Advertisment

Actress Ranya Rao: ସୁନା ଚୋରା ଚାଲାଣ ମହଙ୍ଗା ପଡ଼ିଲା, ଜେଲରେ ରହିବେ ବର୍ଷେ

ରାନ୍ୟାଙ୍କ ନିକଟରୁ ଦୁବାଇରୁ ଅଣାଯାଇଥିବା ପ୍ରାୟ ୧୪.୨ କିଲୋଗ୍ରାମ ସୁନା ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୧୨.୫୬ କୋଟି ଟଙ୍କା ହେବ ।ଏହାପରେ ରାନ୍ୟାଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା ।

ଅଦ୍ୟତନ ହୋଇଛି
Ranya Rao

Ranya Rao

Advertisment

କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଏକ ବର୍ଷର ଜେଲ୍‌ ଦଣ୍ଡାଦେଶ । ସୁନା ଚୋରା ଚାଲାଣ ମାମଲାରେ ତାଙ୍କୁ ଏହି ଦଣ୍ଡ ମିଳିଛି । ବୈଦେଶିକ ବିନିମୟ ସଂରକ୍ଷଣ ଏବଂ ଚୋରା ଚାଲାଣ କାର୍ଯ୍ୟକଳାପ ନିରାକରଣ ଅଧିନିୟମ ଅଧୀନରେ ପରାମର୍ଶଦାତା ବୋର୍ଡ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

Advertisment

ଏହି ଏକ ବର୍ଷର କାରାଦଣ୍ଡ ସମୟରେ ରାନ୍ୟାଙ୍କୁ ଜାମିନ ମିଳିପାରିବ ନାହିଁ । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧିକାରୀମାନେ ମାର୍ଚ୍ଚ ୩ରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାନ୍ୟା ରାଓଙ୍କୁ ଗିରଫ କରିଥିଲେ ।

ଅଧିକ ପଢନ୍ତୁ: ‘ଆଉ ଆଗ ଭଳି ଆକ୍ସନ ଦେଖାଇ ପାରୁନି, ବୟସର ପ୍ରଭାବ ପଡ଼ିଲାଣି’

ରାନ୍ୟାଙ୍କ ନିକଟରୁ ଦୁବାଇରୁ ଅଣାଯାଇଥିବା ପ୍ରାୟ ୧୪.୨ କିଲୋଗ୍ରାମ ସୁନା ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୧୨.୫୬ କୋଟି ଟଙ୍କା ହେବ ।ଏହାପରେ ରାନ୍ୟାଙ୍କ ବାସଭବନରେ ଚଢ଼ାଉ କରାଯାଇ ୨.୦୬ କୋଟି ଟଙ୍କାର ସୁନା ଅଳଙ୍କାର ଏବଂ ୨.୬୭ କୋଟି ଟଙ୍କା ନଗଦ ଜବତ କରାଯାଇଥିଲା ।

Advertisment

ତଦନ୍ତରୁ ଜଣାପଡିଛି ଯେ ରାନ୍ୟା ୨୦୨୩ ରୁ ୨୦୨୫ ମଧ୍ୟରେ ୩୪ ଥର ଏକାକୀ ଦୁବାଇ ଯାତ୍ରା କରିଥିଲେ । କେବଳ ଦୁବାଇ ନୁହେଁ ରାନ୍ୟା ଅନ୍ୟ ଦେଶକୁ ବି ଯାଉଥିଲେ ।

ଏହି ମାମଲାରେ ତାଙ୍କ ସହଯୋଗୀ ତରୁଣ କୋଣ୍ଡୁରୁ ରାଜୁଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ୨୦୧୪ ମସିହାରେ କନ୍ନଡ ସିନେମାରେ ପାଦ ରଖିଥିଲେ ରାନ୍ୟା । ପରେ ୨୦୧୬ରେ ତାମିଲ ସିନେମାରେ ଅଭିନୟ କରିଥିଲେ । ଏଥିସହ ମଡେଲିଂ ଦୁନିଆରେ ମଧ୍ୟ ସେ ଜଣେ ଜଣାଶୁଣା ଚେହେରା ।

Advertisment

ଅଧିକ ପଢନ୍ତୁ: ସୋସିଆଲ ମିଡିଆରେ ଜଣାଇଲେ, କହିଲେ ଆମର ଦୁନିଆ ବଦଳିଯାଇଛି

Gold Dubai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ