Advertisment

Happy Birthday: ଦାଢି ଚକ୍କରରେ ସାତ ଦିନ ଗାଧୋଇ ନଥିଲେ ଅମିତାଭ ବଚ୍ଚନ

ଅମିତାଭ ବଚ୍ଚନ ଆଜି ତାଙ୍କର ୮୧ ତମ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡରେ ସେ ଅନେକ ସଂଘର୍ଷ କରି ଆଜି ସେ ଏହି ସ୍ଥାନରେ ପହଞ୍ଚିଛନ୍ତି। ତେବେ ଆସନ୍ତୁ ଆଜି ଦିନରେ ବିଗ୍ ବି’ଙ୍କ ସହିତ ଜଡିତ ଏକ ଜବରଦସ୍ତ କାହାଣୀ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Amitabh Bachchan Birthday

81st birthday special bollywood actor amitabh bachchan

କିଏ କହେ ତାଙ୍କୁ ବଲିଉଡର ଶେହଂଶାହ ପୁଣି କିଏ କହେ ଡନ୍‌, ଯାହାଙ୍କୁ ଧରିବା କେବଳ କଷ୍ଟ ନୁହେଁ, ଅସମ୍ଭବ ଅଟେ। ସେ ବୟସର ସେହି ଅବସ୍ଥାରେ ଅଛନ୍ତି ଯେଉଁଠି ଲୋକମାନେ ଅବସର ନେଇ ଘରେ ବିଶ୍ରାମ କରିବାକୁ ପସନ୍ଦ କରନ୍ତି। ସେ କିନ୍ତୁ ନିଜ ଉତ୍ସାହରେ ପ୍ରମାଣ କରିଦେଇଛନ୍ତି ଯେ ଯୁଦ୍ଧ କରିବାର ଶକ୍ତି ତାଙ୍କ ଭିତରେ ଏବେ ବି ଅଛି। ସେ ହେଉଛନ୍ତି ଅମିତାଭ୍ ବଚ୍ଚନ, ଯିଏ ଆଜି ତାଙ୍କର ୮୧ ତମ ଜନ୍ମଦିନ ପାଳନ କରୁଛନ୍ତି।

Advertisment

ତେବେ ଆସନ୍ତୁ ଆପଣଙ୍କୁ ବିଗ୍ ବି’ଙ୍କ ସହିତ ଜଡିତ ଏକ ଜବରଦସ୍ତ କାହାଣୀ ଜାଣିନେବା।

ଅମିତାଭ ବଚ୍ଚନ, ୧୧ ଅକ୍ଟୋବର ୧୯୪୨ରେ ଆହ୍ଲାବାଦ (ବର୍ତ୍ତମାନ ପ୍ରୟାଗରାଜ) ରେ ଜନ୍ମଗ୍ରହଣ କରିଥିଲେ, ୧୯୬୯ ମସିହାରେ ‘ସାତ ହିନ୍ଦୁସ୍ତାନୀ’ ଚଳଚ୍ଚିତ୍ର ସହିତ ତାଙ୍କର ବଲିଉଡରେ ଡେବ୍ୟୁ କରିଥିଲେ। ଖ୍ୱାଜା ଅହମ୍ମଦ ଅବ୍ବାସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଜଣେ ମହିଳା ବିପ୍ଳବୀଙ୍କ ଉପରେ ଚିତ୍ରିତ ହୋଇଥିଲା, ଯିଏ ଡାକ୍ତରଖାନାରେ ଶୋଇଥିବା ସମୟରେ ତାଙ୍କର ପୁରୁଣା ଦିନକୁ ମନେ ପକଉଥିଲେ।

ଅଧିକ ପଢ଼ନ୍ତୁ: ହଠାତ ରାଗିଗଲେ ଅମିତାଭ, ଜୟାଙ୍କୁ ଦେଲେ ଏମିତି ଗାଳି; ଆଉ ତା’ ପରେ…

ସେ କୁହନ୍ତି ଯେ ଦେଶର ବିଭିନ୍ନ ଧର୍ମ ଏବଂ ଅଞ୍ଚଳରୁ ଆସିଥିବା ତାଙ୍କ ସାଥୀମାନେ ଗୋଆକୁ କିପରି ପର୍ତ୍ତୁଗୀଜ ଠାରୁ ମୁକ୍ତ କରିଥିଲେ। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ବିହାରର ମୁସଲମାନ ଯୁବକ ଅନୱାର ଅଲିଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଚରିତ୍ର ହେତୁ ସେ ସାତ ଦିନ ପର୍ଯ୍ୟନ୍ତ ଗାଧେଇ ନଥିଲେ।

Advertisment

କୁହାଯାଏ ଯେ ଏହି ଚଳଚ୍ଚିତ୍ରର ବଜେଟ୍ ବହୁତ କମ୍ ଥିଲା। ଏଭଳି ପରିସ୍ଥିତିରେ ପ୍ରସିଦ୍ଧ ମେକ୍‌ଅପ୍ କଳାକାର ପାଣ୍ଡାରୀ ଜୁକର ଫି’ ନ ନେଇ କାମ କରିବାକୁ ରାଜି ହୋଇଥିଲେ। ତଥାପି, ସେ ବହୁତ ବ୍ୟସ୍ତ ଥିଲେ। କେ ଅବ୍ବାସଙ୍କ ଦ୍ୱାରା ଏକ ପୁସ୍ତକ ଉନ୍ମୋଚନ ସମୟରେ ଅମିତାଭ ବଚ୍ଚନ ନିଜେ ଏହି ଘଟଣା ଶେୟାର କରିଥିଲେ।

ସେ କହିଥିଲେ ଯେ ଏହି ଚଳଚ୍ଚିତ୍ରର ସୁଟିଂ ଗୋଆରେ ହୋଇଥିଲା। ମେକ୍ଅପ୍ କଳାକାର ଜୁକର ବିଗ୍ ବିଙ୍କୁ କହିଥିଲେ ଯେ ତାଙ୍କ ହାତରେ ଶୁଟିଂ ପୂର୍ବରୁ ଏକ ସପ୍ତାହର କାମ ଅଛି, ତେଣୁ ସେ ତାଙ୍କୁ ଏକ ସପ୍ତାହ ପୂର୍ବରୁ ଦାଢି ଲଗେଇ ଚାଲିଯିବେ।

ସେତେବେଳେ ମେକଅପ୍ କାମ ଏତେ ବିକଶିତ ହୋଇ ନ ଥିଲା। ସେତେବେଳେ ଗୋଟିଏ ଗୋଟିଏ କେଶ ମିଶାଇ ଦାଢି ତିଆରି କରାଯାଉଥିଲା। ଏପରି ପରିସ୍ଥିତିରେ ଦାଢିକୁ ସାତ ଦିନ ପର୍ଯ୍ୟନ୍ତ ରଖିବା ଅତ୍ୟନ୍ତ କଷ୍ଟକର କାମ ଥିଲା।

ମେକ୍‌ଅପ୍ ଆର୍ଟିଷ୍ଟ ପାଣ୍ଡାରି ଜୁକର ଅମିତାଭଙ୍କୁ ପଚାରିଲେ ସେ ବର୍ତ୍ତମାନ କ’ଣ କରିବେ? ଏଭଳି ପରିସ୍ଥିତିରେ ବିଗ୍ ବି ଉତ୍ତର ଦେଇଥିଲେ ଯେ ମୁଁ ଏହି ମେକ୍‌ଅପ୍‌କୁ ସୁରକ୍ଷିତ ରଖିବି। ସେହି ସମୟରେ ଅମିତାଭଙ୍କ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ସେ ସାତ ଦିନ ପର୍ଯ୍ୟନ୍ତ ମେକ୍‌ଅପ୍‌କୁ ସାଇତି ରଖିଲେ ଏବଂ ସୁଟିଂ ମଧ୍ୟ ଶେଷ କଲେ।

ଅଧିକ ପଢ଼ନ୍ତୁ: ଅମିତାଭ ବଚ୍ଚନଙ୍କ ଫିଲ୍ମର ତାମିଲ୍ ରିମେକ୍ କରି ସୁପର୍‌ଷ୍ଟାର୍‌ ହୋଇଗଲେ ରଜନୀକାନ୍ତ

ଅମିତାଭ ସେହି ସାତ ଦିନ ପାଇଁ ଠିକ୍‌ରେ ଗାଧେଇ ନ ଥିଲେ। ସେ କେବଳ ମୁହଁର ତଳ ଭାଗରେ ପାଣି ମାରୁଥିଲେ ଏବଂ ଲୁକ୍‌କୁ ରକ୍ଷା କରିବା ପାଇଁ ସେ ସାତ ଦିନ ପର୍ଯ୍ୟନ୍ତ ମୁହଁ ଧୋଇ ନଥିଲେ।

ଅମିତାଭଙ୍କ ଏଭଳି ଉତ୍ସର୍ଗକୁ ଦେଖି ପାଣ୍ଡାରୀ ଜୁକର ବହୁତ ଖୁସି ହୋଇଥିଲେ। ସେ କହିଥିଲେ “ତୁମେ ବହୁତ ଆଗକୁ ଯିବ। କାମ ପ୍ରତି ତୁମର ଏହି ପ୍ରେମ ତୁମକୁ ଦିନେ ସୁପରଷ୍ଟାର କରିଦେବ।” ପରେ ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ ପାଣ୍ଡାରୀ କହିଥିଲେ ଯେ “ଅମିତାଭଙ୍କ ସ୍ୱର ନିଶ୍ଚିତ ଭାବରେ ଚମତ୍କାର, କିନ୍ତୁ ତାଙ୍କୁ ଦେଖିବା ପରେ ମୁଁ ସେତେବେଳେ ଅନୁଭବ କରି ନ ଥିଲି ଯେ ଏହି ପତଳା ଏବଂ ଲମ୍ବା ବ୍ୟକ୍ତି କେବେ ସୁପରଷ୍ଟାର ହୋଇପାରିବେ।”

Amitabh Bachchan Bollywood Happy Birth Day
Advertisment
Advertisment