• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଅଭିନେତ୍ରୀଙ୍କୁ ୪.୧୪ କୋଟି ଟଙ୍କାର ଚୂନ ଲଗାଇଲେ ବ୍ୟବସାୟୀ 

ଅଭିନେତ୍ରୀ ରିମି ସେନ ଏକ ବଡ଼ଧରଣର ଠକେଇର ଶିକାର ହୋଇଛନ୍ତି । ଜଣେ ବ୍ୟବସାୟୀ ତାଙ୍କୁ ୪.୧୪ କୋଟି ଟଙ୍କାର ଚୂନ ଲାଗାଇ ଦେଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଏକ ନୂଆ ବ୍ୟବସାୟ ଆରମ୍ଭ କରିବା ବାହାନାରେ ବ୍ୟବସାୟୀ ଜଣକ ୩୦ ପ୍ରତିଶତ ସୁଧରେ ତାଙ୍କ ଠାରୁ ଟଙ୍କା ଉଦ୍ଧାରରେ ନେଇଥିଲେ । ପରେ ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ମୁମ୍ବାଇସ୍ଥିତ ଖାର ପୋଲିସ ମାର୍ଚ୍ଚ ୨୯ ତାରିଖରେ ଏକ ଏଫଆଇଆର ଦର୍ଜ କରିଛନ୍ତି ।

ପୋଲିସକୁ ଦେଇଥିବା ବୟାନରେ ରିମି ସେନ୍ କହିଛନ୍ତି ୨୦୧୯ ମସିହାରେ ଅଂଧେରୀ ସ୍ଥିତ ଡିଏନ ନଗର ଅଂଚଳରେ ବ୍ୟବସାୟୀ ରୌନକ ବ୍ୟାସଙ୍କ ସଂସ୍ପର୍ଶରେ ଆସିଥିଲେ । ବ୍ୟବସାୟୀ ଜଣକ ଏକ ପ୍ରଡକ୍ସନ ହାଉସ ଚଳାନ୍ତି । ଯାହାର କାର୍ଯ୍ୟାଳୟ ‘ଖାର’ଠାରେ ଅବସ୍ଥିତ । ବ୍ୟାସ ରିମିଙ୍କୁ ଏକ ଇନଭେଷ୍ଟମେଣ୍ଟପ୍ଲାନର ପ୍ରସ୍ତାବ ଦେଇଥିଲେ ।

ଏହାପରେ ରୌନକ ବ୍ୟାସ ତାଙ୍କର ନୂଆ ବ୍ୟବସାୟରେ ରିମି ସେହି ବିଜିନେସରେ ଇନଭେସ୍ଟ କରନ୍ତି ବାକୁ କହିଥିଲେ । ଏଥିପାଇଁ ତାଙ୍କୁ ୩୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେବାକୁ ପଡିବ । ରୌନକଙ୍କ କଥାରେ ପ୍ରଲୋଭିତ ହୋଇ ରିମି ବ୍ୟାସଙ୍କୁ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ୨୦୧୯-୨୦୨୦ ମସିହା ମଧ୍ୟରେ ରିମି ପାଖାପାଖା ୪ କୋଟି ଟଙ୍କା ସୁଧ ଦେଇଥିଲେ । ପରେ ଟଙ୍କା ଫେରସ୍ତ ମାଗିବାରୁ ରୌନକ ବ୍ୟସ ଅଣଦେଖା କରିଥିଲେ