Advertisment

ବିଜ୍ଞାପନକୁ ନେଇ ବିବାଦରେ ଅଭିନେତା ଅଲ୍ଲୁ ଅର୍ଜୁନ

ସବୁବେଳେ ନିଜର ଅନ୍ଦାଜ୍ ଓ ଅଭିନୟ ପାଇଁ ବେଶ୍ ଚର୍ଚ୍ଚା ରହିଥାନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଏବେ କିନ୍ତୁ ଏକ ବିଜ୍ଞାପନକୁ ନେଇ ସେ ଅଡ଼ୁଆରେ ପଡି ଯାଇଛନ୍ତି । ତେଲେଙ୍ଗାନା ଷ୍ଟେଟ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ (TSRTC) ନିକଟରେ ଟଲିଉଡ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କର ଏକ ବିଜ୍ଞାପନକୁ ବିରୋଧ କରିଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Allu Arjun

Allu Arjun

 ନୂଆଦିଲ୍ଲୀ: ବିଜ୍ଞାପନକୁ ନେଇ ବିବାଦରେ ସାଉଥ୍‌ ଅଭିନେତା ଅଲ୍ଲୁ ଅର୍ଜୁନ। ତେଲେଙ୍ଗାନା ଷ୍ଟେଟ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ (TSRTC) ନିକଟରେ ଟଲିଉଡ୍‌ ସୁପରଷ୍ଟାର ଅଲୁ ଅର୍ଜୁନଙ୍କର ଏକ ବିଜ୍ଞାପନକୁ ବିରୋଧ କରିଛି । ଟିଏସଆରଟିସି କର୍ମଚାରୀ ଏବଂ ଯାତ୍ରୀଙ୍କୁ ସେ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଟିଏସଆରଟିସି ମୁଖ୍ୟ ବି ସି ସଜ୍ଜନର ଆଲ୍ଲୁ ଅର୍ଜୁନଙ୍କ ଏହି ବିଜ୍ଞାପନକୁ ମଧ୍ୟ ବିରୋଧ କରିଛନ୍ତି । ଆରଟିସି ବସ୍‌ରେ ଯାଉଥିବା ଯାତ୍ରୀ ଏବଂ କର୍ମଚାରୀ ମଧ୍ୟ ଏହି ବିଜ୍ଞାପନକୁ ପସନ୍ଦ କରିନାହାନ୍ତି ।

Advertisment

ନିକଟରେ ଅଲ୍ଲୁ ଅର୍ଜୁନ ଏକ ବାଇକ୍‌ ଟ୍ୟାକ୍ସ ଆପ୍‌ର ବିଜ୍ଞାପନ କରିଥିଲେ । ୟୁଟ୍ୟୁବରେ ଏହି ବିଜ୍ଞାପନ ଗତ କିଛି ଦିନ ତଳେ ପ୍ରସାରିତ ହୋଇଛି । ଏହି ବିଜ୍ଞାପନରେ ଅଲ୍ଲୁ ଜଣେ ଦୋସା ବିକାଳି ଚରିତ୍ରରେ ନଜର ଆସିଛନ୍ତି । ବିଜ୍ଞାପନରେ ସେ ଜଣେ ଗ୍ରାହକଙ୍କୁ ରାଜ୍ୟର ବସ୍‌ ଗୁଡିକ ଠିକଣା ସ୍ଥାନରେ ପହଞ୍ଚାଇବା ପାଇଁ ଅଧିକ ସମୟ ନିଅନ୍ତି ବୋଲି କହିଛନ୍ତି । କିନ୍ତୁ ଆପ୍ ଜରିଆରେ ବାଇକରେ ବସି ଶୀଘ୍ର ପହଞ୍ଚିପାରିବେ ।

Actor Allu Arjun Actor Allu Arjun

ଏଥିସହ ବସ ଭିଡରୁ ରକ୍ଷା ମଧ୍ୟ ପାଇପାରିବେ ବୋଲି କହୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଏହି ବିଜ୍ଞାପନରେ ଅଲ୍ଲୁ ଅର୍ଜୁନ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ବିରବସାରାମ ମାର୍ଗରେ ଠିଆ ହୋଇ ଆନ୍ଧ୍ରପ୍ରଦେଶର ସରକାରୀ ବସ ଆଡକୁ ସୂଚିତ କରିଥିବା ମଧ୍ୟ ନଜର ଆସିଛନ୍ତି। ଏହାକୁ ନେଇ ବିବାଦ ଉପୁଜିଛି।

Advertisment

TSRTCର ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର ବିସି ସଜ୍ଜନର ଏକ ବୟାନ ଜାରି କରି କହିଛନ୍ତି କି, ଏହି ବିଜ୍ଞାପନକୁ କିଛି ଦର୍ଶକଙ୍କ ତରଫରୁ ପସନ୍ଦ କରାଯାଇ ନାହିଁ, ଯେଉଁଥିରେ TSRTCରେ ଯାଉଥିବା ଯାତ୍ରୀ ଏବଂ କର୍ମଚାରୀ ସାମିଲ ଅଛନ୍ତି। TSRTCକୁ ଏହିଭଳି ଅପମାନ କରିବା, ନା TSRTC ମ୍ୟାନେଜମେଣ୍ଟ, ଯାତ୍ରୀ ନା ଏହାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ବରଦାସ୍ତ ହେବ। ତେଣୁ ଏମିତି ବିଜ୍ଞାପନକୁ ପ୍ରମୋଟ କରିଥିବାରୁ ଅଲ୍ଲୁ ଅର୍ଜୁନଙ୍କୁ ନୋଟିସ୍‌ ପଠାଯିବ। ସେ କହିଥିଲେ କି, ଅଭିନେତାମାନଙ୍କୁ ଏମିତି ବିଜ୍ଞାପନକୁ ପ୍ରମୋଟ କରିବା ଉଚିତ, ଯାହା ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ସକାରାତ୍ମକ ରହିଥିବ ।

Entertainment News
Advertisment
Advertisment