Advertisment

ଶାଶୁ ଘର ଛାଡ଼ିଲେ ଅଭିନେତ୍ରୀ ବର୍ଷା

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଶାଶୁ ଘର ଛାଡିଛନ୍ତି। ଅନ୍ୟପକ୍ଷେ, ପୋଲିସ୍‌ ଉପସ୍ଥିତିରେ ଘରେ ପ୍ରବେଶ କରିବା ପାଇଁ ଅନୁଭବ ପୁରୀଘାଟ ଥାନାରେ ଲିଖିତ ଭାବେ ଆବେଦନ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Actress Varsha Priyadarshini Left Her In Laws House

Actress Varsha Priyadarshini Left Her In Laws House

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଶାଶୁ ଘର ଛାଡିଛନ୍ତି। ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ଶୁଣାଣି କରି ମାସେ ଭିତରେ ଘର ଛାଡିବାକୁ ଅଗଷ୍ଟ ୩୦ରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଶୁକ୍ରବାର ଏହି ସମୟସୀମା ପୂରଣ ହୋଇଥିବା ବେଳେ ବର୍ଷା ଶାଶୁଘର ଛାଡି ନିଜ ଘରକୁ ଚାଲିଯାଇଛନ୍ତି।

Advertisment

ଅନ୍ୟପକ୍ଷେ, ପୋଲିସ୍‌ ଉପସ୍ଥିତିରେ ଘରେ ପ୍ରବେଶ କରିବା ପାଇଁ ଅନୁଭବ ପୁରୀଘାଟ ଥାନାରେ ଲିଖିତ ଭାବେ ଆବେଦନ କରିଛନ୍ତି। କଟକ ପରିବାର ଅଦାଲତରେ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାର ବିଚାର ଚାଲିଛି। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ଜରିଆରେ ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଥିଲା।

ସୂଚନାଥାଉ କି, ମାସକ ମଧ୍ୟରେ ଶାଶୁଘର ଛାଡ଼ିବା ପାଇଁ ବର୍ଷା ପୂର୍ବରୁ କୋର୍ଟଙ୍କୁ ଜଣାଇଥିଲେ। ପୂର୍ବରୁ ଏନେଇ ଅନୁଭବଙ୍କ ଆବେଦନକୁ ଗ୍ରହଣ SDJM କରିଥିଲେ। ବର୍ଷା ଶାଶୁଘର ଛାଡ଼ିବା ଲାଗି ଅନୁଭବଙ୍କ ଆବେଦନ ଗ୍ରହଣ ହୋଇଥିଲା। ତେବେ ବର୍ଷା ଅନ୍ୟତ୍ର ରହିବା ପାଇଁ ଘରଭଡ଼ା ଦେବାକୁ କୋର୍ଟ କହିଥିଲେ। ମାସିକ ୩୦ ହଜାର ଟଙ୍କା ଘରଭଡ଼ା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। SDJMଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ବର୍ଷା ଜିଲ୍ଲା ଜଜ୍ କୋର୍ଟ ଯାଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି ଜିଲ୍ଲା ଜଜ୍ ସ୍ଥଗିତାଦେଶ ଦେଇଥିଲେ।

Advertisment

ସେପ୍ଟେମ୍ବର ୧୬ରେ କୋର୍ଟଙ୍କ ବାରଣ ସତ୍ତ୍ୱେ ସୋସିଆଲ୍ ମିଡିଆରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରଶ୍ନ କରିଥିଲେ ସାଂସଦ ଅନୁଭବ ମହାନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଳିପ୍‌କୁ ଟ୍ୱିଟରରେ ପୋଷ୍ଟ କରି ଏହା ଉପରେ ତାଙ୍କୁ ଫିଲ୍ମ ଓ ରାଜନୀତି କ୍ଷେତ୍ରର ବହୁ ବ୍ୟକ୍ତି ଅନେକ ପ୍ରଶ୍ନ ପଚାରୁଥିବା ଅନୁଭବ ଦର୍ଶାଇଥିଲେ। ତେଣୁ ଏଥିରେ ଥିବା ସ୍ୱର ବର୍ଷା ଏବଂ ତାଙ୍କ ଭଉଣୀଙ୍କର କି ନାଇଁ ତାହା ସ୍ପଷ୍ଟ କରନ୍ତୁ ବୋଲି ଅନୁଭବ ଲେଖିଥିଲେ।

Varsha Priyadarshini Anubhav Mohanty Anubhav- Varsha Marital Discord
Advertisment
Advertisment