଲ୍ମକୁ ଏକ ପ୍ରୋପାଗଣ୍ଡା ବୋଲି କହିଥିଲେ ଅଦା ଶର୍ମା ସେମାନଙ୍କୁ ଜବାବ ଦେଇ କହିଛନ୍ତି ଯେ “ଫିଲ୍ମରେ ଯାହା ଦେଖାଯା‍ଇଛି ତାହା ହେଉଛି ସତ୍ୟ। ଫିଲ୍ମଟି ପ୍ରୋପାଗଣ୍ଡା କି ନୁହେଁ ତାହା କିଏ ସ୍ଥିର କରିବ?” ଖାଲି ଏତିକି ନୁହେଁ ଅଦା ଶର୍ମା ମଧ୍ୟ ଫିଲ୍ମ ସୁଟିଂ ସମୟରେ ଅନେକ କାହାଣୀ ଶେୟାର କରିଛନ୍ତି।

ସାକ୍ଷାତକାରରେ ଅଦା ଶର୍ମା କହିଛନ୍ତି, “ମୁଁ ଅନେକ ଲୋକଙ୍କ ସହ କଥା ହୋଇଛି, ଯେଉଁମାନେ ଏହି ଫିଲ୍ମ ଦେଖିଛନ୍ତି। ଏହା ଲୋକଙ୍କ ପାଇଁ ଏକ ପରିବର୍ତ୍ତନ ଆଣିଛି ଏବଂ ଫିଲ୍ମ ଏକ ବଡ ଘଟଣାରୁ ପରଦା ଉଠେଇଛି। ଫିଲ୍ମ ପରେ ମୋ ଜୀବନ ମଧ୍ୟ ବହୁତ ବଦଳିଯାଇଛି। ଲୋକମାନେ ମୋର ପ୍ରଥମ ଚଳଚ୍ଚିତ୍ର ‘୧୯୨୦’ ବିଷୟରେ ମଧ୍ୟ କହୁଛନ୍ତି ଏବଂ ‘କମାଣ୍ଡୋ’ର ମଧ୍ୟ ଚର୍ଚ୍ଚା କରୁଛନ୍ତି।”

ଅଧିକ ପଢ଼ନ୍ତୁ: ଧୋକା ଠାରୁ ଆରମ୍ଭ କରି ଧର୍ମାନ୍ତରୀକରଣ, The Kerala Storyକୁ ନେଇ ବିବାଦ କାହିଁକି ?

ଅଦା ଶର୍ମା ଏହି ଫିଲ୍ମରେ ଦେଖାଯାଇଥିବା ଯୁବତୀମାନଙ୍କର ପ୍ରକୃତ ଜୀବନ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି, “ଝିଅମାନେ ସରଳ, କିଛି ଦୁଷ୍ଟ ଲୋକମାନେ ସେମାନଙ୍କୁ ପ୍ରେମର ଜାଲରେ ଫସେଇ ଦିଅନ୍ତି। ‘ଦ କେରଳ ଷ୍ଟୋରୀ’ ଫିଲ୍ମ ଏକ ଆନ୍ଦୋଳନ ପରି ଚାଲିଛି। ଏହା ମଧ୍ୟ ଝିଅମାନଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିଛି। ଅନେକ ଯୁବତୀ ମୋ ସହ କଥା ହୋଇଛନ୍ତି ଏବଂ ସେମାନଙ୍କ ଅନୁଭୂତି କହିଛନ୍ତି।”

ଏହି ଫିଲ୍ମ ରୋଜଗାର ଦୃଷ୍ଟିରୁ ଅନେକ ରେକର୍ଡ ଭାଙ୍ଗିଛି।  ଏହା ଚଳିତ ବର୍ଷର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ବଲିଉଡ୍ ଫିଲ୍ମ୍ ହୋଇପାରିଛି।

Adah Sharma
Advertisment
Advertisment