/odishatv-khabar/media/post_attachments/uploadimage/library/16_9/16_9_0/Aamir_Khan_1753798214.jpg)
Aamir Khan
ଆମୀର ଖାନଙ୍କୁ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଏ। କାରଣ ସେ ତାଙ୍କ ଚଳଚ୍ଚିତ୍ରରେ ସବୁ ପ୍ରକାରର ନୂଆ ନୂଆ ଏକ୍ସପେରିମେଣ୍ଟ କରିଥାଆନ୍ତି ଏବଂ ଏହାକୁ ବେଷ୍ଟ କରିବାରେ ବିଶ୍ୱାସ ରଖନ୍ତି। କିନ୍ତୁ ଏଥର ଆମୀର ଖାନଙ୍କ ଉପରେ ମିଛ କହିବାର ଅଭିଯୋଗ ଲାଗିଛି। ଏତିକି ନୁହେଁ, ଅଭିନେତା ତାଙ୍କ ପ୍ରଶଂସକମାନଙ୍କଠାରୁ ମିଛ କହିବା ପାଇଁ କ୍ଷମା ବି ମାଗିଛନ୍ତି।
ଆମୀର ଖାନ ମଙ୍ଗଳବାର ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସେ ନିକଟରେ ମୁକ୍ତିଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର ‘ସିତାରେ ଜମୀନ ପର’ ସମ୍ପର୍କରେ ଅନେକ କଥା କହିଥିଲେ। ଏହା ସହିତ ସେ ଏହା ମଧ୍ୟ କହିଥିଲେ ଯେ ‘ସେ ଏହି ଚଳଚ୍ଚିତ୍ର ପାଇଁ ତାଙ୍କ ପ୍ରଶଂସକମାନଙ୍କୁ ମିଛ କହିଥିଲେ’।
‘ସିତାରେ ଜମୀନ ପର’ ସିନେମା ହଲରେ ମୁକ୍ତିଲାଭ କରିବା ପୂର୍ବରୁ ଆମୀର ଖାନ ମିଛ କହିଥିଲେ ଯେ ସେ ତାଙ୍କ ଚଳଚ୍ଚିତ୍ରକୁ ୟୁଟ୍ୟୁବରେ ରିଲିଜ କରିବେ ନାହିଁ । କିନ୍ତୁ ଏବେ ସାମ୍ବାଦିକ ସମ୍ମିଳନୀରେ ଆମୀର ଖାନ କହିଛନ୍ତି ଯେ ‘ସିତାରେ ଜମୀନ ପର’ ୧ ଅଗଷ୍ଟରେ ୟୁଟ୍ୟୁବରେ ମୁକ୍ତିଲାଭ କରିବ। ଏହା ଦେଖିବା ପାଇଁ ଦର୍ଶକମାନଙ୍କୁ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏଥିପାଇଁ ଆମୀର ଖାନ ମିଛ କହିବା ପାଇଁ କ୍ଷମା ମାଗିଛନ୍ତି।
ସେ କହିଛନ୍ତି, ‘ମୁଁ ଲୋକମାନଙ୍କଠାରୁ କ୍ଷମା ମାଗୁଛି ଯେ ମୁଁ ପୂର୍ବରୁ ମିଛ କହିଥିଲି ଯେ ଏହି ଚଳଚ୍ଚିତ୍ର ୟୁଟ୍ୟୁବରେ ମୁକ୍ତିଲାଭ କରିବ ନାହିଁ। କାରଣ ଯଦି ମୁଁ ଆଗରୁ କହିଦେଇଥାନ୍ତି ଯେ ଫିଲ୍ମଟି ୟୁଟ୍ୟୁବରେ ମୁକ୍ତିଲାଭ କରିବ, ତେବେ ଫିଲ୍ମଟି ଥିଏଟରରେ ଭଲ ବ୍ୟବସାୟ କରିପାରିନଥାନ୍ତା ।
ଆମୀର ଖାନ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ତାଙ୍କର ସୁପରହିଟ ଥିଏଟ୍ରିକାଲ ଫିଲ୍ମ ‘ସିତାରେ ଜମୀନ ପର’ ୧ ଅଗଷ୍ଟ ୨୦୨୫ରେ ୟୁଟ୍ୟୁବରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ। ୨୦୨୫ର ସବୁଠାରୁ ସଫଳ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ଫିଲ୍ମ ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚିବ ।
ଭାରତରେ ଏହି ଚଳଚ୍ଚିତ୍ର ୧୦୦ ଟଙ୍କାରେ ଉପଲବ୍ଧ ହେବ। ଆମେରିକା, କାନାଡା, ଯୁକ୍ତରାଜ୍ୟ, ଅଷ୍ଟ୍ରେଲିଆ, ଜର୍ମାନୀ, ଇଣ୍ଡୋନେସିଆ, ଫିଲିପାଇନ୍ସ, ସିଙ୍ଗାପୁର ଏବଂ ସ୍ପେନ ସମେତ ୩୮ଟି ଦେଶରେ ଏହା ସ୍ଥାନୀୟ ମୂଲ୍ୟରେ ଉପଲବ୍ଧ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)