Advertisment

Aamir Khan: ୮୦-୯୦ ଦଶକରେ ନିଜକୁ ଅସୁରକ୍ଷିତ ମନେକରୁଥିଲେ ଅମୀର ଖାନ; ଜାଣନ୍ତୁ କାହିଁକି…

ମିଷ୍ଟର ପରଫେକ୍‌ଶନିଷ୍ଟ ଅମୀର ଖାନ ପରଦାରେ ତାଙ୍କ ଚରିତ୍ରମାନଙ୍କ ସହିତ କୌଣସି ଆପୋଷ ବୁଝାମଣା କରନ୍ତି ନାହିଁ। କିନ୍ତୁ ବ୍ୟକ୍ତିଗତ ଜୀବନରେ ଅଭିନେତାଙ୍କର ତୁମ-ଆମ ଭଳି ଅନେକ ତ୍ରୁଟି ଥିବା ସେ ନିଜେ ସ୍ୱୀକାର କରିଛନ୍ତି।

ଅଦ୍ୟତନ ହୋଇଛି
Aamir khan was insecure of his height in starting phase of his career

Aamir khan was insecure of his height in starting phase of his career

Advertisment

ବଲିଉଡ୍‌ର ମିଷ୍ଟର ପରଫେକ୍‌ଶନିଷ୍ଟ ଆମୀର ଖାନ ତାଙ୍କ ଚଳଚ୍ଚିତ୍ରରେ ସଂପୂର୍ଣ୍ଣ ପର୍‌ଫେକ୍ଟ୍। ସେ ପରଦାରେ ତାଙ୍କ ଚରିତ୍ରମାନଙ୍କ ସହିତ କୌଣସି ଆପୋଷ ବୁଝାମଣା କରନ୍ତି ନାହିଁ। କିନ୍ତୁ ବ୍ୟକ୍ତିଗତ ଜୀବନରେ ଅଭିନେତାଙ୍କର ତୁମ-ଆମ ଭଳି ଅନେକ ତ୍ରୁଟି ଥିବା ସେ ନିଜେ ସ୍ୱୀକାର କରିଛନ୍ତି।

Advertisment

ନିକଟରେ ଏକ ସାକ୍ଷାତକାରରେ ଆମୀର ଖାନ ତାଙ୍କର ଖରାପ ଅଭ୍ୟାସ ଏବଂ ଅସୁରକ୍ଷା ମନୋଭାବ ଉପରେ ନୀରବତା ଭାଙ୍ଗିଛନ୍ତି। ସେ କିପରି ନିଜକୁ ଇଣ୍ଡଷ୍ଟ୍ରୀରେ ଅସୁରକ୍ଷିତ ମନେକରୁଥିଲେ ଆଉ ମଦ୍ୟପାନ କରୁଥିଲେ ତାହା କହିଛନ୍ତି।

ଅଧିକ ପଢ଼ନ୍ତୁ: ‘ଖ୍ରୀଷ୍ଟମାସ’ରେ ବଜାନ୍ତୁ ଏହି ୫ ବଲିଉଡ୍ ଗୀତ; ଆପେ ଆପେ ଉଠିବ ଗୋଡ଼

ମିଷ୍ଟର ପରଫେକ୍‌ଶନିଷ୍ଟ ଆମୀର ଖାନ ପ୍ରକାଶ କରିଛନ୍ତି ଯେ ତାଙ୍କ କ୍ୟାରିୟର ଆରମ୍ଭରେ ସେ ତାଙ୍କ ଉଚ୍ଚତାକୁ ନେଇ ଅସୁରକ୍ଷିତ ଥିଲେ। ଅଭିନେତା ନାନା ପାଟେକରଙ୍କ ସହ ତାଙ୍କର ନୂଆ ଚଳଚ୍ଚିତ୍ର ‘ବନବାସ’ର ପ୍ରମୋସନ ବେଳେ କଥା ହେଉଥିବାବେଳେ ଏହାକୁ ସ୍ୱୀକାର କରିଛନ୍ତି।

Advertisment

୫ ଫୁଟ ୫ ଇଞ୍ଚ ଉଚ୍ଚତାର, ଆମୀର ହାରାହାରି ବଲିଉଡ୍‌ର 'ହିରୋ'ମାନଙ୍କ ଠାରୁ ଛୋଟ, ଯାହା ତାଙ୍କୁ ୮୦ ଦଶକର ଶେଷ ଓ ୯୦ ଦଶକରେ ମୁଖ୍ୟ ଭୂମିକାରେ କାମ କଲାବେଳେ ତାଙ୍କୁ ଅସୁବିଧାରେ ପକାଇଥିଲା।

ଉଚ୍ଚତାକୁ ନେଇ ଅସୁରକ୍ଷିତ:

ଜି ମ୍ୟୁଜିକ୍ କମ୍ପାନୀର ୟୁଟ୍ୟୁବ୍ ଚ୍ୟାନେଲରେ ନାନା ପାଟେକରଙ୍କ ସହ କଥାବାର୍ତ୍ତା ବେଳେ ଆମୀରଙ୍କୁ ତାଙ୍କ ଉଚ୍ଚତାକୁ ନେଇ 'କୌଣସି ହୀନ ଭାବନା' ଅଛି କି ବୋଲି ପଚରାଯାଇଥିଲା।

Advertisment

ଏହାର ଉତ୍ତରରେ ଅମୀର କହିଥିଲେ, "ହଁ, ମୋର ଥିଲା। ମତେ ଲାଗୁଥିଲା ଯେ କ’ଣ ହେବ ଯଦି ମୋ ଉଚ୍ଚତାକୁ ନେଇ ଲୋକମାନେ ମୋତେ ଗ୍ରହଣ ନ କରନ୍ତି। ଏହା ମୋର ଭୟ ଥିଲା। କିନ୍ତୁ ପରେ ମୁଁ ଅନୁଭବ କଲି ଯେ ଏହା କୌଣସି ମାନେ ରଖେ ନାହିଁ। କିନ୍ତୁ ସେହି ସମୟରେ କିଛି ଅସୁରକ୍ଷାର ଭାବନ ଘର କରିଯାଇଥିଲା।"

ଅଧିକ ପଢ଼ନ୍ତୁ: ଚମକାଇଲା ଭଳି କଥା କହିଲେ 'ପୁଷ୍ପା ୨' ନିର୍ଦ୍ଦେଶକ, କିନ୍ତୁ କାହିଁକି ?

ନାନା ପାଟେକର ଦେଲେ ଉତ୍ସାହ:

ନାନା ପାଟେକର ବଲିଉଡ୍‌ର ମିଷ୍ଟର ପରଫେକ୍‌ଶନିଷ୍ଟ ଆମୀର ଖାନଙ୍କୁ ଉତ୍ସାହିତ କରିଥିଲେ। ସେ କହିଥିଲେ, “ମୋ ଚେହେରାକୁ ଦେଖ, ମୁଁ ଏହି ଚେହେରାକୁ ନେଇ ଆହୁରି ୫୦ ବର୍ଷ ପର୍ଯ୍ୟନ୍ତ ଚଳଚ୍ଚିତ୍ରରେ କାମ କରିପାରିବି।”

ଆମୀର ଆହୁରି କହିଛନ୍ତି ଯେ କାମ କରିବା ସମୟରେ ସେ ତାଙ୍କ କ୍ୟାରିୟରରେ କେଉଁ ଜିନିଷ ଅଧିକ ଗୁରୁତ୍ୱପୂର୍ଣ୍ଣ ତାହା ବୁଝିଥିଲେ। ସେ କହିଥିଲେ ଏହି ଶିଳ୍ପରେ ଗୋଟିଏ ଜିନିଷ ହେଉଛି ତୁମେ କେଉଁ ପ୍ରକାର କାମ କର ଏବଂ ଦର୍ଶକମାନେ ତୁମର କାମକୁ କେତେ ପସନ୍ଦ କରନ୍ତି। ଆଉ ସବୁ ଜିନିଷ ବେକାର।

‘ବଡ ଟିଙ୍ଗୁ’କୁ ନେଇ ଭୟ:

ତେବେ ଏହା ପ୍ରଥମ ଥର ନୁହେଁ ଯେ ଅମୀର ତାଙ୍କ ଉଚ୍ଚତାକୁ ନେଇ ଅସୁରକ୍ଷିତ ମନେ କରିଛନ୍ତି। ୨୦୧୨ରେ ତାଙ୍କ ଚଳଚ୍ଚିତ୍ର 'ତଲାଶ'ର ପ୍ରମୋସନ ସମୟରେ ଆମୀର ଖାନ କହିଥିଲେ ଯେ ତାଙ୍କ ଉଚ୍ଚତା ବିଷୟରେ ସେ ଅତ୍ୟନ୍ତ ଅସୁରକ୍ଷିତ। ସେ ଭୟ କରୁଥିଲେ ଯେ ଲୋକମାନେ ତାଙ୍କୁ 'ଟିଙ୍ଗୁ'(ସ୍ଲାଙ୍ଗ୍’) କହିବେ। ଏହି ସାକ୍ଷାତକାରରେ ଆମୀର କହିଥିଲେ, “ମୋ ମନରେ ଭୟ ଥିଲା। ମୋର ଭୟ ଥିଲା ଯେ ଲୋକମାନେ ମୋତେ କାଳେ ଏକ ‘ବଡ ଟିଙ୍ଗୁ’ ବୋଲି କହିବେ। ଏହା ମୋର ଭୟ ଥିଲା, କିନ୍ତୁ ଲୋକମାନେ ଏହାକୁ ପସନ୍ଦ କରିଥିଲେ।

ସେ ଆହୁରି କହିଛନ୍ତି, "ଯେଉଁ ଜିନିଷ ଆମକୁ ଆରମ୍ଭରେ ଚାପ ଦେଇଥାଏ, ପରେ ଆମେ ହୃଦୟଙ୍ଗମ କରିଥାଉ ଯେ ଏହି ଜିନିଷଗୁଡ଼ିକ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆପଣ କେତେ ସଚ୍ଚୋଟ ଭାବରେ କାମ କରୁଛନ୍ତି ଏବଂ ଆପଣଙ୍କ କାମ କିପରି ଲୋକଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରିପାରିବ ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ।"

ଅମୀରଙ୍କ ଖରାପ ଅଭ୍ୟାସ:

ଏହି କାର୍ଯ୍ୟକ୍ରମରେ ଆମୀର ଖାନ ତାଙ୍କର ଖରାପ ଅଭ୍ୟାସ ଏବଂ ସେଗୁଡ଼ିକରୁ କିପରି ମୁକ୍ତି ପାଇଲେ ସେ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ମୁଁ ମଦ୍ୟପାନ କରିବା ବନ୍ଦ କରିଦେଇଛି। ବର୍ତ୍ତମାନ ମୁଁ କେବଳ ପାଇପ୍ ଧୂମପାନ କରୁଛି। ପୂର୍ବରୁ ମୁଁ ମଦ୍ୟପାନ କରୁଥିଲି ଏବଂ ଯେତେବେଳେ ପିଉଥିଲି, ସାରା ରାତି ପିଉଥିଲି।”

ନିଜକୁ କହିଲେ ଚରମପନ୍ଥୀ:

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ସମସ୍ୟା ହେଉଛି ମୁଁ ଜଣେ ଚରମପନ୍ଥୀ ବ୍ୟକ୍ତି। ଯଦି ବି ମୁଁ କିଛି କରେ, ବାସ୍ ମୁଁ ଏହା କରିଚାଲେ ଏବଂ ବନ୍ଦ କରେ ନାହିଁ। ମୁଁ ଜାଣେ ଏହା ଠିକ କଥା ନୁହେଁ। ମୁଁ ଜାଣେ ଯେ ମୁଁ ଭୁଲ୍ କରୁଛି, କିନ୍ତୁ ନିଜକୁ ଅଟକାଇବାକୁ ଅସମର୍ଥ।”

ଆମୀର ଖାନଙ୍କ ଆଗାମୀ ପ୍ରୋଜେକ୍ଟ:

୨୦୨୨ର ଚଳଚ୍ଚିତ୍ର ‘ଲାଲ୍‌ ସିଂହ ଚଡ୍‌ଢା’ରେ ଆମୀରଙ୍କୁ ବଡ ପରଦାରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଅମୀରଙ୍କୁ ବର୍ତ୍ତମାନ ‘ସିତାରେ ଜମିନ୍ ପର୍’ରେ ବଡ ପରଦାରେ ଦେଖିବାକୁ ମିଳିବ, ଯାହା ତାଙ୍କର ଲୋକପ୍ରିୟ ତଥା ବହୁ ପସନ୍ଦ ୨୦୦୭ର ଚଳଚ୍ଚିତ୍ର ‘ତାରେ ଜମିନ୍ ପର୍’ ର ସିକ୍ୱେଲ୍। ଏହି ଚଳଚ୍ଚିତ୍ରରେ ଦର୍ଶୀଲ ସଫାରୀ ଏବଂ ଜେନେଲିଆ ଡି’ସୁଜା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ଅଧିକ ପଢ଼ନ୍ତୁ: ଅଲ୍ଲୁ ଅର୍ଜୁନଙ୍କ ଏହି ୧୦ ଫିଲ୍ମ ତାଙ୍କୁ ଆଜି ଦେଇଛି ‘ପୁଷ୍ପାରାଜ୍’ର ପରିଚୟ

Bollywood Aamir Khan Nana Patekar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ