Advertisment

ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଗିରଫ !

ବଲିଉଡ୍‌ର ବିବାଦୀୟ ତଥା ଡ୍ରାମା କ୍ୱିନ୍‌ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଗିରଫ ହୋଇଥିବା ସୂଚନା ମିଳିଛି। ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ଟ୍ୱିଟ୍‌ରୁ ଏହା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rakhi Sawant Arrested Claims Sherlyn Chopra

Actress Rakhi Sawant Arrested Claims Sherlyn Chopra

ବଲିଉଡ୍‌ର ବିବାଦୀୟ ତଥା ଡ୍ରାମା କ୍ୱିନ୍‌ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଗିରଫ ହୋଇଥିବା ସୂଚନା ମିଳିଛି। ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ଟ୍ୱିଟ୍‌ରୁ ଏହା ଜଣାପଡ଼ିଛି। ଶର୍ଲିନ ଟ୍ୱିଟ୍‌ କରି ଦାବି କରିଛନ୍ତି ଯେ, ଆମ୍ବୋଲି ପୋଲିସ୍‌ ରାକ୍ଷୀଙ୍କୁ ଗିରଫ କରିଛି। ଏହାସହ FIR ସମ୍ପର୍କିତ ତଥ୍ୟ ମଧ୍ୟ ସେ ଶେୟାର କରିଛନ୍ତି। କୁହାଯାଉଛି ଯେ, ଶର୍ଲିନଙ୍କ ଅଭିଯୋଗ ଆଧାରରେ ଆମ୍ବୋଲି ପୋଲିସ୍‌ ରାକ୍ଷୀଙ୍କୁ ହେପାଜତକୁ ନେଇଛି।

Advertisment

ଏଥିରୁ ଜଣାପଡ଼ୁଛି, ଖୁବ୍‌ଶୀଘ୍ର ରାକ୍ଷୀଙ୍କୁ ଅନ୍ଧେରୀ କୋର୍ଟରେ ହାଜର କରାଯିବ। ସୂଚନାଥାଉ କି, ପୂର୍ବତନ ବିଗ୍‌ ବସ୍‌ ଷ୍ଟାର୍‌ ରାକ୍ଷୀଙ୍କ ବିରୋଧରେ ଶର୍ଲିନ ଅଭିଯୋଗ ଆଣିଥିଲେ। ରାକ୍ଷୀ, ତାଙ୍କର ଆପତ୍ତିଜନକ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିବା ଶର୍ଲିନ ଅଭିଯୋଗ କରିଥିଲେ। ପୂର୍ବରୁ ମଧ୍ୟ ରାକ୍ଷୀ ଓ ଶର୍ଲିନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

Advertisment

#MeToo ସହ ଜଡ଼ିତ ଫିଲ୍ମ ନିର୍ମାତା ସାଜିଦ ଖାନ୍‌ଙ୍କ ବିରୋଧରେ ଶର୍ଲିନଙ୍କ ଅଭିଯୋଗ ଉପରେ ରାକ୍ଷୀ ମତ ରଖିଥିଲେ। ଶର୍ଲିନ ଆଣିଥିବା ଅଭିଯୋଗକୁ ରାକ୍ଷୀ ଖଣ୍ଡନ କରିବା ସହ ତାଙ୍କର ମଜାକ ଉଡ଼ାଇଥିଲେ। ଏହାପରେ ଉଭୟ ଅଭିନେତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଶର୍ଲିନ ତାଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିବା ରାକ୍ଷୀ ଅଭିଯୋଗ କରିଥିଲେ। 

ଅଧିକ ପଢ଼ନ୍ତୁ: ରାଖୀ ସାୱନ୍ତଙ୍କୁ ଦେଖି ଉତ୍ସାହିତ ହୋଇପଡିଲେ ରଣବୀର ସିଂହ

ସୂଚନାଥାଉ କି, ନିକଟରେ ରାକ୍ଷୀ ନିଜର ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବୟଫ୍ରେଣ୍ଡ୍‌ ଆଦିଲ୍‌କୁ ସେ ବିବାହ କରିଥିବା ବେଳେ ଆଦିଲ୍‌ ତାଙ୍କୁ ଗ୍ରହଣ କରୁନଥିବା ଚର୍ଚ୍ଚା ହେଉଥିଲା। ପରେ ଘଟଣାକୁ ନେଇ ଆଦିଲ୍‌ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହ ରାକ୍ଷୀଙ୍କୁ ନିଜ ପତ୍ନୀ ଭାବେ ମାନିଥିଲେ। 


 
 
 
 
 
 
 
 
 
 
 
 
 
 

A post shared by Rakhi Sawant (@rakhisawant2511)

Rakhi Sawant Sherlyn Chopra
Advertisment
Advertisment