୧୪ କେଜି ସୁନା ଚୋରା ଚାଲାଣରେ ଗିରଫ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ପୋଲିସ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ । ରାନ୍ୟା କହିଛନ୍ତି ପୋଲିସ ତାଙ୍କୁ ଭୋକରେ ରଖିବା ସହ ୪୦ଟି ସାଦା କାଗଜରେ ସିଗ୍ନେଚର ନେଇଛି । ଡିଆର୍ଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ସେ ନିଜକୁ ନିର୍ଦ୍ଦୋଷ ଦର୍ଶାଇଛନ୍ତି ।
ଏହି ଚିଠିରେ ରାନ୍ୟା ଅଭିଯୋଗ କରିଛନ୍ତି, ମୋତେ ଫସାଇ ଦିଆଯାଇଛି । ବିମାନ ଭିତରେ ଧରାପଡ଼ିବା ପରେ କୌଣସି ସ୍ପଷ୍ଟୀକରଣର ସୁଯୋଗ ମିଳିଲାନି । ଗିରଫ ହେବାଠାରୁ କୋର୍ଟରେ ହାଜର ହେବା ଯାଏଁ ନିର୍ଯାତନା ଦିଆଯାଇଛି । ଏମିତିକି ପୋଲିସ ଅଧିକାରୀ ୧୦-୧୫ ଥର ଚାପୁଡ଼ା ମାରିଥିବା ନେଇ ରାନ୍ୟା ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ୪୦ଟି ସାଦା କାଗଜରେ ଦସ୍ତଖତ କରିବା ପାଇଁ ବାଧ୍ୟ କରାଯାଇଥିବା ନେଇ ରାନ୍ୟା ଚିଠିରେ ଲେଖିଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ବଢ଼ିଲା କର୍ଣ୍ଣାଟକ ପୋଲିସ ହାଉସିଂ କର୍ପୋରେସନ୍ ଡିଜିପିଙ୍କ ଅଡୁଆ, ବାଧ୍ୟତାମୂଳକ ଛୁଟିରେ ପଠାଇଲେ ସରକାର
ସେପଟେ ଦୁବାଇରୁ ସୁନା ସ୍ମଗଲିଂ କରି ଧରାପଡ଼ିଥିବା ଅଭିନେତ୍ରୀ ଝିଅ ରାନ୍ୟା ରାଓଙ୍କ ପାଇଁ ବଳି ପଡ଼ଛନ୍ତି ତାଙ୍କ ବାପା । କର୍ଣ୍ଣାଟକ ପୋଲିସ ହାଉସିଂ କର୍ପୋରେସନର ଡିଜି ତଥା ବାପା ରାମଚନ୍ଦ୍ର ରାଓଙ୍କ ବଢ଼ିଛି ଅଡୁଆ । ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଛନ୍ତି କର୍ଣ୍ଣାଟକ ସରକାର । ତାଙ୍କ ସ୍ଥାନରେ ଆଡିସନାଲ୍ ଡିଜିପି କେ.ଭି. ଶରତଚନ୍ଦ୍ରାଙ୍କୁ ଅବସ୍ଥାପିତ କରାଯାଇଛି ।
କନ୍ନଡ଼ ସିନେମାର ଜଣାଶୁଣା ଅଭିନେତ୍ରୀ ରାନ୍ୟା ରାଓ। କନ୍ନଡ଼ ସହ ତାମିଲ ଏକାଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଯେଉଁ ଅଭିନେତ୍ରୀ ଦିନେ ବଡ଼ ପରଦାରରେ ଚମକୁଥିଲେ, ଆଜି ସେ ଅନ୍ଧକାର ଭରା କାରଗାରରେ ଜୀବନ ବିତାଉଛନ୍ତି । ଗୋଲ୍ଡ ସ୍ମଗଲିଂ ଭଳି ସଙ୍ଗୀନ ଆରୋପରେ ଫସିଥିବା ଏହି ଅଭିନେତ୍ରୀଙ୍କ କାହାଣୀ କେବଳ ଅପରାଧ ନୁହେଁ। ସତ୍ତା, ଷଡଯନ୍ତ୍ର ଓ ରହସ୍ୟରେ ଭରି ରହିଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।
ମାର୍ଚ୍ଚ ୩ ତାରିଖରେ ରାନ୍ୟା ରାଓ ଦୁବାଇରୁ ୧୪ କେଜି ସୁନା ଲୁଚାଇ ଆଣୁଥିବାବେଳେ ଧରାପଡ଼ିଥିଲେ । ପୂର୍ବରୁ ଅର୍ଥନୈତିକ ଅପରାଧ କୋର୍ଟ ରାନ୍ୟାଙ୍କ ଜାମିନ ନାମଞ୍ଜୁର କରିଥିଲେ । ତେବେ ଶନିବାର ପୁଣିଥରେ ରାନ୍ୟା ସେସନସ କୋର୍ଟରେ ଜାମିନ ଆବେଦନ କରିଛନ୍ତି ।