• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବହୁ ଚର୍ଚ୍ଚିତ ତଥା ଲୋକ ପ୍ରିୟ ରିୟଲିଟି ସୋ କୌନ ବନେଗା କରୋଡ଼ପତି । ଏବେ ପୁଣି ଏକ ନୂଆ ସଂସ୍କରଣ ନେଇ ଆସୁଛି । ଖୁବ୍‌ଶୀଘ୍ର କୌନ ବନେଗା କରୋଡ଼ପତିର ନୂଆ ସିଜିନ ଆରମ୍ଭ ହେବାକୁ ଯାଉଛି । ତେବେ ସବୁଠାରୁ ବଡ଼ କଥା ହେଲା ସୋ’ର ପ୍ରଥମ ଏପିସୋଡ୍‌ରେ ଅମିତାଭ ବଚ୍ଚନଙ୍କ ସହ ନଜର ଆସିବେ ଅମିର ଖାନ୍ । ଏଇଠୁ ଆରମ୍ଭ ହେବ ୧୪ତମ ସଂସ୍କରଣର ଆରମ୍ଭ । କୁହାଯାଉଛି ଏହି ସୋ ପାଇଁ ଏକ ବଡ଼ ଆରମ୍ଭ ହୋଇପାରେ । ତେବେ ଏହା ପୂର୍ବରୁ ଏହି ସୋ’ର ହୋଷ୍ଟ ଅମିତାଭ ବଚ୍ଚନ ୧୪ତମ ସଂସ୍କରଣ ଖୁବଶୀଘ୍ର ଆସୁଛି ବୋଲି ଘୋଷଣା କରି ସାରିଥିଲେ ।

ରିପୋର୍ଟ ଅନୁଯାୟୀ, ଅମିର ଖାନଙ୍କୁ ପ୍ରଥମ ଏପିସୋଡରେ ଦେଖିବାକୁ ମିଳିବ । ସେ ତାଙ୍କର ଆଗାମୀ ଫିଲ୍ମ ଲାଲ ସିଂ ଚଡ୍ଡାକୁ ପ୍ରମୋଟ୍ କରିବାକୁ ଆସୁଛନ୍ତି । ତାଙ୍କ ବ୍ୟତୀତ ଏହି ଫିଲ୍ମରେ କରୀନା କପୁର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏବେ ବିଭିନ୍ନ ପ୍ଲାଟ୍‌ଫର୍ମରେ ଅମିର ଖାନ୍‌ ଲାଲ ସିଂ ଚଡ୍ଡାର ପ୍ରମୋସନ କରିବା ଜାରି ରଖିଛନ୍ତି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଅଦୈତ ଚନ୍ଦନ । ଏହି ଫିଲ୍ମଟି ‘ଫରେଷ୍ଟ ଗମ୍ପ’ର ଏକ ଅଫିସିଆଲ୍ ରିମେକ୍ ବୋଲି କୁହାଯାଉଛି ।

‘ଲାଲ ସିଂ ଚଡ୍ଡା’ ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଆଲୋକପାତ କରିଛି । ଏହି ଫିଲ୍ମ ୧୧ ଅଗଷ୍ଟରେ ବଡ଼ ପରଦାରେ ରିଲିଜ୍‌ ହେବ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ‘କୌନ ବନେଗା କରୋଡ଼ପତି ୧୪’ର ପ୍ରଥମ ଏପିସୋଡ୍‌ରେ ଅମିର ଖାନ୍‌ ଯୋଗ ଦେବେ ସତ, ହେଲେ ତାଙ୍କ ସହ ଲାଲ ସିଂହ ଚଡ୍ଡା ଓ ଅନ୍ୟ ସଦସ୍ୟମାନେ ମଧ୍ୟ ନଜର ଆସିବେ । ସେମାନଙ୍କୁ ପରିଚୟ କରାଇବା ସହ ‘ଲାଲ ସିଂହ ଚଡ୍ଡା’ର ପ୍ରମୋସନ୍‌ କରିବେ ଅମିର ଖାନ୍ ।

‘କୌନ ବନେଗା କରୋଡ଼ପତି ୧୪’ ପୁଣି ଥରେ ସେହି ସୋନି ଟିଭିରେ ହିଁ ପ୍ରସାରିତ ହେବ । କିନ୍ତୁ ଏଥର ସାମାନ୍ୟ ପରିବର୍ତ୍ତନ କରାଯାଇଛି । ୭୫ ଲକ୍ଷ ଟଙ୍କା ପାଇଁ ଏକ ନୂଆ ପ୍ରଶ୍ନ ଯୋଡାଯାଇଛି । ଭାରତ ସ୍ୱାଧୀନତାର ୭୫ ବର୍ଷକୁ ସ୍ମରଣୀୟ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ତେବେ ଏବେ ସୁଦ୍ଧା ‘କୌନ ବନେଗା କରୋଡ଼ପତି ୧୪’ କେବେଠୁ ପ୍ରସାରିତ ହେବ ସେନେଇ କୌଣସି ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ । ଅମିତାଭ ବଚ୍ଚନ ୨୦୦୦ ମସିହାରୁ ଏହାର ହୋଷ୍ଟ ରହି ଆସିଛନ୍ତି । କିନ୍ତୁ ମଝିରେ କେବଳ ତୃତୀୟ ସିଜିନ୍‌ରେ ଶାହରୁଖ ଖାନ୍‌ ହୋଷ୍ଟ ରହିଥିଲେ ।