• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରିଲିଜ୍ ହୋଇଛି ଏବର୍ଷର ସବୁଠୁ ବଡ଼ ଆକ୍ସନ୍ ଫିଲ୍ମ ସାଲାର । ସକାଳ ୫ଟାରୁ ଭୁବନେଶ୍ବର ସମେତ ଦେଶର ବିଭିନ୍ନ ସିନେମା ହଲରେ ଫାଷ୍ଟ ଡେ’ ଫାଷ୍ଟ ଶୋ’ ଦେଖିଛନ୍ତି ଫ୍ୟାନ୍ସ । ହେଲେ ସିନେମା ରିଲିଜ୍ ପୂର୍ବରୁ କମ୍ ସ୍କ୍ରିନ୍ ମିଳିବାକୁ ନେଇ ଉତ୍ତର ଓ ଦକ୍ଷିଣ ଭାରତୀୟ ଫ୍ୟାନ୍ ମୁହାଁମୁହିଁ ହୋଇଛନ୍ତି । 

ଆମ୍ନା ସାମ୍ନା ଦୁଇ ବଡ଼ ଷ୍ଟାର .. ନର୍ଥର ଶାହରୁଖ ଏବଂ ସାଉଥର ପ୍ରଭାସ । ଦୁଇ ବଡ଼ ଫିଲ୍ମ, ବଡ଼ ବିବାଦ । ଶାହରୁଖଙ୍କ ଡଙ୍କି ଓ ପ୍ରଭାସଙ୍କ ସାଲାର୍ ମଧ୍ୟରେ ବକ୍ସ ଅଫିସରେ କଡ଼ା ମୁକାବିଲା ପୂର୍ବରୁ ରିଲିଜ୍ କୁ ନେଇ ଦେଖାଦେଇଛି ବିବାଦ । ସାଲାରକୁ ଦକ୍ଷିଣ ଭାରତରେ ରିଲିଜ୍ କରାଇ ଦେଇନଥିବା ଅଭିଯୋଗ ହୋଇଛି ।

ସାଲାରର ପ୍ରଯୋଜକ ବିଜୟ କିରାନ୍ଦୁରଙ୍କ ବୟାନକୁ ନେଇ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି ହୋଇଛି । ଡଙ୍କି-ସାଲାର ଏକା ସମୟରେ ରିଲିଜ୍ ହୋଇଥିବାରୁ ଉଭୟଙ୍କୁ ସମାନ ମଲଟି ପ୍ଲେକ୍ସ ମିଳିବା କଥା କିନ୍ତୁ ତାହା ହୋଇନଥିବା ସେ କହିଥିଲେ । ବିବାଦ ବଢ଼ିବା ପରେ PVR INOXର ସିଇଓ କମଲ୍ ଜ୍ଞାନଚନ୍ଦ୍ରାନୀ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ସବୁଠୁ ବଡ଼ ଆକ୍ସନ୍ ଫିଲ୍ମ, ସବୁଠୁ ବଡ଼ ଆକ୍ସନ୍ ଷ୍ଟାର୍, ସବୁଠୁ ବଡ଼ ପ୍ରତୀକ୍ଷା .. ବିବାଦ ଭିତରେ ରିଲିଜ୍ ହୋଇଛି ଏବର୍ଷର ମୋଷ୍ଟ ଆୱେଟେଡ୍ ପାନ୍ ଇଣ୍ଡିଆ ଫିଲ୍ମ ସାଲାର୍ । ସ୍କ୍ରିନ୍ କମ ମିଳିଥିଲେ ବି ବକ୍ସ ଅଫିସ୍ ରେ ଶାନଦାର ଓପନିଂ କରିଛି ଫିଲ୍ମ । ପ୍ରଥମ ଦିନରେ ୩୦ ଲକ୍ଷ ଟିକେଟ୍ ଆଡଭାନ୍ସ ବୁକିଂ ହୋଇଥିବା ବେଳେ ରିଲିଜ୍ ପୂର୍ବରୁ ୩୦ କୋଟିରୁ ଅଧିକ ଆୟ କରିଛି । ଯାହା ଡଙ୍କି ତୁଳନାରେ ବହୁତ ଅଧିକା ।

କେଜିଏଫ୍ ଫେମ୍ ପ୍ରଶାନ୍ତ ନୀଲଙ୍କ ଆକ୍ସନ୍ ୟୁନିଭର୍ସର ୟେ ଆଉ ଏକ ପାର୍ଟ । ଡାର୍କ ସେଡୋ ଡିଜାଇନ୍, ହାଇଭୋଲଟେଜ୍ ଫାଇଟ୍ ଏବଂ ପ୍ରଭାସ ଓ ପୃଥ୍ୱୀବୀରାଜ ସୁକୁମାରଙ୍କ ଯୋଡ଼ି ଫ୍ୟାନ୍ ଙ୍କୁ ଦିୱାନା କରିଛି । ରାତି ସାରା ଲୋକେ ବାଣ ଫୁଟାଇ ସେଲିବ୍ରେସନ୍ କରିଛନ୍ତି ।

ସକାଳ ୫ଟାରୁ ଭୁବନେଶ୍ବର ସମେତ ଦକ୍ଷିଣ ଭାରତର ଅନେକ ହଲରେ ଫାଷ୍ଟ ଡେ ଫାଷ୍ଟ ଶୋ’ ଦେଖିଛନ୍ତି ଫ୍ୟାନ୍ । ଆଦିପୁରୁଷ, ରାଧେଶ୍ବାମ, ସାହୋ ଫ୍ଲପ୍ ହେବା ପରେ ପ୍ରଭାସଙ୍କ ଡଙ୍ଗା ସାଲାର୍ ଉପରେ ନିର୍ଭର କରୁଛି ।